ଟ୍ରମ୍ପଙ୍କ ପାଇଁ ନରମ; ବାଇଡ଼େନଙ୍କ ଉପରେ ଗରମ
Advertisement

ଟ୍ରମ୍ପଙ୍କ ପାଇଁ ନରମ; ବାଇଡ଼େନଙ୍କ ଉପରେ ଗରମ

ଟେସଲା ମୁଖ୍ୟ ଏଲୋନ୍ ମସ୍କ ଟ୍ରମ୍ପଙ୍କ ପାଇଁ ନରମ ଆଭିମୁଖ୍ୟ ଆପଣେଇଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଲଗାଯାଇଥିବା ଟ୍ୱିଟର ପ୍ରତିବନ୍ଧକକୁ ସେ ପ୍ରତ୍ୟାହାର କରିବେ ବୋଲି ସୂଚନା ଦେଇଛନ୍ତି । ମାତ୍ର ଏହାଦ୍ୱାରା ୨୦୨୪  ରାଷ୍ଟ୍ରପତି ଅଭିଯାନରେ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି ବୋଲି ଭାବିବା ଭୂଲ ହେବ ବୋଲି ସେ କହିଛନ୍ତି ।

 (ଫାଇଲ ଫଟୋ)

ନୂଆଦିଲ୍ଲୀ: ଜୋ ବାଇଡେନ (Joe Biden) ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ କାରଣ "ସମସ୍ତେ କେବଳ କମ୍ ଡ୍ରାମା ଚାହୁଁଥିଲେ" ଏବଂ ଏହା ଭାବିବା ତାଙ୍କର "ଭୁଲ୍" ହେବକି  ସେ "ଦେଶକୁ ପରିବର୍ତ୍ତନ କରିବା" ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା । ଟେସଲା ମୁଖ୍ୟ ଏଲୋନ୍ ମସ୍କ (Tesla CEO Elon Musk) ଆଜି କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି । ୪୪ ବିଲିୟନ ଡଲାରର ଚୁକ୍ତିରେ ଟ୍ୱିଟର ଗ୍ରହଣ କରିବାକୁ ଯାଉଥିବା ମସ୍କ କହିଛନ୍ତି ଯେ,ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ସେ ମାଇକ୍ରୋବ୍ଲଗିଂ ସାଇଟର ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବେ । ଯିଏକି (ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ) ଗତ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ବାଇଡେନଙ୍କ ପାଖରୁ ହାରିଯାଇଥିଲେ । 

ଏହାସହିତ ମସ୍କ କହିଛନ୍ତି କି "ବାଇଡେନଙ୍କ ଭୁଲ ହେଉଛି ଯେ ସେ ଭାବନ୍ତି ଯେ ସେ ଦେଶକୁ ପରିବର୍ତ୍ତନ କରିବା ପାଇଁ ମନୋନୀତ ହୋଇଥିଲେ, କିନ୍ତୁ ପ୍ରକୃତରେ ସମସ୍ତେ କମ୍ ଡ୍ରାମା ଚାହୁଁଥିଲେ" । ମସ୍କ ଆହୁରି ମଧ୍ୟ ଟ୍ୱିଟ୍ କରିଛନ୍ତି ଯେ ୨୦୨୪ ରେ "କମ୍ ବିଭାଜନକାରୀ ପ୍ରାର୍ଥୀ ଭଲ ହେବେ", ତଥାପି ସେ ଭାବନ୍ତି ଟ୍ରମ୍ପଙ୍କୁ ଟ୍ୱିଟରକୁ ଫେରାଇ ଆଣିବା ଉଚିତ୍ ହେବ। ତେବେ ସେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଟ୍ରମ୍ପଙ୍କୁ ସମର୍ଥନ କରୁନାହାଁନ୍ତି ବୋଲି ଗୁରୁବାର ସନ୍ଧ୍ୟାରେ ଏକ ଟ୍ୱିଟରେ ସେ କହିଛନ୍ତି ।

fallback

ଗତ ବର୍ଷ ଆମେରିକାର ରାଜଧାନୀରେ ହୋଇଥିବା ଦଙ୍ଗାର କିଛି ସମୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ରଖାଯାଇଥିଲା । "ହିଂସାକୁ ଆହୁରି ଉତ୍ତେଜିତ କରିବା ବିପଦ" ଦର୍ଶାଇ ମାଇକ୍ରୋବ୍ଲଗିଂ ସାଇଟ୍(Micro Blogging Site)କୁ ସ୍ଥାୟୀଭାବରେ ବନ୍ଦ କରାଯାଇଥିଲା । ତେବେ ତାଙ୍କର ଏହି ନିଷ୍ପତ୍ତି ରାଜନୈତିକ ଅଧିକାର ଉପରେ ଥିବା ଲୋକଙ୍କ ମତକୁ ବଦଳାଇ ଦେଇଛି ବୋଲି ମସ୍କ କହିଛନ୍ତି । ଏହି ନିଷେଧାଦେଶକୁ ନୈତିକତା ଦୃଷ୍ଟିରୁ ଭୁଲ ଏବଂ ଫ୍ଲାଟ-ଆଉଟ୍ ମୁର୍ଖାମୀ ବୋଲି ସେ କହିଛନ୍ତି । ତେବେ ତାଙ୍କର ଏହି ମନ୍ତବ୍ୟ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା, କେତେକ କହିଥଲେ ଯେ ଟ୍ରମ୍ପଙ୍କ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବା ଦ୍ୱାରା "ଘୃଣାର ବନ୍ୟା" ହେବ ଏବଂ ଅନ୍ୟମାନେ ଏହାକୁ ସମର୍ଥନ କରିବେ। 

ମସ୍କଙ୍କ ଚିନ୍ତାଧାରାକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଟ୍ୱିଟର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି(Twitter co-founder Jack Dorsey) ମଧ୍ୟ ଥିଲେ । ସେ କହିଥିଲେ ଯେ "ମୁଁ ମସ୍କଙ୍କ ଚିନ୍ତାଧାରାରେ ସହମତ ଅଟେ"। ଏହାସହିତ ସେ କହିଛନ୍ତି ଯେ ଏଥିରେ ବ୍ୟତିକ୍ରମ ଅଛି (ସିଏସ୍ଇ(CSE),ବେଆଇନ ଆଚରଣ(illegal behaviour), ସ୍ପାମ୍(spam) କିମ୍ବା ନେଟୱାର୍କ ମନିପୁଲେସନ୍ (network manipulation) ଇତ୍ୟାଦି, କିନ୍ତୁ ସାଧାରଣତଃ  ସ୍ଥାୟୀ ନିଷେଧାଦେଶ ଆମର ବିଫଳତା ଏବଂ କାମ କରେ ନାହିଁ, ଯାହା ମୁଁ ଇଭେଣ୍ଟ ପରେ ଏଠାରେ ଲେଖିଥିଲି ଏବଂ ଏକ ସ୍ଥାୟୀ ସୋସିଆଲ୍ ମିଡିଆ ପ୍ରୋଟୋକଲ୍ ପାଇଁ ଆହ୍ୱାନ କରିଥିଲି ବୋଲି ଟ୍ୱିଟ୍ ମାଧ୍ୟମରେ ସେ କହିଛନ୍ତି ।

 ଅନ୍ୟପଟେ ଟ୍ରମ୍ପ କହିଛନ୍ତି ଯେ ସେ ଟ୍ୱିଟରକୁ ଫେରିବାକୁ ଚାହୁଁନାହାଁନ୍ତି, ବରଂ ନିଜର ସତ୍ୟ ସୋସିଆଲ ପ୍ଲାଟଫର୍ମ ଗଠନ କରିବାକୁ ଚାହୁଁଛନ୍ତି । ଯୁକ୍ତରାଷ୍ଟ୍ରର ଘଟିଥିବା ହିଂସାପରେ “ହିଂସାକୁ ଅଧିକ ଉତ୍ତେଜିତ କରିବାର ଆଶଙ୍କା” ଥିବାରୁ ଜାନୁଆରୀ ୨୦୨୧ ରେ ତାଙ୍କୁ ଟ୍ୱିଟରରୁ ସ୍ଥାୟୀ ଭାବେ ବାରଣ କରାଯାଇଥିଲା । ହେଲେ ୨୦୨୪ ରେ  ପୁନର୍ବାର ରାଷ୍ଟ୍ରପତି ପଦ ପାଇଁ ଆଉ ଏକ ନିର୍ବାଚନ ଲଢ଼ିବାକୁ  ସେ ଚିନ୍ତା କରୁଥିବା ପ୍ରକାଶ କରିଛନ୍ତି ।

ଏହା ବି ପଢ଼ନ୍ତୁ: କଂଗ୍ରେସ ଆମକୁ ସବୁକିଛି ଦେଇଛି, ବର୍ତ୍ତମାନ ଋଣ ପରିଶୋଧ କରିବାର ସମୟ ଆସିଛି: ସୋନିଆ

ଏହା ବି ପଢ଼ନ୍ତୁ: କାଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ସଞ୍ଜୟ ରାଉତ; କହିଲେ-'ପାକିସ୍ତାନକୁ ଆଡକୁ...'