କାହିଁକି କଂଗ୍ରେସ ଛାଡୁଛନ୍ତି ଯୁବନେତା? ଗୁମର ଖୋଲିଲେ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ

ଯୁବ କଂଗ୍ରେସ ନେତା କାହିଁକି ଦଳ ଛାଡୁଛନ୍ତି ତାହାର ଗୁମର ଖୋଲିଛନ୍ତି  ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ   ।

କାହିଁକି କଂଗ୍ରେସ ଛାଡୁଛନ୍ତି ଯୁବନେତା? ଗୁମର ଖୋଲିଲେ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ

କୋଲକାତା: ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସକୁ ଝଟକା ମିଳିବା ଜାରି ରହିଛି । ଜଣଙ୍କ ପରେ ଜଣେ ଯୁବ ନେତା ଦଳରୁ ବାହାରି ଯାଉଛନ୍ତି । ଏହା ପଛରେ କାରଣ କ'ଣ ରହିଛି ତାହାର ଖୁଲାସା କରିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ। ସ୍ଥିତି ଏପରି ହୋଇ ପଡିଲାଣି କଂଗ୍ରେସ କେନ୍ଦ୍ରରେ ପୁନର୍ବାର କ୍ଷମତାସୀନ ହେବା କଷ୍ଟକର ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ଯୁବନେତାଙ୍କ ଦଳ ଛାଡିବା ପ୍ରସଙ୍ଗରେ ମତ ରଖି କଂଗ୍ରେସ ସଂସଦୀୟ ଦଳ ନେତା କହିଛନ୍ତି 'ଅତି ଉଚ୍ଚାଭିଳାଷ' କାରଣରୁ ଯୁବ ନେତା ଅସନ୍ତୁଷ୍ଟ ହୋଇ ଦଳରୁ ଅଲଗା ହୋଇଯାଉଥିବାନେଇ ଚର୍ଚ୍ଚା ବଢିବାରେ ଲାଗିଛି। କଂଗ୍ରେସ ଆଉ କେନ୍ଦ୍ରରେ କ୍ଷମତାକୁ ଫେରିବା ନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି।ସେ ଏହା ମଧ୍ୟ କହିଛନ୍ତି କିଛି ଯୁବ ନେତାଙ୍କ ପୃଥକତା ଦଳ ଉପରେ ସାମୟିକ ପ୍ରତିକୂଳ ପ୍ରଭାବ ପକାଇପାରେ,  ହେଲେ ଆଦର୍ଶଗତ ପ୍ରତିବଦ୍ଧତା ଅଭାବରୁ ନେତାଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ଦଳୀୟ ଶୃଙ୍ଖଳା ଏବଂ ଆଦର୍ଶରେ ଆପୋଷ ବୁଝାମାଣ କରାଯାଇ ପାରିବ ନାହିଁ ।

ସଚିନ ପାଇଲଟ ଏବଂ ଜ୍ୟୋରିରାଦିତ୍ୟ ସିନ୍ଧିଆ ଦଳ ବାହାରିଯିବା ପ୍ରସଙ୍ଗରେ ମତ ରଖି ସେ କହିଛନ୍ତି, ଉଚ୍ଚ ଆଶାବାଦୀ ହୋଇ ପଡୁଥିବା ଯୁବନେତାଙ୍କ ଏକ ବିଭାଗ ରହିଛି। ଦଳରେ ସେମାନେ ଅଶାନ୍ତି ହୋଇ ପଡୁଛନ୍ତି ଏବଂ ଅନୁଭବ କରୁଛନ୍ତି ସେମାନଙ୍କୁ ଦଳରେ ଉପଯୁକ୍ତ ଅଧିକାର ଦିଆଯାଇନାହିଁ। ଏଭଳି ପରିସ୍ଥିତିରେ ସେମାନେ ସେମାନଙ୍କର ବ୍ୟକ୍ତିଗତ ଆକାଂକ୍ଷାକୁ ପୂରଣ କରିବା ପାଇଁ ବିକଳ୍ପ ଖୋଜୁଛନ୍ତି।

ଏପରି ଘଟିବାର କାରଣ ହେଉଛି, ଏବେ ଏକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଖୁବଶୀଘ୍ର କଂଗ୍ରେସ କେନ୍ଦ୍ରରେ ପୁନର୍ବାର କ୍ଷମତାସୀନ ହୋଇପାରିବ ନାହିଁ। ଦଳ ସେମାନଙ୍କର ସମସ୍ତ ଦାବିକୁ ପୂରଣ କରି ପାରିବ ନାହିଁ । ଯାହା ଫଳରେ ସେମାନେ ଅସନ୍ତୁଷ୍ଟ ହୋଇ ଦଳ ଛାଡୁଛନ୍ତି କିମ୍ବା ଏପରି କରିବାକୁ ଯୋଜନା କରୁଛନ୍ତି। 

ସିନ୍ଧିଆ ଏବଂ ପାଇଲଟଙ୍କ ଦଳ ଛାଡିବା ପ୍ରସଙ୍ଗରେ କଂଗ୍ରେସ ସଂସଦୀୟ ଦଳ ନେତା କହିଛନ୍ତି, ସେମାନଙ୍କୁ କଂଗ୍ରେସରେ କେବେ ଅବହେଳା କରାଯାଇ ନାହିଁ। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଦଳୀୟ ନିର୍ବାଚନ ପ୍ରଚାର କମିଟିର ମୁଖ୍ୟ ଭାବରେ ସିନ୍ଧିଆଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଯାହା ଫଳରେ ଦଳ ନିର୍ବାଚନରେ ବାଜିମାତ କରିଥିଲା। ହେଲେ ସେ ଲୋକସଭା ନିର୍ବାଚନରେ ​​ତାଙ୍କୁ ସଫଳତା ମିଳିନଥିଲା ।

ପାଇଲଟଙ୍କ ପ୍ରସଙ୍ଗରେ ସେ କହିଛନ୍ତି, ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ବିଜୟର ଏକମାତ୍ର କାରଣ ପାଇଲଟ ଥିଲେ, ହେଲେ ଲୋକସଭା ନିର୍ବାଚନରେ ​​ଆମର ପ୍ରଦର୍ଶନ କାହିଁକି ଏତେ ଖରାପ ହୋଇଗଲା?”

ଦଳର ନେତୃତ୍ୱ ସଙ୍କଟ ସହ ଜଡିତ ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି, ଆମ ଦଳରେ କୌଣସି ନେତୃତ୍ୱ ସଙ୍କଟ ନାହିଁ।  ଗଣମାଧ୍ୟମରେ ଏପରି ଆଲୋଚନା ହେଉଛି। ସୋନିଆ ଗାନ୍ଧୀ ଆମର ନେତା ଏବଂ ତାଙ୍କ ରାଜନୈତିକ ଆଭିମୁଖ୍ୟକୁ ନେଇ କେହି ପ୍ରଶ୍ନ କରିବା ଉଚିତ ନୁହେଁ। ତାଙ୍କ ନେତୃତ୍ୱରେ ୨୦୦୪ ଏବଂ ୨୦୦୯ ଲୋକସଭା ନିର୍ବାଚନରେ ଦଲ  ଲଗାତାର ବିଜୟ ହାସଲ କରିଥିଲା। ସେ ଏହା କହିଛନ୍ତି ଦେଶର ଏକମାତ୍ର ବିରୋଧି ଦଳ ନେତା ହେଉଛନ୍ତି ରାହୁଲ ଗାନ୍ଧୀ, ଯିଏ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ନୀତିକୁ କ୍ରମାଗତ ସମାଲୋଚନା କରୁଛନ୍ତି।