)
ନୂଆଦିଲ୍ଲୀ: ଭାରତରେ କୋରୋନା ଏବେ ଉଗ୍ରରୂପ ଧାରଣ କରିବାର ଆଶଙ୍କ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଭାରତ ପାଇଁ ପ୍ରଥମ ଘଟଣା । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୭୪୬୬ଟି ନୁଆ ମାମଲା ସାମ୍ନାକୁ ଆସିଛି । ସେହିପରି ୧୭୫ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତ ଏବେ ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ୍-୯କୁ ଆସିଲାଣି ।
ଏପର୍ଯ୍ୟନ୍ତ ଦେଶରେ ୧ଲକ୍ଷ ୬୫ହଜାର ୭୯୯ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୪୭୦୬ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଏବେ ୮୯୯୮୭ଟି ସକ୍ରିୟ ମାମଲା ରହିଥିବା ବେଳେ ୭୧୧୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି ।
Highest spike of 7,466 new #COVID19 cases in the last 24 hours in the country; 175 deaths reported. Total number of cases in the country now at 165799 including 89987 active cases, 71105 cured/discharged/migrated and 4706 deaths: Ministry of Health and Family Welfare pic.twitter.com/YbEb1HbDsl
— ANI (@ANI) May 29, 2020
ତେବେ କୋରୋନା ଯୋଗୁଁ ବିଶ୍ୱରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ଭାରତର ସ୍ଥାନ ଏବେ ଟପ୍ ୯ରେ ପହଞ୍ଚିଛି । କେବଳ ସେତିକି ନୁହେଁ, ମୃତ୍ୟୁ ସଂଖ୍ୟାରେ ଚାଇନାକୁ ଅତିକ୍ରମ କରିଯାଇଛି ଭାରତ । କୋରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନାରେ ଯେତେକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଭାରତରେ ଏବେ ପାଖାପାଖି ତାର ଦୁଇଗୁଣ ଆକ୍ରାନ୍ତ ଚିହ୍ନଟ ହେଲେଣି ।