)
ଚଣ୍ଡିଗଡ଼: ଆସନ୍ତା ବର୍ଷ ପଞ୍ଜାବ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଅସ୍ଥିରତା ବଢିବାରେ ଲାଗିଛି । ଏହି ସମୟରେ କ୍ରିକେଟର ହରଭଜନ ସିଂଙ୍କ (Harbhajan Singh) କଂଗ୍ରେସରେ (Congress ) ଯୋଗଦେବା ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି ।
ସମ୍ଭାବନାରେ ପରିପୂର୍ଣ୍ଣ ଏହି ଚିତ୍ର - ସିଦ୍ଧୁ
ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଟ୍ୱିଟ୍ କରି ଏକ ଫଟୋ ଜାରି କରିଛନ୍ତି । ଏହି ଫଟୋରେ ଉଭୟ ସିଦ୍ଧୁ ଏବଂ ହରଭଜନ ଏକାଠି ଛିଡା ହୋଇ ହସୁଛନ୍ତି । ସିଦ୍ଧୁ ଟ୍ୱିଟ୍ରେ ଲେଖିଛନ୍ତି, 'ସାଇନିଙ୍ଗ ଷ୍ଟାର ଭଜୀକେ ସାଥ' । ଏହି ଚିତ୍ରଟି ଅନେକ ସମ୍ଭାବନାରେ ପରିପୂର୍ଣ୍ଣ ।
ସିଦ୍ଧୁଙ୍କ ଟ୍ୱିଟରେ ହରଭଜନଙ୍କ ନିରବତା
ସିଦ୍ଧୁ (Navjot Singh Sidhu) ଙ୍କ ଏହି ଟ୍ୱିଟ୍ ସହିତ ରାଜ୍ୟରେ ନୂଆ ଆଲୋଚନା ଆରମ୍ଭ ହୋଇଛି । ବିଶ୍ୱାସ କରାଯାଏ ଯେ ଆଗାମୀ କିଛି ଦିନ ମଧ୍ୟରେ ହରଭଜନ ଏ ସମ୍ପର୍କରେ ଘୋଷଣା କରିପାରନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସିଦ୍ଧୁଙ୍କ ଟ୍ୱିଟରକୁ ନେଇ ନୀରବ ରହିଛନ୍ତି ।
ଆସନ୍ତା ବର୍ଷ ପଞ୍ଜାବରେ ନିର୍ବାଚନ ଅନୁଷ୍ଠିତ ହେବ
କହି ରଖୁଛୁ ଯେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ, ଶିରୋମଣି ଅକାଲୀ ଦଳ (SAD), ବିଜେପି ଏବଂ ଆମ୍ ଆଦମୀ ପାର୍ଟି ଆକ୍ଟିଭ ହୋଇ ସାରିଛି । କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ଚରଣଜିତ ସିଂ ଚନ୍ନି ବର୍ତ୍ତମାନ ପଞ୍ଜାବରେ କଂଗ୍ରେସ ସରକାରର ନେତୃତ୍ୱ ନେଉଛନ୍ତି । ଏଥି ସହ ବିଜେପି ଏବଂ କ୍ୟାପଟେନ ଅମରିନ୍ଦରଙ୍କ ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ଏକ ମିଳିତ ମଞ୍ଚର ସମ୍ଭାବନା ଉପରେ ଅନୁସନ୍ଧାନ କରୁଛନ୍ତି । ଯେତେବେଳେ କି ଆମ୍ ଆଦମୀ ପାର୍ଟି ନିର୍ବାଚନରେ ଏକାକୀ ଲଢ଼ିବ କୁହାଯାଉଛି ।