ଆଜି ମହିଳା ଟି-୨୦ ଚ୍ୟାଲେଞ୍ଜ; ଉଦଘାଟନୀରେ ମିତାଲି-ହରମନପ୍ରୀତ ମୁହାଁମୁହିଁ
Advertisement

ଆଜି ମହିଳା ଟି-୨୦ ଚ୍ୟାଲେଞ୍ଜ; ଉଦଘାଟନୀରେ ମିତାଲି-ହରମନପ୍ରୀତ ମୁହାଁମୁହିଁ

ଆଜିଠୁ ଆରମ୍ଭ ହେଉଛି ମହିଳା ଟି-୨୦ ଚ୍ୟାଲେଞ୍ଜ। ଉଦଘାଟୀ ମ୍ୟାଚରେ ମୁହାଁମୁହିଁ ହେବେ ସୁପରନୋଭାସ ଓ ଭେଲୋସିଟି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଆଇପିଏଲ ପରେ ଯୁଏଇରେ ଜମିବ ମହିଳା ଟି-୨୦ ଚ୍ୟାଲେଞ୍ଜ। ଆଜି ସାରଜା ଷ୍ଟାଡିୟମରେ ଖେଳାଯିବ ଉଦଘାଟନୀ ମ୍ୟାଚ। ସନ୍ଧ୍ୟା ସାଢା ୭ଟା ବେଳେ ମିତାଲି ରାଜଙ୍କ ନେତୃତ୍ୱାଧିନ ଭେଲୋସିଟି ଓ ହରମନପ୍ରୀତ କୌରଙ୍କ ସୁପରନୋଭାସ ମଧ୍ୟରେ ମୁକାବିଲା ହେବ।

ମହିଳା ଟି-୨୦ ଚ୍ୟାଲେଞ୍ଜ ପଏଣ୍ଟ ଟେବୁଲର ଟପରେ ଥିବା ୨ ଦଳ ମଧ୍ୟରେ ଆଜିର ଲଢେଇ ହେବ। ବିଗତ ୨ଟି ସଂସ୍କରଣରେ ସୁପରନୋଭାର ଚମ୍ପିଆନ ହୋଇଛି। ଏଥର ହ୍ୟାଟ୍ରିକ ଲକ୍ଷ୍ୟରେ ଟିମ ପଡିଆକୁ ଓହ୍ଲାଇବ। ସେପଟେ ଗତଥରର ଉପ ବିଜେତା ଭେଲୋସିଟି ଓପନିଂ ମ୍ୟାଚରେ ସୁପନୋଭାସକୁ ହରାଇ ନିଜର ବଦଲା ନେବାକୁ ଚାହିଁବ। ଭେଲୋସିଟି ଟିମରେ ଓଡିଆ ଝିଅ ଦିବ୍ୟଦର୍ଶିନୀଙ୍କୁ ଦେଖିବାକୁ ମିଳିବ।

ଆସନ୍ତାକାଲିର ମ୍ୟାଚ ଭେଲୋସିଟି ଓ ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର ମଧ୍ୟରେ ଅନୁଷ୍ଠିତ ହେବ। ୬ ତାରିଖ ଗୋଟିଏ ଦିନ ବିରତି ପରେ ୭ରେ ଟ୍ରେଲବ୍ଲେଜର ଓ ସୁପରନୋଭାସ ଲଢେଇ କରିବେ। ସେହିପରି ଆଇପିଏଲର ପୂର୍ବର ସନ୍ଧ୍ୟା ଅର୍ଥାତ ୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ।

ସୂଚନାଯୋଗ୍ୟ, ୩ଟି ଟିମକୁ ନେଇ ମହିଳା ଟି-୨୦ ଚ୍ୟାଲେଞ୍ଜ ଟ୍ରଫି ଖେଳାଯାଉଛି। ପ୍ରତ୍ୟକ ଟିମରେ ୪ ବିଦେଶୀଙ୍କ ସମେତ ୧୫ ଜଣ ଲେଖାଏଁ ଖେଳାଳି ଅଛନ୍ତି। ଏଥିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା, ଥାଇଲାଣ୍ଡ ଭଳି ଦେଶର ଶ୍ରେଷ୍ଠ କ୍ରିକେଟରଙ୍କୁ ସାମିଲ କରାଯାଇଛି।