Education Department: ଆମେରିକାର ରାଷ୍ଟ୍ରପତି ଏଜୁକେସନ୍‍ ଡିପାର୍ଟମେଣ୍ଟକୁ କାହିଁକି ଭଙ୍ଗିଲେ?
Advertisement
Article Detail0/zeeodisha/odisha2688119

Education Department: ଆମେରିକାର ରାଷ୍ଟ୍ରପତି ଏଜୁକେସନ୍‍ ଡିପାର୍ଟମେଣ୍ଟକୁ କାହିଁକି ଭଙ୍ଗିଲେ?

ନୂଆଦିଲ୍ଲୀ:  ରାଷ୍ଟ୍ରପତିଙ୍କ ଏକ ନିର୍ବାହୀ ଆଦେଶ ଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାର ଶିକ୍ଷା ବିଭାଗକୁ ଭାଙ୍ଗି ଦିଆଯାଇଛି। ଏଣିକି ଏହାର ରାଜ୍ୟମାନେ ଶିକ୍ଷା ବ୍ୟବସ୍ଥାକୁ ପରିଚାଳନା କରିବେ। ଅନେକ ଦିନ ହେଲା ରାଷ୍ଟ୍ରପତି ଏବଂ ବିଭିନ୍ନ ରାଜ୍ୟର ଗଭର୍ଣ୍ଣର ଓ ଶିକ୍ଷା ବିଭାଗ ସହ ଆଲୋଚନା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନି

Education Department: ଆମେରିକାର ରାଷ୍ଟ୍ରପତି ଏଜୁକେସନ୍‍ ଡିପାର୍ଟମେଣ୍ଟକୁ କାହିଁକି ଭଙ୍ଗିଲେ?

Education Department:ନୂଆଦିଲ୍ଲୀ:  ରାଷ୍ଟ୍ରପତିଙ୍କ ଏକ ନିର୍ବାହୀ ଆଦେଶ ଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାର ଶିକ୍ଷା ବିଭାଗକୁ ଭାଙ୍ଗି ଦିଆଯାଇଛି। ଏଣିକି ଏହାର ରାଜ୍ୟମାନେ ଶିକ୍ଷା ବ୍ୟବସ୍ଥାକୁ ପରିଚାଳନା କରିବେ। ଅନେକ ଦିନ ହେଲା ରାଷ୍ଟ୍ରପତି ଏବଂ ବିଭିନ୍ନ ରାଜ୍ୟର ଗଭର୍ଣ୍ଣର ଓ ଶିକ୍ଷା ବିଭାଗ ସହ ଆଲୋଚନା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା କେବଳ ସିନେଟ୍‍ ବା ଆମେରିକୀୟ ସଂସଦର ଅନୁମୋଦନରେ ହିଁ ହୋଇପାରିବ। ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ୬୦ ଭୋଟ ଆବଶ୍ୟକ କରିବେ ସରକାର। 

୧୯୭୯ରେ କଂଗ୍ରେସ ଆଇନ ଦ୍ୱାରା ଏହହି ବିଭାଗକୁ ସ୍ଥାପନ କରାଯାଇଥିଲା। ତେଣୁ, ଏହାକୁ ଭଙ୍ଗ କରିବାଲାଗି କଂଗ୍ରେସର ଆଇନ ଆବଶ୍ୟକ। ଏଣୁ ଟ୍ରମ୍ପଙ୍କ ଏହି ଆଦେଶକୁ ଏକ ପ୍ରାରମ୍ଭିକ ପଦକ୍ଷେପ ଭାବେ ଗ୍ରହଣ କରାଯାଇପାରେ। ଟ୍ରମ୍ପ କଂଗ୍ରେସକୁ ଏହାକୁ ଆଇନଗତ ରୂପ ଦେବାକୁ ଆବଶ୍ୟକ ବିଧେୟକ ଆଗତ କରିପାରନ୍ତି। ଉଭୟ ରିପବ୍ଲିକାନ ଓ କନ୍‍ଜରଭେଟିଭ୍‍ ପାର୍ଟି ଏହାକୁ ସମର୍ଥନ ଦେଉଥିବାରୁ ବିଧେୟକ ପାରିତ ହେବାରେ ଅସୁବିଧା ନହେବା ସମ୍ଭାବନା ରହିଛି। ଅପରପକ୍ଷେ ଡେମୋକ୍ରାଟ୍‍ ଏବଂ ଶିକ୍ଷା ସଂଗଠନମାନେ  ଏହାର ବିରୋଧ କରିଛନ୍ତି, କାରଣ ଏହା ଗରିବ ଓ ଅକ୍ଷମ ଛାତ୍ରମାନଙ୍କ ପାଇଁ ଫେଡେରାଲ୍‍ ସହାୟତା କମାଇ ଦେଇପାରେ। ଏହା ମଧ୍ୟ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ବୋଲି ଆଶା କରାଯାଉଛି।

ଶିକ୍ଷା ବିଭାଗକୁ ଭଙ୍ଗ କରିବାର ପ୍ରକ୍ରିୟା ଆଜିର ନୁହେଁ। ଏହା ଟ୍ରମ୍ପଙ୍କ ପ୍ରଥମ ପାଳିର ଏକ କାର୍ଯ୍ୟ ଭାବେ ଗ୍ରହଣ କରାଯାଏ। ଏଥିଲାଗି ବିଧିବଦ୍ଧ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଟ୍ରମ୍ପ। ଆସନ୍ତୁ ନଜର ପକାଇବା ଏହି ନିଷ୍ପତ୍ତି ପଛର କାରଣଗୁଡ଼ିକ ସମ୍ପର୍କରେ। 

ପ୍ରଥମେ ରାଜ୍ୟଗୁଡ଼ିକୁ ନିଜ ଅଧିକାର ଫେରାଇବା। ଟ୍ରମ୍ପ ଓ ତାଙ୍କ ସମର୍ଥକମାନେ ବିଶ୍ୱାସ କରନ୍ତି ଯେ ଶିକ୍ଷା ନୀତି ଓ ପରିଚାଳନା ରାଜ୍ୟ ଏବଂ ସ୍ଥାନୀୟ ସରକାରଙ୍କ ଅଧିକାର । ସେମାନଙ୍କ ମତରେ, ସଂଘୀୟ ସରକାର ଏହାକୁ ନିୟନ୍ତ୍ରଣ କରି ଅତ୍ୟଧିକ ହସ୍ତକ୍ଷେପ କରୁଛି। ଟ୍ରମ୍ପ କହିଛନ୍ତି, "ଆମେ ଶିକ୍ଷାକୁ ରାଜ୍ୟଙ୍କୁ ଫେରାଇ ଦେଉଛୁ, ଯେଉଁଠାରେ ଏହାର ସ୍ଥାନ ରହିଛି।’’ । 
ଦ୍ୱିତୀୟରେ ଶିକ୍ଷାରେ ଅବନତୀ, ବିଫଳତା ଅଭିଯୋଗ। ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ମତରେ ୧୯୭୯ରେ ସ୍ଥାପିତ ଏଜୁକେସନ୍‍ ଡିପାର୍ଟମେଣ୍ଟ ୩ ଟ୍ରିଲିୟନ୍‍ ଡଲାରରୁ ଅଧିକ ଖର୍ଚ୍ଚ କରିଥିଲେ ମଧ୍ୟ ଛାତ୍ରମାନଙ୍କର ଶିକ୍ଷାଗତ ସଫଳତାରେ ଉନ୍ନତି ଆଣି ପାରିନାହିଁ। ସେମାନେ ଆମେରିକାର ଛାତ୍ରମାନଙ୍କ ପଢ଼ାଇ ସ୍ତର ଅନ୍ତର୍ଜାତୀୟ ସ୍ତରରେ ତଳକୁ ଖସିଥିବା ଦର୍ଶାଇଛନ୍ତି।

ତୃତୀୟ କାରଣ ହେଉଛି ରାଜନୈତିକ ଏବଂ ସାଂସ୍କୃତିକ ବିବାଦ। ରିପବ୍ଲିକାନ୍‍ ପାର୍ଟି ଓ ଟ୍ରମ୍ପଙ୍କ  ଅଭିଯୋଗ ଅନୁସାରେ ଏହି ବିଭାଗ ଛାତ୍ରମାନଙ୍କୁ ଏପରି ଅନୁଚିତ ରାଜନୈତିକ ଚିନ୍ତାଧାରା, ଯେପରିକି ଜାତି ଓ ଲିଙ୍ଗ ସମ୍ବନ୍ଧୀୟ ବିଷୟ, ଶିକ୍ଷା ମାଧ୍ୟମରେ ପ୍ରଚାର କରୁଛି। 

ଚତୁର୍ଥ କାରଣ ହେଉଛି ପ୍ରତିଶ୍ରୁତି ପୂରଣ। ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାରରେ ଏହା ଏକ ପ୍ରମୁଖ ପ୍ରତିଶ୍ରୁତି ଥିଲା। ସେ କହିଥିଲେ ଯେ ସେ ଶାସନର ପ୍ରାରମ୍ଭରେ ଏହି ବିଭାଗକୁ ବନ୍ଦ କରିବେ, ଏବଂ ଏହି ପଦକ୍ଷେପ ତାଙ୍କ ସମର୍ଥକମାନଙ୍କୁ ଖୁସି କରିବା ପାଇଁ ଏକ ପ୍ରୟାସ ବି ହୋଇପାରେ।  

କିନ୍ତୁ କେବଳ ଏକ ନିର୍ବାହୀ ଆଦେଶ ବା ଏକ୍ଜିକ୍ୟୁଟିଭ୍‍ ଅର୍ଡରରେ ଏହି ନୀତିକୁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ। ଏଥିଲାଗି ସିନେଟର ଅନୁମତି ନିତାନ୍ତ ଆବଶ୍ୟକ ରହିଛି। 
ଏକ୍ଜିକ୍ୟୁଟିଭ୍‍ ଅର୍ଡର କ’ଣ?

ଏହି ଏକ୍ସିକ୍ୟୁଟିଭ୍‍ ଅର୍ଡର ହେଉଛି ରାଷ୍ଟ୍ରପତିଙ୍କ ଦ୍ୱାରା  ଜାରି ହୋଇଥିବା ସର୍ବୋଚ୍ଚ ଆଦେଶ। ଏହାକୁ ପ୍ରଶାସନିକ ସ୍ତରରେ ସର୍ବୋଚ୍ଚ ଭାବେ ଗ୍ରହଣ କରାଯାଉଥିଲେ ମଧ୍ୟ ଏହାକୁ ସଂସଦରେ ଚ୍ୟାଲେଞ୍ଜ କରାଯାଇପାରିବ।   ଆଜି ଜାରି ହୋଇଥିବା ଆଦେଶ ଅନୁସାରେ ଦେଶର ଶିକ୍ଷା ସଚିବ ଲିଣ୍ଡା ମ୍ୟାକ୍‍ମାନ୍‍ଙ୍କୁ "ଏଜୁକେସନ୍‍ ଡିପାର୍ଟମେଣ୍ଟକୁ ବନ୍ଦ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ" ଏହି ଆଦେଶ କ୍ଷମତା ପ୍ରଦାନ କରିଛି।  ଏହାର ଅର୍ଥ ବିଭାଗର କାର୍ଯ୍ୟକୁ ରାଜ୍ୟ ଏବଂ ସ୍ଥାନୀୟ ସରକାରଙ୍କୁ ହସ୍ତାନ୍ତର କରାଯିବ।

କିନ୍ତୁ  ବିଭାଗର ସେବା, ପ୍ରୋଗ୍ରାମ ଏବଂ ଲାଭ ଯେପରିକି ଛାତ୍ରଙ୍କୁ ଦିଆଯାଉଥିବା ଋଣ ଏବଂ ଅନୁଦାନ ତାହା ପୂର୍ବଭଳି ନିରବଚ୍ଛିନ୍ନ ଭାବେ ଚାଲିବ। କିନ୍ତୁ ଏହା କିପରି ହେବ ତାହାର ବିସ୍ତୃତ ବିବରଣୀ ଦିଆଯାଇନାହିଁ।

ଏହି ଆଦେଶ ପୂର୍ବରୁ ଶିକ୍ଷା ବିଭାଗରେ କର୍ମଚାରୀ ହ୍ରାସ କରାଯାଇଥିଲା।  ପ୍ରାୟ ୫୦% କର୍ମଚାରୀଙ୍କୁ ହ୍ରାସ କରାଯାଇଛି। ଅର୍ଥାତ୍‍ କର୍ମଚାରୀଙ୍କ ସଂଖ୍ୟା ୪୧୩୩ରୁ ୨୧୮୩କୁ କମାଇ ଦିଆଯାଇଛି। ଏହି କର୍ମଚାରୀଙ୍କୁ ଅନ୍ୟ ବିଭାଗରେ ଥଇଥାନ କରାଯାଇଛି ବା ଛଟେଇ କରାଯାଇଛି।

;