କୋରୋନା ଓ ଭ୍ୟାକ୍ସିନକୁ ନେଇ ଏ କ'ଣ କହିଗଲେ WHO ମୁଖ୍ୟ
Advertisement

କୋରୋନା ଓ ଭ୍ୟାକ୍ସିନକୁ ନେଇ ଏ କ'ଣ କହିଗଲେ WHO ମୁଖ୍ୟ

ଆପଣଙ୍କୁ କହିରଖୁଛୁ ଯେ ୟୁରୋପୀୟ ୟୁନିଅନର ମେଡିକାଲ ଏଜେନ୍ସି କିଛି ଦିନ ପୂର୍ବରୁ କହିଥିଲା ଯେ ୟୁରୋପରେ କୋରୋନାର ୯୦ ପ୍ରତିଶତ ନୂଆ ମାମଲା ଡେଲଟା ଭାରିଆଣ୍ଟ ସହିତ ଜଡିତ ହୋଇପାରେ । ୟୁରୋପୀୟ ରୋଗ ନିରାକରଣ ଏବଂ ନିୟନ୍ତ୍ରଣ କେନ୍ଦ୍ର କହିଛି ଯେ, ବହୁତ ସମ୍ଭବତଃ ଏହି ଗ୍ରୀଷ୍ମ ଋତୁରେ ଡେଲ୍ଟା ଭାରିଆଣ୍ଟ ବହୁତ ଦ୍ରୁତ ଗତିରେ ବ୍ୟାପିପାରେ । 

କୋରୋନା ଓ ଭ୍ୟାକ୍ସିନକୁ ନେଇ ଏ କ'ଣ କହିଗଲେ WHO ମୁଖ୍ୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ଭୂତାଣୁ (Coronavirus) ତାଣ୍ଡବ କରୁଛି । ଏହି ମହାମାରୀ ଭୂତାଣୁ (COVID-1 ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ସେପଟେ ସମୟେ ସମୟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୋରୋନା ଭୂତାଣୁ ଓ ଭ୍ୟାକ୍ସିନ (Corona Vaccine) କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ବିଶ୍ୱବାସୀଙ୍କୁ ପ୍ରଦାନ କରିଆସୁଛି । ଏହି କ୍ରମରେ  WHO ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ (Tedros Adhanom Ghebreyesus) କହିଛନ୍ତି ଯେ, ପ୍ରାୟ ୧୦୦ଟି ଦେଶରେ ଅଧିକ ସଂକ୍ରାମକ ଡେଲ୍ଟା ଭାରିଆଣ୍ଟ (Delta Variants) ଚିହ୍ନଟ ହୋଇଛି ଏବଂ ଏହାକୁ ଦେଖି ଦୁନିଆ କୋଭିଡ-19 ମହାମାରୀର 'ଅତ୍ୟନ୍ତ ବିପଜ୍ଜନକ' ପର୍ଯ୍ୟାୟରେ ଅଛି । 

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର! ଆକାଉଣ୍ଟରେ ଆସିବ ୨,୧୮,୨୦୦ ଟଙ୍କା ଆସିବ, ଜାଣନ୍ତୁ କିପରି

ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଡେଲ୍ଟା ଭାରିଆଣ୍ଟ (Delta Variant) ବିକଶିତ ଓ ପରିବର୍ତ୍ତନ ହେଉଛି ଏବଂ ଏହା ଅନେକ ଦେଶରେ କୋଭିଡ-19 (COVID-19) ର ମୁଖ୍ୟ ଭୂତାଣୁ ପାଲଟିଛି । ସେ କହିଛନ୍ତି ମୁଁ ବିଶ୍ୱର ନେତାମାନଙ୍କୁ ଅନୁରୋଧ କରିସାରିଛି ଯେ ଆସନ୍ତା ବର୍ଷ ଏହି ସମୟ ସୁଦ୍ଧା ପ୍ରତ୍ୟେକ ଦେଶର ୭୦ ପ୍ରତିଶତ ଲୋକଙ୍କ ଟିକାକରଣ କରିନିଆଯାଉ ।

ସେ କହିଛନ୍ତି ଯେ, ପୂର୍ବରୁ ଏହି ଟିକାର ତିନି ବିଲିୟନ ଡୋଜ୍ ବଣ୍ଟନ ହୋଇସାରିଛି ଏବଂ  ଏହା କେତେକ ଦେଶର ସାମୂହିକ ଶକ୍ତି ମଧ୍ୟରେ ରହିଛି ଯେ ସେମାନେ ଆଗରେ ଆସନ୍ତୁ ଓ ସୁନିଶ୍ଚିତ କରନ୍ତୁ କି ଟିକା ଟିକା ବଣ୍ଟନ ହେଉଥିବ । ବୈଶ୍ୱିକ ସ୍ତରରେ ଦିଆଯାଉଥିବା ଟିକାର ଡୋଜ ମଧ୍ୟରୁ ଦୁଇ ପ୍ରତିଶତରୁ କମ୍ ଗରିବ ଦେଶରେ ଅଛନ୍ତି । ତେବେ ବ୍ରିଟେନ, ଆମେରିକା, ଫ୍ରାନ୍ସ ଏବଂ କାନାଡା ସମେତ ଧନୀ ଦେଶମାନେ କୋଭିଡ-19 ର ଏକ ବିଲିୟନ ଟିକା ଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି । WHO ଆକଳନ କରିଛି ଯେ ଦୁନିଆକୁ ଟିକାକରଣ ପାଇଁ ୧୧ ବିଲିୟନ (୧୧୦୦ କୋଟି) ଡୋଜ ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-କୋରୋନାର ତୃତୀୟ ଲହର ଆସିବ କି ନାହିଁ? ଜାଣନ୍ତୁ କ'ଣ କହିଛନ୍ତି ସରକାର

ଆପଣଙ୍କୁ କହିରଖୁଛୁ ଯେ ୟୁରୋପୀୟ ୟୁନିଅନର ମେଡିକାଲ ଏଜେନ୍ସି କିଛି ଦିନ ପୂର୍ବରୁ କହିଥିଲା ଯେ ୟୁରୋପରେ କୋରୋନାର ୯୦ ପ୍ରତିଶତ ନୂଆ ମାମଲା ଡେଲଟା ଭାରିଆଣ୍ଟ ସହିତ ଜଡିତ ହୋଇପାରେ । ୟୁରୋପୀୟ ରୋଗ ନିରାକରଣ ଏବଂ ନିୟନ୍ତ୍ରଣ କେନ୍ଦ୍ର କହିଛି ଯେ, ବହୁତ ସମ୍ଭବତଃ ଏହି ଗ୍ରୀଷ୍ମ ଋତୁରେ ଡେଲ୍ଟା ଭାରିଆଣ୍ଟ ବହୁତ ଦ୍ରୁତ ଗତିରେ ବ୍ୟାପିପାରେ । ବିଶେଷ କରି ଯୁବକମାନଙ୍କ ମଧ୍ୟରେ ଯେଉଁମାନେ ଏପର୍ଯ୍ୟନ୍ତ ଟିକା ପାଇନାହାଁନ୍ତି । ଏଜେନ୍ସି କହିଛି - ନୂତନ ଡେଲଟା ଭାରିଆଣ୍ଟ ଅଧିକ ସଂକ୍ରାମକ ଅଟେ । ଆମେ ଅନୁମାନ କରୁଛୁ ଯେ ଅଗଷ୍ଟ ଶେଷ ସୁଦ୍ଧା ୟୁରୋପରେ ୯୦ ପ୍ରତିଶତ ମାମଲା ଏହି ଭାରିଆଣ୍ଟ ସହିତ ଜଡିତ ହେବ । ଏଜେନ୍ସି ଆକଳନ କରିଛି ଯେ ଡେଲଟା ଭାରିଆଣ୍ଟ ଏହାର ପୂର୍ବ ଆଲଫା ଭାରିଆଣ୍ଟ ଅପେକ୍ଷା ୪୦-୬୦ ଗୁଣ ଅଧିକ ସଂକ୍ରାମକ ହୋଇପାରେ ।