ବିଶ୍ୱ ବ୍ୟାଙ୍କର ସାମାଜିକ ସୁରକ୍ଷା ପ୍ୟାକେଜ୍: ଭାରତକୁ ୧ ବିଲିୟନ୍ ଡଲାର୍ ଦେବାକୁ ଘୋଷଣା
Advertisement
Article Detail0/zeeodisha/odisha681668

ବିଶ୍ୱ ବ୍ୟାଙ୍କର ସାମାଜିକ ସୁରକ୍ଷା ପ୍ୟାକେଜ୍: ଭାରତକୁ ୧ ବିଲିୟନ୍ ଡଲାର୍ ଦେବାକୁ ଘୋଷଣା

କୋରୋନା ସଙ୍କଟ ମଧ୍ୟରେ ଭାରତକୁ ମିଳିଲା ଆଶ୍ୱସ୍ତି । ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଭାରତକୁ ବିଶ୍ୱ ବ୍ୟାଙ୍କ ଦେଇଛି ୧ ବିଲିୟନ୍ ଡଲାର୍(୭୬୦୦କୋଟି) ପ୍ୟାକେଜ୍ । ଏହି ପ୍ୟାକେଜ୍ ସାମାଜିକ ସୁରକ୍ଷା ଦିଗରେ ବିନିଯୋଗ ହେବ ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: କୋଭିଡ-୧୯ ଭଳି ମହାମାରୀ ସମୟରେ ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ଦୁର୍ଦ୍ଦିନ ଭିତରେ ଗତି କରୁଛନ୍ତି । ଏଥିମଧ୍ୟରୁ ଭାରତ ଅନ୍ୟତମ । କୋରୋନା ମହାମାରୀ ସହ ଲଢ଼େଇ କରିବା ପାଇଁ ଭାରତକୁ ବିଭିନ୍ନ ସମୟରେ ଅର୍ଥ ରାଶି ମିଳିଛି । ଏହା ପୂର୍ବରୁ ବ୍ରିକ୍ସ ଦେଶର ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ୍ ୧ ଆରବ ଡଲାର ଜରୁରୀକାଳୀନ ସହାୟତା ରାଶି ଦେବା ପାଇଁ ଘୋଷଣା କରିଥିଲେ ।                                             

ବିଶ୍ୱ ବ୍ୟାଙ୍କର ଭାରତ ମୁଖ୍ୟ ଜୁନେଦ ଅହମ୍ମଦ କହିଛନ୍ତି ଯେ, ୩ଟି କ୍ଷେତ୍ରରେ ଅର୍ଥାତ୍ ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଓ MSME (କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ) ଆଦି କ୍ଷେତ୍ରରେ ଭାରତ ସହ ଭାଗିଦାରୀ କରିବ ୱାର୍ଲ୍ଡ ବ୍ୟାଙ୍କ । ସାମାଜିକ ସୁରକ୍ଷା ପାଇଁ ପ୍ରବାସୀ, ଅଣ ସଙ୍ଗଠିତ ଶ୍ରମିକଙ୍କୁ ରୋଜଗାରିତା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ।

fallback

NDBର ୧ଅରବ ଡଲାରର ସହାୟତା 

ଏହା ପୂର୍ବରୁ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ୍ ଭାରତକୁ ୧ ଅରବ ଡ଼ଲାର ରାଶିର ଘୋଷଣା କରିଥିଲେ । ଜରୁରୀକାଳୀନ ସମୟରେ ବିନିଯୋଗ ପାଇଁ ଏହି ରାଶି ଦିଆଯାଇଥିଲା । ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ୍( NDB) ଅନୁଯାୟୀ ଭାରତରେ କୋଭିଡ଼-୧୯ ସମୟରେ ସାମାଜିକ, ଆର୍ଥିକ କ୍ଷେତ୍ରରେ ହେଉଥିବା କ୍ଷତି ରୋକିବା ପାଇଁ ଏହି ରାଶି ସହାୟକ ହେବ ।

ADBର ୧.୫ ଅରବ ଡଲାର ସହାୟତା

ଏହା ବ୍ୟତୀତ ଏସିଆଇ ବିକାଶ ବ୍ୟାଙ୍କ( ADB) କୋରୋନା ମୁକାବିଲା ପାଇଁ ଭାରତକୁ ୧.୫ ଅରବ ଡଲାରର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରୋତ୍ସାହନ ରାଶି ଭାରତ ସରକାରଙ୍କୁ ମହାମାରୀ ସହ ଲଢ଼େଇ କରିବାକୁ ସହାୟତା କରିବ । କୋଭିଡ୍ ପାଇଁ ହେଉଥିବା ସାମାଜିକ ଓ ଆର୍ଥିକ ସ୍ତରରେ କ୍ଷତିକୁ ରୋକିବ ମିଳିଥିବା ପ୍ୟାକେଜ୍ ।

;