Advertisement
Article Detail0/zeeodisha/odisha867554

ମଝି ଆକାଶରେ ଜନ୍ମ ନେଲା ଶିଶୁକନ୍ୟା, ସାହାଯ୍ୟ କଲେ ଇଣ୍ଡିଗୋ କ୍ରୁ ମେମ୍ୱର

ଶିଶୁକନ୍ୟାକୁ ସୁରକ୍ଷିତ ଭାବେ ଦୁନିଆକୁ ଆଣିବାରେ ସାହାଯ୍ୟ କରିଥିଲେ ଇଣ୍ଡିଗୋ ବିମାନରେ କାର୍ଯ୍ୟରତ ଥିବା କ୍ରୁ ମେମ୍ବର ଓ ଯାତ୍ରୀଙ୍କ ମଧ୍ୟରେ ଯାତ୍ରା କରୁଥିବା ଜଣେ ଡାକ୍ତର ମଧ୍ୟ ଏଥିରେ ସାହାଯ୍ୟ କରିଥିଲେ ।

ମଝି ଆକାଶରେ ଜନ୍ମ ନେଲା ଶିଶୁକନ୍ୟା, ସାହାଯ୍ୟ କଲେ ଇଣ୍ଡିଗୋ କ୍ରୁ ମେମ୍ୱର

ନୂଆଦିଲ୍ଲୀ: ମଝି ଆକାଶରେ ଜନ୍ମ ନେଲା ନବଜାତକ । ଇଣ୍ଡିଗୋ ଏୟାର ଲାଇନ୍ସର ଫ୍ଲାଇଟ  6E 469 ବେଙ୍ଗାଲୁରୁ (Bengaluru) ରୁ ଜୟପୁର ଯିବା ସମୟରେ ଏହି ଘଟଣା ଘଟିଛି । ତେବେ ଉଡ଼ାଣ ଭରିବାର ଦୀର୍ଘ ସମୟ ପରେ ଜନ୍ମ ନେଇଥିଲା ଶିଶୁକନ୍ୟା । ଆଉ ଶିଶୁକନ୍ୟାକୁ ସୁରକ୍ଷିତ ଭାବେ ଦୁନିଆକୁ ଆଣିବାରେ ସାହାଯ୍ୟ କରିଥିଲେ ଇଣ୍ଡିଗୋ ବିମାନରେ କାର୍ଯ୍ୟରତ ଥିବା କ୍ରୁ ମେମ୍ବର ଓ ଯାତ୍ରୀଙ୍କ ମଧ୍ୟରେ ଯାତ୍ରା କରୁଥିବା ଜଣେ ଡାକ୍ତର ମଧ୍ୟ ଏଥିରେ ସାହାଯ୍ୟ କରିଥିଲେ ।

Also Read: ସରକାରୀ ବାସଭବନରୁ ସାଂସଦଙ୍କ ମୃତଦେହ ଉଦ୍ଧାର

ତେବେ ବିମାନ (Flight) ଅବତରଣ ପରେ ମହିଳା ଓ ଶିଶୁକନ୍ୟାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲକୁ ପଠାଯାଇଥିଲା । ଆଉ ଏହାର ସମସ୍ତ ବ୍ୟବସ୍ଥା କରିଥିଲା ଇଣ୍ଡିଗୋ ଏୟାର ଲାଇନ୍ସ (Indigo AirLines) । ଇଣ୍ଡିଗୋ ଏୟାର ଲାଇନ୍ସ ର କହିବା କଥା, ମଝି ଆକାଶରେ ବିମାନଟି ଉଡ଼ାଣ ଭରୁଥିବା ବେଳେ ଖବର ଆସିଲା ଯେ, ଜଣେ ମହିଳା ଗର୍ଭ ଯନ୍ତ୍ରଣା (Labour Pain) ପାଉଛନ୍ତି ତେବେ ସଙ୍ଗେ ସଙ୍ଗେ ଅବତରଣ କରିବା ସମ୍ଭବ ନଥିଲା ଯାହା ଫଳରେ ତାଙ୍କ ପ୍ରସବ ସମୟରେ ସାହାଯ୍ୟ କରିଥିଲେ ଯାତ୍ରୀଙ୍କ ମଧ୍ୟରେ ଥିବା ଜଣେ ଡାକ୍ତର ସୁବାହାନା ନାଜିର ଓ ଇଣ୍ଡିଗୋ କ୍ରୁ ମେମ୍ବର (Indigo Crew Member) ।

Add Zee News as a Preferred Source

Also Read: ବୌଦ୍ଧ ଭିକ୍ଷୁଙ୍କ ବେଶରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି

ପରେ ଜୟପୁର (Jaipur) ରେ ପହଞ୍ଚିବା ପରେ ଡାକ୍ତରଙ୍କୁ ସ୍ବାଗତ କରିବା ସହ ଧନ୍ୟବାଦ କାର୍ଡ ଜୟପୁର ଫ୍ଲାଇଟ କର୍ମଚାରୀଙ୍କ ପକ୍ଷରୁ ଦିଆଯାଇଥିଲା । ତେବେ ଡାକ୍ତର ଓ କ୍ରୁ ମେମ୍ବରଙ୍କ ଏଭଳି ମହତ କାମକୁ ନେଇ ସମସ୍ତେ ପ୍ରଂଶସା କରିଛନ୍ତି । ଶିଶୁକନ୍ୟାକୁ ଜନ୍ମ ଦେବା ପରେ ମହିଳା ଓ ନବଜାତକଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍ ଥିବା ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

About the Author