Npr.org ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ କହିଛନ୍ତି ଯେ, କୋରୋନା ଭୂତାଣୁରେ ପରିବର୍ତ୍ତନ ଆସୁଛି । କିନ୍ତୁ ଏପର୍ଯ୍ୟନ୍ତ ସୂଚନାକୁ ଆଧାର କରି କୁହାଯାଇପାରେ ଯେ, ଏହି ପରିବର୍ତ୍ତନ ଏତେ ଅଧିକ ନୁହେଁ ଯେ ଟୀକା ଅଦରକାରୀ ହୋଇଯିବ ।
Trending Photos
)
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭୂତାଣୁର ଟୀକା ତିଆରିରେ ଲାଗିଛନ୍ତି ବୈଜ୍ଞାନିକମାନ । ଏହି ସମୟରେ ଖବର ମିଳୁଛି ଯେ କୋରୋନା ଭୂତାଣୁ ନିଜର ରୂପ ପରିବର୍ତ୍ତନ କରିବାରେ ଲାଗିଛି । ଯାହା ବୈଜ୍ଞାନିକଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ସୃଷ୍ଟି କରିଛି । ଏହି କାରଣରୁ ବୈଜ୍ଞାନିକମାନେ ଏହି ଜିନିଷର ମନିଟର କରିବାରେ ଲାଗିଛନ୍ତି ଯେ SARS-CoV-2ରେ କେଉଁ ପ୍ରକାରର ଜେନେଟିକ୍ ପରିବର୍ତ୍ତନ ଘଟୁଛି । ବର୍ତ୍ତମାନ ଏହା ବିଷୟରେ ଏକ ଭଲ ଖବର ଆସିଛି ।
Npr.org ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ କହିଛନ୍ତି ଯେ, କୋରୋନା ଭୂତାଣୁରେ ପରିବର୍ତ୍ତନ ଆସୁଛି । କିନ୍ତୁ ଏପର୍ଯ୍ୟନ୍ତ ସୂଚନାକୁ ଆଧାର କରି କୁହାଯାଇପାରେ ଯେ, ଏହି ପରିବର୍ତ୍ତନ ଏତେ ଅଧିକ ନୁହେଁ ଯେ ଟୀକା ଅଦରକାରୀ ହୋଇଯିବ । ସ୍ୱିଜରଲ୍ୟାଣ୍ଡର ବେସେଲ ବିଶ୍ୱବିଦ୍ୟାଳୟର ଏପିଡେମୋଲୋଜିକାଲ ବିଶେଷଜ୍ଞ ଏମା ହୋଡକ୍ରାଫ୍ଟ କହିଛନ୍ତି ଯେ, କୋରୋନା ଭୂତାଣୁରେ ଯାହା ବି ପରିବର୍ତ୍ତନ ହେଉଛି କିମ୍ବା ଯେଉଁ ବେଗରେ ହେଉଛି ସେଥିପାଇଁ ଭୟଭୀତ ହେବାର କିଛି ନାହିଁ ।
ଜନ୍ ହପକିନ୍ସ ଆପ୍ଲାଏଡ୍ ଫିଜିକ୍ସ ଲ୍ୟାବର ବରିଷ୍ଠ ବୈଜ୍ଞାନିକ ପିଟର ଥିଲେନ୍ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ବହୁତ କମ୍ ପରିବର୍ତ୍ତନ ହୋଇଛି । ଆମେ ଏପର୍ଯ୍ୟନ୍ତ ଯାହା ଦେଖିଛୁ, ବୋଧହୁଏ ଭୂତାଣୁ କାର୍ଯ୍ୟ ଉପରେ ପ୍ରଭାବ ପକାଇବ ନାହିଁ । ଥିଲେନ କହିଛନ୍ତି ଯେ, ଆଜି ୪୭ ହଜାର Genomes ଆନ୍ତର୍ଜାତୀୟ ଡାଟାବେସରେ ଗଚ୍ଛିତ କରାଯାଇଛି । ଜିନୋମଗୁଡିକର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଭୂତାଣୁ କିପରି ପରିବର୍ତ୍ତନ ହେଉଛି ।