ୱାର୍କ ଫର୍ମ ହୋମରେ ବଦଳିଯିବ Salary System! ଶୁଭାରମ୍ଭ କଲା Google
Google Hybrid Work Culture: ବିଶ୍ୱର ବୃହତ ଟେକ୍ନୋଲୋଜି କମ୍ପାନୀ ଗୁଗୁଲ୍ ହାଇବ୍ରିଡ୍ ୱାର୍କ ମଡେଲ୍ ଉପସ୍ଥାପନ କରିଛି । ଏହା ଅଧୀନରେ ଗୁଗୁଲର ଅଧିକାଂଶ କର୍ମଚାରୀ ସପ୍ତାହରେ ତିନି ଦିନ ଅଫିସରେ ରହି କାମ କରିବେ ।
ନୂଆଦିଲ୍ଲୀ: କରୋନା ଭାଇରସ୍ (Coronavirus) କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଯାଉଛି । ବିଶ୍ୱର ଅଧିକାଂଶ ଦେଶରେ ଲକଡାଉନ୍ (Lockdown) ଦୀର୍ଘ ସମୟ ଧରି ରହିଆସିଛି । ବିଶ୍ୱର ସର୍ବବୃହତ ଟେକ୍ନୋଲୋଜି କମ୍ପାନୀ ଗୁଗୁଲ୍ ଏକ ହାଇବ୍ରିଡ୍ ୱାର୍କ ମଡେଲ୍ ଉପସ୍ଥାପନ କରିଛି । ଏହା ଅଧୀନରେ ଗୁଗୁଲର ଅଧିକାଂଶ କର୍ମଚାରୀ ସପ୍ତାହରେ ତିନି ଦିନ ଅଫିସରେ କାମ କରିବେ । କର୍ମଚାରୀମାନେ ସପ୍ତାହରେ ଦୁଇ ଦିନ ନିଜ ପସନ୍ଦର ସ୍ଥାନରୁ କାମ କରିବାକୁ ସମର୍ଥ ହେବେ । ଗୁଗୁଲ୍ ଓ ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇ (Sundar Pichai) ଏହି ସୂଚନା ଦେଇଛନ୍ତି ।
ଗୁଗୁଲର ନୂତନ ୱାର୍କ ମଡେଲ୍
ଗୁଗୁଲ୍ ଏହାର କର୍ମଚାରୀମାନଙ୍କ ପାଇଁ ଏକ ନୂତନ 'ହାଇବ୍ରିଡ୍' ୱାର୍କ ମଡେଲ୍ (Hybrid Work Model) ପ୍ରସ୍ତୁତ କରିଛି । ଗୁଗୁଲର ବିଶ୍ୱବ୍ୟାପୀ ପ୍ରାୟ ୧୪୦,୦୦୦ କର୍ମଚାରୀ ଅଛନ୍ତି । ଗୁଗୁଲ ୱାର୍କ କଲ୍ଚରରେ ଅନେକ ପରିବର୍ତ୍ତନ କରିଛି । ଯେଉଁଥିରେ ୬୦% କର୍ମଚାରୀ ସପ୍ତାହର ନିର୍ଦ୍ଦିଷ୍ଟ ଦିନରେ ଅଫିସରେ କାମ କରିବାକୁ ପଡିବ, ୨୦% କର୍ମଚାରୀ ଅଲଗା ଅଲଗା ଅଫିସରୁ ରହି କାମ କରିବେ, ଅବଶିଷ୍ଟ ୨୦% ଗୁଗୁଲ୍ କର୍ମଚାରୀମାନେ ୱାର୍କ ଫର୍ମ ହୋମରେ କରିପାରିବେ ।
ଅଧିକ ପଢ଼ନ୍ତୁ: ମାଲ୍ୟା, ନିରଭ ଓ ଚୋକସି ମାମଲାକୁ ନେଇ ଆସିଲା ବଡ ଖବର! ED ଟ୍ରାନ୍ସଫର କଲା ଜବତ ସମ୍ପତ୍ତି
ଏହି ଅନୁସାରେ ମିଳିବରେ ଦରମା
ଗୁଗୁଲର (Google) ଏହି ନୂତନ ୱାର୍କ ମଡେଲରେ କୁହାଯାଇଛି ଯେ ଯଦି ଜଣେ କର୍ମଚାରୀ ଶସ୍ତା ସହରକୁ ଯାଆନ୍ତି, ତା’ହେଲେ ତାଙ୍କର ଦରମା ଓ ପେ ସ୍କେଲର ପରିବର୍ତ୍ତନ ହେବ । ନୂତନ କାର୍ଯ୍ୟ ଅବସ୍ଥାନ ଉପକରଣ ଅନୁଯାୟୀ, କୌଣସି କର୍ମଚାରୀଙ୍କ ଦରମା ନିଜ ଚାକିରି ସ୍ଥାନ, ରହିବା ସ୍ଥାନ ଓ ଲୋକାଲିଟି ଆଧାରରେ ଦିଆଯିବ । ଅର୍ଥାତ ବର୍ତ୍ତମାନ ଦରମା ଏହାର ମୁଦ୍ରାସ୍ଫୀତି ଅନୁଯାୟୀ ସେମାନଙ୍କ ଅଞ୍ଚଳକୁ ଦୂରରୁ ଘୁଞ୍ଚାଇ ସ୍ଥିର କରାଯିବ ।
ଅଧିକ ପଢ଼ନ୍ତୁ: CTET Exam କୁ ନେଇ ଆସିଲା ବଡ ଅପଡେଟ, ପ୍ରାର୍ଥୀମାନେ ଏହିପରି କରିପାରିବେ ରାଙ୍କିଙ୍ଗର ଉନ୍ନତି
ଗୁଗୁଲ୍ କର୍ପୋରେଟ୍ ରିଟ୍ରିଟ କରିଛି ଅଧିକ ଖର୍ଚ୍ଚ
ଉଲ୍ଲେଖନୀୟ ବିଷୟ ହେଉଛି, ଗୁଗୁଲ୍ କର୍ମଚାରୀଙ୍କ ଯତ୍ନ, ମସାଜ୍ ଟେବୁଲ୍, କ୍ୟାଟେଡ୍ ରୋଷେଇ ଓ କର୍ପୋରେଟ୍ ରିଟ୍ରିଟ ଭଳି ସୁବିଧା ପାଇଁ ବହୁ ଖର୍ଚ୍ଚ କରିଥାଏ, କିନ୍ତୁ ୱାର୍କ ଫର୍ମ ହୋମ ସମୟରେ ଏହି ଭତ୍ତା ଦିଆଯାଉ ନାହିଁ । ଯେଉଁ କାରଣରୁ କମ୍ପାନୀ ବହୁତ ସଞ୍ଚୟ କରୁଛି । ଗୁଗୁଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନ୍ଦର ପିଚାଇ ରିମୋଟ୍ ଲୋକେସନ ଓ ୱାର୍କ0 ଫର୍ମ ହୋମ ଫ୍ଲେକ୍ସିବିଲିଟିକୁ ନେଇ ଆଲୋଚନା କରିଛନ୍ତି ଯାହା ଦ୍ୱାରା କରୋନା ସଂକ୍ରମଣ ଯୋଗୁଁ ବନ୍ଦ ଥିବା ଅଫିସ୍ ପୁନର୍ବାର ଖୋଲା ଯାଇପାରିବ ।