Advertisement
Article Detail0/zeeodisha/odisha762562
Zee OdishaOdisha National-Internationalବିଶ୍ୱ ଡାକ ଦିବସ: ପାଳନ ପଛରେ ଭାରତର ଅତୁଳନୀୟ ଅବଦାନ

ବିଶ୍ୱ ଡାକ ଦିବସ: ପାଳନ ପଛରେ ଭାରତର ଅତୁଳନୀୟ ଅବଦାନ

ଆଜି ବିଶ୍ୱ ଡାକ ଦିବସ। ତେବେ ଆସନ୍ତୁ ଜଣିବା ଏହାର ବିଶେଷତ୍ୱ ଓ ଡାକ ଦିବସ ପାଳନ ପଛରେ ଭାରତର ଅବଦାନ।

 

ଫଟୋ ସୌଜନ୍ୟ: Social Media
ଫଟୋ ସୌଜନ୍ୟ: Social Media

ଆଜି ୧୫୧ତମି ବିଶ୍ୱ ଡାକ ଦିବସ। ୧୯୭୦ ମସିହାଠୁ ପ୍ରତି ବର୍ଷ ଅକ୍ଟୋବର ୯ ତାରିଖରେ ଏହି ଦିବସ ପାଳନା କରାଯାଉଛି। ୧୯୬୯ରେ ଜାପାନର ରାଜଧାନୀ ଟୋକିଓ ଠାରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନର ଅଧିବେସନ ବସିଥିଲା। ଏଥିରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଆନନ୍ଦ ମୋହନ ନରୁଲା ବିଶ୍ୱ ଡାକ ଦିବସ ପାଳିବା ପାଇଁ ପ୍ରସ୍ତାବ ଦେଇଥିଲେ। ଆଉ ସର୍ବ ସମ୍ମତି ପରେ ତାର ପରବର୍ତ୍ତି ବର୍ଷଠୁ ବିଶ୍ୱ ଡାକ ଦିବସ ପାଳନ କରାଯାଉଛି।

ମଣିଷ ସଭ୍ୟତା ଆରମ୍ଭଠୁ ପୃଥିବୀରେ ଡାକ ବ୍ୟବସ୍ଥା ଅଛି। ପ୍ରଥମେ ପାରା, ଡାହୁକ ବା ଖବରଦାତାଙ୍କ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଖବର ପଠାଯାଉଥିଲା। କିନ୍ତୁ ଖ୍ରୀଷ୍ଟପୂର୍ବ ୨୦୦୦ ବର୍ଷ ପୂର୍ବେ ଏହା ବଦ୍ଧିବଦ୍ଧ ଭାବେ ପ୍ରଥମଥର ଇଜିପ୍ଚରେ ପ୍ରଚଳନ ଆରମ୍ଭ ହୋଇଥିଲା। ଏହାର ୧୦୦୦ ବର୍ଷ ପରେ ମଙ୍ଗୋଲିୟ ଶାନସ ସମୟରେ ଚିନ ଏହି ପାରମ୍ପାରୀକ ପ୍ରଣାଳୀରେ ଉନ୍ନତି ଆଣିଥିଲା। କାଗଜର ଆବିଷ୍କାର ପରେ ସରଳ, ସହଜ ଓ ସମୟାପୋଯୋଗୀ ହେଲା।

ନୂଆ ଯୁଗର ଡାକ ପଦ୍ଧତି ନେଇ ଗ୍ରୀକ ଐତିହାସିକ ହେରୋଡଟସ ଓ ଜେନୋଫୋନ ତାଙ୍କର ବିଭିନ୍ନ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ସବୁଠୁ ଦ୍ରୁତ ଡାକସେବାର ରେକର୍ଡ ୟୁରୋପ ପାଖରେ ଅଛି। ୧୯ ଶହ ଶତାବ୍ଦିରେ ଗୋଟିଏ ଚିଠି ପହଞ୍ଚାଇବା ପାଇଁ ୨୭୦ କିମି ଯାତ୍ରା କରିବାକୁ ପଡିଥିଲା। ଆଉ ଏଥିପାଇଁ ଖବରଦାତା ବା ମେସେଞ୍ଜରଙ୍କୁ ଗୋଟିଏ ଦିନ ଓ ଗୋଟିଏ ରତି ସମୟ ଲାଗିଥିଲା।

Add Zee News as a Preferred Source

ଇଂରେଜଙ୍କ ଆସିବା ପରେ ୧୯୨୭ ମସିହାରେ  କୋଲକାତା ଠାରେ ଦେଶର ପ୍ରଥମ ଡାକଘର ପ୍ରତିଷ୍ଠା ହୋଇଥିଲା। ଏବେ ଭାରତରେ ବିଶ୍ୱର ସର୍ବାଧିକ ଦେଢ ଲକ୍ଷରୁ ଅଧିକ ଡାକଘର ଅଛି। ସେହିପରି ବିଶ୍ୱର ସବୁଠୁ ଉଚ୍ଚସ୍ଥାନରେ ଥିବା ଡାକଘର ହିମାଚଳ ପ୍ରଦେଶର ହିକିମରେ ଅବସ୍ଥିତ। ଏହା ସମୂଦ୍ର ପତ୍ତନଠାରୁ ୧୫୫୦୦ ଫୁଟ ଉପରେ ଅଛି। ପ୍ରଥମେ ଡାକଘରେ କେବେଳ ଚିଠିପତ୍ର କାରବାର ହେଉଥିଲା ବେଳେ ଏବେ ବ୍ୟାଙ୍କ ବା ମିନି ବ୍ୟାଙ୍କର ସ୍ଥାନ ନେଇ ସାରିଲାଣି।

ସମୟ ସହ ଡାକ ପ୍ରଣାଳୀରେ ବି ପରିବର୍ତ୍ତନ ଆସିଛି। ଆଧୂନିକ ଯୁଗରେ ଲୋକେ ଅଧିକ ଇମେଲ, ବିଭିନ୍ନ ମେସେଞ୍ଚରର ବହୁଳ ବ୍ୟବହାର କରୁଛନ୍ତି। ଫଳରେ ଡାକ ବ୍ୟବସ୍ଥା ଧିରେ ଧିରେ ଲୋପ ପାଇବାକୁ ବସିଲାଣି। କିନ୍ତୁ ବହୁସ୍ଥାନରେ ଏବେ ବି ଏହାର ଲୋକପ୍ରିୟତା ଅଛି। କିଛି ସ୍ଥାନରେ ଡାକ ସ୍ଥାନାନ୍ତର ପାଇଁ ସେହି ପୁରୁଣାକାଳିଆ ପଦ୍ଧତି ବ୍ୟବହାର କରାଯାଉଛି। ଘୋଡା କିମ୍ବା ଗଧ ପିଠିରେ ଚିଠି ବୁହା ହେଉଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଆମ ରାଜ୍ୟର ଜୟପୁରଠାରେ ଦେଖିବାକୁ ମିଳେ।

ଆମେରିକାର ୧୬ତମ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ ଜଣେ ପୋଷ୍ଟ ମାଷ୍ଟର ଥିଲେ। ସେ ୧୮୩୩ରୁ ୧୮୩୬ ପର୍ଯ୍ୟନ୍ତ ଚାକିରି କରିଥିଲେ।

About the Author