Advertisement
Article Detail0/zeeodisha/odisha763220
Zee OdishaOdisha National-Internationalଆଇପିଏଲ୍ ପ୍ଲେ ଅଫ ସପ୍ତାହରେ ମହିଳା ଟି-୨୦ ଚ୍ୟାଲେଞ୍ଜ

ଆଇପିଏଲ୍ ପ୍ଲେ ଅଫ ସପ୍ତାହରେ ମହିଳା ଟି-୨୦ ଚ୍ୟାଲେଞ୍ଜ

ଆଇପିଏଲ୍ ପ୍ଲେ ଅଫ ସପ୍ତାହରେ ଦୁବାଇରେ ଅନୁଷ୍ଠିତ ହେବ ମହିଳା ଟି-୨୦ ଚ୍ୟାଲେଞ୍ଜ। କୋରୋନା କଟକଣା ଭିତରେ ତିନି ଦଳୀୟ ମ୍ୟାଚ ଖେଳାଯିବ ଏହାକୁ ନେଇ ଭାରତୀୟ ଯୁବ କ୍ରିକେଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଆଇପିଏଲ୍ ପ୍ଲେ ଅଫ ସପ୍ତାହରେ ମହିଳା ଟି-୨୦ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ:  କୋରୋନା ସଙ୍କଟ ଭିତରେ ଆରମ୍ଭ ହୋଇଯାଇଛି କ୍ରିକେଟ ଋତୁ। ଚଳିତବର୍ଷ ୟୁଏଇ ସାଜିଛି ଏହାର କ୍ରୀଡା ଗ୍ରାମ। ଏବେ ସେଠାରେ ଆଇପିଏଲ ଚାଲିଛି। ଆଉ ଏହାରି ପ୍ଲେ ଅଫ୍ ଭିରତରେ ମହିଳା ଟି-୨୦ ଚ୍ୟାଲେଞ୍ଜ ଅନୁଷ୍ଠିତ ହେବ ବୋଲି ବିସିସିଆଇ ସୂଚନା ଦେଇଛି।

ନଭେମ୍ବର ୪ ଠାରୁ ଦୁବାଇର ସରଜାରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ଏଥି ୩ ଦଳିୟ ଟୁର୍ଣ୍ଣାମେଣ୍ଟ ପାଇ ଟିମ ଇଣ୍ଡିଆ ଜୋରସୋରରେ ପ୍ରସ୍ତୁତି ଚଳାଇଛି। ବିଭିନ୍ନ ବର୍ଗର ଟପ୍ ୩୦ ଫ୍ଲେୟାର୍ସଙ୍କୁ ଏଥିପାଇଁ ଚୟନ କରାଯାଇଛି। ଅକ୍ଟୋବର ୧୩ ତାରିଖରେ ସମସ୍ତ ଖେଳାଳି ମୁମ୍ବାଇରେ ଏକତ୍ରିତ ହେବେ। ସେଠାରେ ୯ ଦିନିଆ ସଙ୍ଗରୋଧରେ ରହିଲା ପରେ ୨୧ କିମ୍ବା ୨୨ରେ ଦୁବାଇ ଅଭିମୁଖେ ଯାତ୍ରା କରିବେ।

ଦୁବାଇ ପହଞ୍ଚିବା ପରେ ମଧ୍ୟ ଖେଳାଳିଙ୍କୁ ଆଉ ସପ୍ତାହେ ସଙ୍ଗରୋଧରେ ରହିବାକୁ ପଜିବ। ଏହି ସମୟରେ ତିନୋଟି ପର୍ଯ୍ୟାୟରେ ଖେଳାଳିଙ୍କ କରୋନା ଟେଷ୍ଟ ହେବ। ଯେଉଁମାନେ ନେଗେଟିଭ୍ ଆସିବେ ସେମାନଙ୍କୁ ଟିମରେ ସାମିଲ କରାଯିବ ବୋଲି ବିସିସିଆଇ କହିଛି। ସେପଟେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଭେଟେରାନ କ୍ରିକେଟର ମିତାଲି ରାଜ ଓ ଝୁଲଣ ଗୋସ୍ୱାମୀଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି।

Add Zee News as a Preferred Source
About the Author