ଅନ୍ୟ ଏକ ମହାମାରୀକୁ ନେଇ ପୁଣି କଡ଼ା ଚେତାବନୀ ଜାରି କଲା WHO
Advertisement

ଅନ୍ୟ ଏକ ମହାମାରୀକୁ ନେଇ ପୁଣି କଡ଼ା ଚେତାବନୀ ଜାରି କଲା WHO

ସମଗ୍ର ବିଶ୍ୱରେ କୋରୋନା (Coronavirus) ର ପ୍ରକୋପ ବଢ଼ିବାର ଲାଗିଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବୁଧବାର କହିଛନ୍ତି ଯେ ଲୋକମାନେ କୋରୋନା ଭାଇରସ ମହାମାରୀ (Coronavirus Epidemic) ମଧ୍ୟରେ ଶାରୀରିକ କାର୍ଯ୍ୟକଳାପ ଜାରି ରଖନ୍ତୁ । WHO ଚେତାବନୀ ଦେଇଛି ଯେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ (Physical and Mental Health)

ଅନ୍ୟ ଏକ ମହାମାରୀକୁ ନେଇ ପୁଣି କଡ଼ା ଚେତାବନୀ ଜାରି କଲା WHO

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା (Coronavirus) ର ପ୍ରକୋପ ବଢ଼ିବାର ଲାଗିଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବୁଧବାର କହିଛନ୍ତି ଯେ ଲୋକମାନେ କୋରୋନା ଭାଇରସ ମହାମାରୀ (Coronavirus Epidemic) ମଧ୍ୟରେ ଶାରୀରିକ କାର୍ଯ୍ୟକଳାପ ଜାରି ରଖନ୍ତୁ । WHO ଚେତାବନୀ ଦେଇଛି ଯେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ (Physical and Mental Health) ପାଇଁ ବ୍ୟାୟାମ (Exercise) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଯଦି ଆମେ ତାହା କରୁନାହୁଁ, ତେବେ ଏହାର ପରିଣାମ ଭୋଗିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ଡିସେମ୍ବର ୧ରୁ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର, ଏହି ଉପାୟରେ ଚେକ୍ କରନ୍ତୁ ନିଜ ନାଁ

ଏଜେନ୍ସିର ମୁଖ୍ୟ ସ୍ୱାସ୍ଥ୍ୟ ପ୍ରଚାରକ ରୁଏଡୋଗର କ୍ରେଚ (Ruedoger Krec) କହିଛନ୍ତି ଯେ, କୋଭିଡ-19 ମହାମାରୀ (COVID-19 Epidemic) ସମୟରେ ସମସ୍ତଙ୍କୁ ଶାରୀରିକ ଭାବରେ ସକ୍ରିୟ ( physically active) ରହିବାକୁ WHO ଦୃଢ଼ ଭାବରେ ପରାମର୍ଶ ଦେଇଛି  । ସେ କହିଛନ୍ତି ଯେ ଯଦି ଆମେ ଶାରୀରିକ ଭାବେ ସକ୍ରିୟ ନାହୁଁ ତେବେ ଆମେ ଅନ୍ୟ ଏକ ନୂଆ ମହାମାରୀ (Epidemic) କୁ ଆମନ୍ତ୍ରଣ ଦେବା ।

WHO ମୁଖ୍ୟ ଟେଡ୍ରୋସ୍ ଆଡେନୋମ୍ (WHO chief Tedros Adenom ) କହିଛନ୍ତି, ଶାରୀରିକ ଭାବେ ସକ୍ରିୟ ରହିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଆମ ଜୀବନରେ ଆଉ କିଛି ବର୍ଷ ଯୋଗ କରିଥାଏ ।

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ ବିଜେପିର ଚେହେରା ହେବେ ସୌରଭ ଗାଙ୍ଗୁଲି! 

ମହାମାରୀ (Epidemic) ଦ୍ୱାରା ଲଗାଯାଇଥିବା ଲକଡାଉନ (Lockdown) ରେ ଜିମ୍ ଏବଂ ଚାଲିବା ବୁଲିବା ବନ୍ଦ ହୋଇଯାଇଛି । ଆମର ଶାରୀରିକ କାର୍ଯ୍ୟକଳାପ ଉପରେ ଏହାର କି ପ୍ରଭାବ ପଡୁଛି ସେ ବିଷୟରେ ଆମ ପାଖରେ କୌଣସି ତଥ୍ୟ ନାହିଁ । ମହାମାରୀ ପୂର୍ବରୁ ମଧ୍ୟ WHO ଅନୁଯାୟୀ, ବହୁ ସଂଖ୍ୟାରେ ଯୁବକ ଅଛନ୍ତି ଯେଉଁମାନେ ଅତ୍ୟଧିକ ଅଳସୁଆ ଏବଂ ଶାରୀରିକ ଭାବରେ ସକ୍ରିୟ ରୁହନ୍ତି ନାହିଁ, ସେମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ଭୟଙ୍କର ଚେତାବନୀ ଜାରି କଲା WHO

ନିୟମିତ ବ୍ୟାୟାମ ଏବଂ ଶାରୀରିକ କାର୍ଯ୍ୟକଳାପ ହୃଦଘାତ, ଟାଇପ୍-୨ ମଧୁମେହ ଏବଂ କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ । ଏହା ଆମକୁ ଉଦାସୀନତା, ଚିନ୍ତା ପରି ଜିନିଷଠାରୁ ଦୂରରେ ରଖେ ଏବଂ ଆମର ସ୍ମୃତି ଶକ୍ତି ବଢ଼ାଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି ଯେ ବୟସ୍କମାନେ ସପ୍ତାହରେ ଅତି କମରେ ଅଢ଼େଇରୁ ପାଞ୍ଚ ଘଣ୍ଟା ଏରୋବିକ୍ସ କରନ୍ତୁ । ସେହିପରି ପିଲାମାନେ ଦିନକୁ ଅତି କମରେ ୧ ଘଣ୍ଟା ଚାଲିବା ଉଚିତ୍ । WHO କହିଛି ଯେ ତଥ୍ୟ ଦର୍ଶାଉଛି ଯେ ୮୦ ପ୍ରତିଶତ ଲୋକ ଅଛନ୍ତି, ଯେଉଁମାନେ ଏହି ରୁଟିନ୍ ଅନୁସରଣ କରନ୍ତି ନାହିଁ ।