ହକିରେ ମହିଳା ଦଳ ରଚିଲା ଇତିହାସ, ଅଷ୍ଟ୍ରେଲିଆକୁ ମାତ୍ ଦେଇ ପହଞ୍ଚିଲା ସେମିଫାଇନାଲ
Advertisement

ହକିରେ ମହିଳା ଦଳ ରଚିଲା ଇତିହାସ, ଅଷ୍ଟ୍ରେଲିଆକୁ ମାତ୍ ଦେଇ ପହଞ୍ଚିଲା ସେମିଫାଇନାଲ

ଭାରତର ମହିଳା ଦଳ ହକି ଦଳ ଟୋକିଓ ଅଲିମ୍ପିକ୍ସ (Tokyo Olympics 2020) ରେ ଇତିହାସ ସୃଷ୍ଟି କରିଛି । ଅଷ୍ଟ୍ରେଲିଆକୁ ୧-୦ ରେ ପରାସ୍ତ କରି ଭାରତୀୟ ମହିଳା ଦଳ ସେମିଫାଇନାଲରେ ପ୍ରବେଶ କରିଛି । ଏହା ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି ।

ହକିରେ ମହିଳା ଦଳ ରଚିଲା ଇତିହାସ, ଅଷ୍ଟ୍ରେଲିଆକୁ ମାତ୍ ଦେଇ ପହଞ୍ଚିଲା ସେମିଫାଇନାଲ

ନୂଆଦିଲ୍ଲୀ: ଭାରତର ମହିଳା ଦଳ ହକି ଦଳ ଟୋକିଓ ଅଲିମ୍ପିକ୍ସ (Tokyo Olympics 2020) ରେ ଇତିହାସ ସୃଷ୍ଟି କରିଛି । ଅଷ୍ଟ୍ରେଲିଆକୁ ୧-୦ ରେ ପରାସ୍ତ କରି ଭାରତୀୟ ମହିଳା ଦଳ ସେମିଫାଇନାଲରେ ପ୍ରବେଶ କରିଛି । ଏହା ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି । ମ୍ୟାଚରେ ଗୁରୁଜିତ କୌର ଭାରତ ପାଇଁ ଏକ ମାତ୍ର ଗୋଲ କରିଛନ୍ତି ।

ଆଜି ତିନିଥର ଅଲିମ୍ପିକ୍ ଚାମ୍ପିଅନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଅଧିନାୟକ ରାନୀ ରାମପାଲଙ୍କ ନେତୃତ୍ୱରେ ଖେଳୁଥିବା ଭାରତ ପାଇଁ ଏହି ମ୍ୟାଚ୍ ସହଜ ନଥିଲା । ଏହି ମ୍ୟାଚରେ ସମସ୍ତେ ନିଶ୍ଚିତ ହୋଇଥିଲେ ଯେ ଏହି ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ସହଜ ହେବ ନାହିଁ । ତେବେ ଏହି ସମସ୍ତ ଭୟକୁ ଦୂର କରି ଭାରତୀୟ ମହିଳା ଦଳ କେବଳ ଅଷ୍ଟ୍ରେଲିଆକୁ ପରାସ୍ତ କରିନାହାଁନ୍ତି ପଦକ ଆଶା ବଢାଇଛନ୍ତି ।

ଅଧିକ ପଢ଼ନ୍ତୁ:-ଦେଶରେ ଲଗାତର ଷଷ୍ଠ ଦିନ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ପ୍ରଥମ କ୍ୱାର୍ଟରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସମାନ ଟକ୍କର ଦେଖିବାକୁ ମିଳିଥିଲା । ଯଦିଓ ଅଷ୍ଟ୍ରେଲିଆ ପ୍ରଥମେ ଭାରତର ପ୍ରତିରକ୍ଷା ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲା ​​ଏବଂ ମ୍ୟାଚର ଦ୍ୱିତୀୟ ମିନିଟରେ ଭାରତୀୟ ଗୋଲ ଉପରେ ଆକ୍ରମଣ କରିଥିଲା, କିନ୍ତୁ ସବିତା ସେମାନଙ୍କୁ ଅଟକାଇଥିଲେ । ମ୍ୟାଚର ନବମ ମିନିଟରେ ଭାରତ ମଧ୍ୟ ଅଷ୍ଟ୍ରେଲିଆ ଉପରେ ଚାପ ପକାଇଥିଲା ଏବଂ ବନ୍ଦନା କଟାରିଆଙ୍କ ପାସକୁ ଅଧିନାୟକ ରାମପାଲ ରାନୀ ଡିଫ୍ କରିଥିଲେ, କିନ୍ତୁ ବଲ୍ ଗୋଲପୋଷ୍ଟକୁ ଲାଗିଥିଲା । ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଉଭୟ ଦଳ ଗୋଟିଏ ଗୋଲ ସ୍କୋର କରିପାରିନଥିଲେ ଏବଂ ସ୍କୋର 0-0 ରେ ଥିଲା ।

ଦ୍ୱିତୀୟ କ୍ୱାର୍ଟରରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା ​ଓ କ୍ରମାଗତ ଭାବରେ ଅଷ୍ଟ୍ରେଲିଆ ଉପରେ ଆକ୍ରମଣ କରିଥିଲା । ୨୨ତମ ମିନିଟରେ ଏହାର ଲାଭ ମଧ୍ୟ ମିଳିଥିଲା ଯେତେବେଳେ ଗୁରୁଜିତ କୌର ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରି ଏହି ମ୍ୟାଚରେ ଟିମ୍ ଇଣ୍ଡିଆକୁ ୧-0ରେ ଅଗ୍ରଣୀ କରାଇଥିଲେ । ଏହା ପରେ ଅଷ୍ଟ୍ରେଲିଆ ମଧ୍ୟ ସ୍କୋର କରିବାର ଅନେକ ସୁଯୋଗ ସୃଷ୍ଟି କରିଥିଲା ​​କିନ୍ତୁ ଭାରତର ପ୍ରତିରକ୍ଷାକୁ ଭେଦ କରି ଗୋଲ କରିବାରେ ବିଫଳ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍ ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ତୃତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଭାରତ ଉପରେ ଜୋରଦାର ଆକ୍ରମଣ କରିଥିଲା । ଦଳ ମଧ୍ୟ ଏହି କ୍ୱାର୍ଟରରେ ଦୁଇଟି ପେନାଲ୍ଟି କର୍ଣ୍ଣର ପାଇଥିଲା, ଯଦିଓ ଅଷ୍ଟ୍ରେଲିଆ ଭାରତର ଉତ୍କୃଷ୍ଟ ପ୍ରତିରକ୍ଷା ଆଗରେ ଗୋଲ୍ କରିବାରେ ବିଫଳ ହୋଇଥିଲା । ତୃତୀୟ କ୍ୱାର୍ଟର ଶେଷ ହେବା ପରେ ମଧ୍ୟ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଥିଲା ।

ଅଧିକ ପଢ଼ନ୍ତୁ:-ଆସିଯାଇଛି ଅଗଷ୍ଟ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଶେଷ କ୍ୱାର୍ଟରରେ ମଧ୍ୟ ଭାରତର ଚମତ୍କାର ପ୍ରତିରକ୍ଷାକୁ ଭେଦିବାରେ ଅଷ୍ଟ୍ରେଲିଆ ବିଫଳ ହୋଇଥିଲା । ଯଦିଓ ୫୧ ମିନିଟରେ ଅଷ୍ଟ୍ରେଲିଆକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଭାରତୀୟ ପ୍ରତିରକ୍ଷା ସେମାନଙ୍କ ଉଦ୍ୟମକୁ ବିଫଳ କରିଥିଲା । ଏହା ପରେ ୫୨ତମ ମିନିଟରେ ସବିତା ଅନ୍ୟ ଏକ ଆକ୍ରମଣର ଚମତ୍କାର ପ୍ରତିରକ୍ଷା କରିଥିଲେ ଏବଂ ଶେଷରେ ଭାରତ ୧-୦ ରେ ଏହି ନିର୍ଣ୍ଣାୟକ ବିଜୟ ହାସଲ କରିଛି ।