ରେଳ ଅଧିକାରୀ ଶନିବାର କହିଛନ୍ତି ଯେ, ୬୫ ବର୍ଷ ବୟସ୍କା ମହିଳା ମୁମ୍ବାଇ-ଜୟପୁର ସୁପରଫାଷ୍ଟ ଏକ୍ସପ୍ରେସ ଦ୍ୱାରା ଏଠାରେ ପହଞ୍ଚିଥିଲେ । ଷ୍ଟେସନରେ ଅବତରଣ କରିବା ମାତ୍ରେ ସେ ଅଚେତ ହୋଇଯାଇଥିଲେ । ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।
Trending Photos
)
ଜୟପୁର: ମୁମ୍ବାଇରୁ ଟ୍ରେନ ଯୋଗେ ଜୟପୁରରେ ପହଞ୍ଚିଥିବା ଜଣେ ବୃଦ୍ଧା ମହିଳାଙ୍କ ରେଳ ଷ୍ଟେସନରେ ମୃତ୍ୟୁ ଘଟିଛି । ପରୀକ୍ଷଣ ପରେ ତାଙ୍କୁ କୋରୋନା ଭୂତାଣୁ ସଂକ୍ରମଣ ହୋଇଥିବାର ପୃଷ୍ଟି ହୋଇଛି । ଯାହା ପରେ ତାଙ୍କ ସହ ଯାତ୍ରା କରୁଥିବା ପ୍ରାୟ ୯୦ ଯାତ୍ରୀଙ୍କୁ ଆଇସୋଲେଶନକୁ ପଠାଯାଇଛି ।
ରେଳ ଅଧିକାରୀ ଶନିବାର କହିଛନ୍ତି ଯେ, ୬୫ ବର୍ଷ ବୟସ୍କା ମହିଳା ମୁମ୍ବାଇ-ଜୟପୁର ସୁପରଫାଷ୍ଟ ଏକ୍ସପ୍ରେସ ଦ୍ୱାରା ଏଠାରେ ପହଞ୍ଚିଥିଲେ । ଷ୍ଟେସନରେ ଅବତରଣ କରିବା ମାତ୍ରେ ସେ ଅଚେତ ହୋଇଯାଇଥିଲେ । ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହକୁ ଡାକ୍ତରଖାନାକୁ ପଠାଯାଇଛି । ଯେଉଁଠାରେ ପରୀକ୍ଷଣ ପରେ କୋରୋନା ସଂକ୍ରମଣର ସୁନିଶ୍ଚିତ କରାଯାଇଛି ।
ସେ କହିଛନ୍ତି ଯେ, ମହିଳାଙ୍କ ସହ କମ୍ପାର୍ଟମେଣ୍ଟରେ ୯୧ ଜଣ ଯାତ୍ରୀ ଥିଲେ । ପରେ ସେହି ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଅଲଗା ଆବାସକୁ ପଠାଯାଇଛି । ଜୟପୁର ଜିଲ୍ଲା ମାଜିଷ୍ଟ୍ରେଟ ଜୋଗାରାମଙ୍କ ଅନୁଯାୟୀ ରେଳ ଅଧିକାରୀଙ୍କୁ ମହିଳାଙ୍କ ସହ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଆଇସୋଲେଶନ ପଠାଇବାକୁ କୁହାଯାଇଛି ।
ସେ କହିଛନ୍ତି ଯେ, ମହିଳାଙ୍କ ସହ କୌଣସି ଫୋନ୍ କିମ୍ବା ପରିଚୟ ପତ୍ର ମିଳିନଥିଲା । ତେଣୁ ମୁମ୍ବାଇ ରେଳ ଷ୍ଟେସନରେ ତାଙ୍କୁ ଯାଞ୍ଚ କରାଯାଇଛି କି ନାହିଁ ସେନେଇ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜସ୍ଥାନରେ ୪୪ଟି ନୂଆ ମାମଲା ଆସିବା ପରଠାରୁ ଶନିବାର ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦,୧୨୮କୁ ବୃଦ୍ଧି ପାଇଛି ।