• ବାତ୍ୟା ‘ଗୁଲାବ’ ପ୍ରଭାବରେ କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ
  • ‘ଜିଲ୍ଲାପାଳମାନଙ୍କୁ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ମାଲକାନଗିରିରେ ବର୍ଷା ଜାରି ରହିଛି, 50 ରୁ 60 ଗଛ ଭାଙ୍ଗିଛି
  • କୋରାପୁଟର ସୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ
  • ବାତ୍ୟା ଗୁଲାବ କ୍ଷୟକ୍ଷତି ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସମିଟ୍
  • ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଦଳାଙ୍ଗରେ ଧସିଲା ଗେଙ୍ଗୁଟି ନଦୀର ବନ୍ଧ
  • ବନ୍ଦ ହେଲା ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍‌
  • ଦେଶରେ ଦିନକରେ ୨୬,୦୪୧ ପଜିଟିଭ ଚିହ୍ନଟ; ୨୭୬ ମୃତ
  • ରାଜ୍ୟରେ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ
  • ରାଜ୍ୟରେ ପୁଣି ୫ କରୋନା ରୋଗୀ ଆଖି ବୁଜିଲେ

Pregnant Woman କୁ ୬୬ ଲକ୍ଷ ଗଣିଲା କମ୍ପାନୀ, ଜାଣନ୍ତୁ କାରଣ

ସେ ନିଜର ଦୁଇ ସହକର୍ମୀଙ୍କୁ ଏକଥା କହିଥିଲେ ଆଉ କହିଥିଲେ ଏ ବାବଦରେ କେହି ଯେମିତି ନଜାଣନ୍ତି । ତାଙ୍କୁ ଡ଼ର ଥିଲା ଯେ, କମ୍ପାନୀ ଏ ବାବଦରେ ଜାଣିଲେ କାଳେ ତାଙ୍କୁ ଚାକିରୀରୁ କାଢିଦେବେ । 

Pregnant Woman କୁ ୬୬ ଲକ୍ଷ ଗଣିଲା କମ୍ପାନୀ, ଜାଣନ୍ତୁ କାରଣ

ଲଣ୍ଡନ: ପ୍ରତିଟି କମ୍ପାନୀରେ ଗର୍ଭବତୀ ମହିଳାଙ୍କୁ ୬ ମାସର ମାତୃତ୍ୱ ଛୁଟି ମିଳିଥାଏ। ହେଲେ ଲଣ୍ଡନର ଏକ କମ୍ପାନୀରେ ଗର୍ଭବତୀ ମହିଳା ନିଜ ସ୍ୱାସ୍ଥ୍ୟାବସ୍ଥା ପାଇଁ ଦୁଇ ସପ୍ତାହର ଛୁଟି ମାଗିବାରୁ କମ୍ପାନୀ ତାଙ୍କୁ ଏକାଥରେ ଚାକିରୀ ରୁ ବାହାର କରିଦେଇଥିଲେ । ଏହି କାରଣରୁ ମହିଳାଙ୍କୁ ଏତେ ଧକ୍କା ଲାଗିଥିଲା ଯେ, ତାଙ୍କର ଶିଶୁ ପେଟରେ ହିଁ ନଷ୍ଟ ହୋଇଯାଇଥିଲା । ତେବେ କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରାଯାଇ ୬୫ ହଜାର ପାଉଣ୍ଡ ଅର୍ଥାତ୍ ୬୬ ଲକ୍ଷ ୫୭ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ରହିଛି। 

ଏକ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁସାରେ, ବ୍ରିଟେନରେ ରହୁଥିବା  Maya Geogiev ନାମକ ମହିଳା ଜୁଲାଇ ୨୦୧୮ ମସିହାରେ ମାଞ୍ଚେଷ୍ଟର ରେ Personal Insolvency Company ରେ କାମ ଆରମ୍ଭ କରିଥିଲେ । ସେହିବର୍ଷ ଅଗଷ୍ଟ ୨୯ରେ ସେ ଗର୍ଭବତୀ ଥିବା ଜାଣିପାରିଥିଲେ । ସେଥିପାଇଁ ସ୍ୱାସ୍ଥ୍ୟାବସ୍ଥା ଠିକ ନଲାଗିବାରୁ ସେ ଅଫିସ ଯିବା ଛାଡ଼ି ସେ ୱାର୍କ ଫ୍ରମ ହୋମ କରିବା ଆରମ୍ଭ କରିଥିଲେ ।

Also Read: ମହାରାଷ୍ଟ୍ରରେ ପ୍ରକୃତିର କୋପ; ହସ୍ପିଟାଲ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ୧୧ ମୃତ

Maya Geogiev ଯେତେବେଳେ ଗର୍ଭବତୀ ଥିଲେ ସେତେବେଳେ ସେ କମ୍ପାନୀରେ ପ୍ରୋଭିଜନ ପିରିୟଡରେ ଥିଲେ । ସେ ନିଜର ଦୁଇ ସହକର୍ମୀଙ୍କୁ ଏକଥା କହିଥିଲେ ଆଉ କହିଥିଲେ ଏ ବାବଦରେ କେହି ଯେମିତି ନଜାଣନ୍ତି । ତାଙ୍କୁ ଡ଼ର ଥିଲା ଯେ, କମ୍ପାନୀ ଏ ବାବଦରେ ଜାଣିଲେ କାଳେ ତାଙ୍କୁ ଚାକିରୀରୁ କାଢିଦେବେ । ହେଲେ ପରବର୍ତ୍ତୀ ସମୟରେ ମହିଳା ଏଚଆର (Human Resources) ସାମ୍ନାରେ ସବୁକିଛି ସତକଥା କହିଦେଇଥିଲେ ।

Also Read: Tokyo Olympics: ରଙ୍ଗାରଙ୍ଗ ଆତସବାଜୀରେ ଆରମ୍ଭ ହେଲା ମହାକୁମ୍ଭ

ମହିଳା ଜଣଙ୍କ ଅକ୍ଟୋବର ୮ ରେ, ପ୍ରୋଭିଜନ ପିରିୟଡ (Provision Period) ର ଶେଷ ଦିନରେ ଅଫିସକୁ ଆସିଥିଲେ । ଏଥି ସହିତ କମ୍ପାନୀର ପରାମର୍ଶଦାତା ପରିଚାଳନା ନିର୍ଦ୍ଦେଶକ ଡାନିଏଲ ମୋରିସ ତାଙ୍କୁ ଏକ ବୈଠକରେ ଡାକିଥିଲେ। ସେଠାରେ ମୋରିସ୍ ତାଙ୍କୁ କାମକୁ ନ ଆସିବାର କାରଣ ପଚାରିଥିଲେ । ମହିଳା ତାଙ୍କୁ କହିଥିଲେ ଯେ ସେ ଗର୍ଭବତୀ ଅଛନ୍ତି, କିନ୍ତୁ ସେ ଅସୁସ୍ଥ କର୍ମଚାରୀଙ୍କୁ ଟଙ୍କା ଦେଇ ପାରିବେ ନାହିଁ ବୋଲି କହି ତାଙ୍କୁ ବରଖାସ୍ତ କରିଥିଲେ।

Also Read: ଖୋଲିବ ବହୁତ 'ରାଜ୍'; ସାମ୍ନାସାମ୍ନି ହେବେ ପତ୍ନୀ ଶିଳ୍ପା ଓ ପତି କୁନ୍ଦ୍ରା

Maya Geogiev କମ୍ପାନୀକୁ ଏକ ମେଲ ଜରିଆରେ ନିଜର କାମର ସବୁ ଡିଟେଲସ ଦେବା ପରେ ବି କମ୍ପାନୀ କୌଣସି ଉତ୍ତର ରଖିନଥିଲା । ପରେ ମହିଳା ଜଣଙ୍କ ଏହି ମାନସିକ ଚିନ୍ତାଗ୍ରସ୍ତ ରହିବାରୁ ଅଧିକ ଅସୁସ୍ଥ ହୋଇପଡ଼ିଲେ ଓ ଦ୍ୱିତୀୟ ଥର ପାଇଁ ମହିଳାଙ୍କ ଗର୍ଭପାତ ହୋଇଥିଲା। ଆଉ ଏ ଘଟଣା ଡିସେମ୍ବର ୨୦୧୮ ମସିହାରେ ହୋଇଥିଲା । ମହିଳା ଜଣଙ୍କ ଅନ୍ୟ ଏକ ସ୍ଥାନରେ ଚାକିରୀ (Job) ଆରମ୍ଭ କରିଥିଲେ । ପରେ ନିଜ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ମଧ୍ୟ ସାହାସ କରି ଲଢିବାକୁ ଚେଷ୍ଟା କରିଥିଲେ । ଲେବର ଟ୍ରିବ୍ୟୁନାଲ ଏକ କେସ ଦାୟର କରିବା ପରେ କମ୍ପାନୀ କୁ ତାଙ୍କ ଗର୍ଭପାତର ଦୋଷୀ ସାବ୍ୟସ୍ତ କରାଯାଇ ୬୬ ଲକ୍ଷ ର କ୍ଷତି ଭରଣା କରିବାକୁ ଟ୍ରିବ୍ୟୁନାଲ ଆଦେଶ ଦେଇଛନ୍ତି ।