ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଶୁକ୍ରବାର ଦିନ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ (Sonu sood) ଭେଟିଛନ୍ତି ଓ ଏହାପରେ ଦିଲ୍ଲୀ ସରକାରର (Delhi Govt) ତାଙ୍କୁ 'ମେଣ୍ଟର କାର୍ଯ୍ୟକ୍ରମର' ବ୍ରାଣ୍ଡ ଆମ୍ବାସାଡର କରିବାକୁ ଘୋଷଣା କରିଛନ୍ତି । ଏହା ପରେ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସୋନୁ ସୁଦ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ପହଞ୍ଚିଛନ୍ତି ଓ ଏହା ଦେଶ ପାଇଁ ଏକ ପ୍ରେରଣା । ସିଏମ କେଜ୍ରିୱାଲ ଓ ସୋନୁ ସୁଦଙ୍କ ବୈଠକ ପରେ ହିଁ ରାଜନୈତିକ ଆଲୋଚନା ଆରମ୍ଭ ହୋଇଥିଲା ଓ ସେ ଆମ୍ ଆଦମୀ ପାର୍ଟିରେ (Aaam Aadmi Party) ଯୋଗଦେବେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ଆମ୍ ଆଦମୀ ପାର୍ଟୀରେ ସାମିଲ ହେବେ କି ସୋନୁ ସୁଦ?
ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ (Arvind Kejriwal) ସୋନୁ ସୁଦଙ୍କ ସହ ରାଜନୈତିକ ଆଲୋଚନା ହୋଇଛି କି ବୋଲି ପଚରାଯାଇଥିଲା । ସେତେବେଳେ ଏହା ଉତ୍ତରରେ ସିଏମ କେଜ୍ରିୱାଲ କହିଛନ୍ତି, 'ନା-ନା, ଆମ ମଧ୍ୟରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ ।' ଏଥି ସହ ସୋନୁ ସୁଦ (Sonu sood) କହିଛନ୍ତି, 'କିଛି ରାଜନୈତିକ ନୁହେଁ । ରାଜନୀତି ଅପେକ୍ଷା ପିଲାମାନଙ୍କର ଭବିଷ୍ୟତ ପ୍ରସଙ୍ଗ ଏକ ବଡ଼ ପ୍ରସଙ୍ଗ । ଦୀର୍ଘ ସମୟ ଧରି ରାଜନୀତିରେ ଯୋଗଦେବା ପାଇଁ ମୋତେ ସୁଯୋଗ ମିଳିଛି, କିନ୍ତୁ ମୁଁ ଆଗ୍ରହୀ ନୁହେଁ । ମୋର ଏପରି ଉଦ୍ଦେଶ୍ୟ ନାହିଁ, ଯାହାର ଭଲ ଚିନ୍ତାଧାରା ଅଛି ତାଙ୍କୁ ମାର୍ଗ ମିଳିଯାଇଥାଏ ।


ଅଧିକ ପଢ଼ନ୍ତୁ: SBI, BoB, HDFC ଓ ICICI ବ୍ୟାଙ୍କ ଗ୍ରାହକଙ୍କ ଧ୍ୟାନ ଦିଅନ୍ତୁ! ୩୦ ସେପ୍ଟେମ୍ବରଠାରୁ ବନ୍ଦ ହେବ ଏହି ସୁବିଧା


ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଥାନ୍ତି ସୋନୁ ସୁଦ
ଜଣାଇରଖୁଛୁ ଯେ କରୋନା ଭାଇରସ୍ ପାଣ୍ଡେମିକ୍ ସମୟରେ ଲଗାଯାଇଥିବା ଲକଡାଉନ ମଧ୍ୟରେ ସୋନୁ ସୁଦ ପ୍ରବାସୀ ଶ୍ରମିକଙ୍କ ସମେତ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ, ଯାହା ପରେ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଥିଲା । କୋଭିଡ -19 ର ଦ୍ୱିତୀୟ ଲହର ସମୟରେ ମଧ୍ୟ ସୋନୁ ସୁଦ ଅଭାବୀ ଲୋକଙ୍କୁ ବହୁତ ସାହାଯ୍ୟ କରିଥିଲେ ।