)
ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ଯୁବ ଦକ୍ଷତା ଦିବସ। ଏହି ଅବସରରେ ଦେଶର ଯୁବଗୋଷ୍ଠୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଦକ୍ଷତା ମନ୍ତ୍ର ପାଇଁ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। କୋରୋନା ସଙ୍କଟ ବିଶ୍ୱ ସଂସ୍କୃତି ସହିତ ଚାକିରିର ପ୍ରକୃତି ବଦଳାଇ ଦେଇଛି | ସବୁବେଳେ ବଦଳୁଥିବା ଟେକ୍ନୋଲୋଜି ମଧ୍ୟ ତାଙ୍କ ଉପରେ ଏକ ପ୍ରଭାବ ସୃଷ୍ଟି କରିଛି | ପିଏମ ମୋଦୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଦକ୍ଷତା ହେଉଛି ଯୁବପିଢିଙ୍କର ସବୁଠାରୁ ବଡ ଶକ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି, ଦେଶର ଯୁବଗୋଷ୍ଠୀଙ୍କର ପ୍ରତିଭା, ସେମାନଙ୍କର କୌଶଳ ପାଇଁ ଆଜିର ଦିନ ସମର୍ପିତ। ଏହି ଦିନ ଅବସରରେ ଦେଶର ସମସ୍ତ ଯୁବକମାନଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା। କିଛି ଲୋକ ଆଜି ମୋତେ ପଚାରୁଛନ୍ତି କି, ଆଜିର ସମୟରେ ବ୍ୟବସାୟ ଓ ବଜାର ଦ୍ରୁତ ବେଗରେ ପରିବର୍ତ୍ତନ ହେଉଛି। ଏହି ସମୟରେ କିଭଳି ଭାବରେ ପ୍ରାସଙ୍ଗିକ ରହିବ ବୋଲି ଅନେକ ମୋତେ ପ୍ରଶ୍ନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସମ୍ବୋଧନ ଦେବା ସମୟରେ ସେ ଆହୁରି ମଧ୍ୟ କହିଛନ୍ତି କି, ସ୍କିଲ ବା କୌଶଳ କେବଳ ଦୈନନ୍ଦିନ ଜୀବନରେ ଖାଦ୍ୟର ସଂଗ୍ରହ କରିବାର ମାଧ୍ୟମ ନୁହେଁ। ଏହା ନିଶ୍ଚିତ ପକ୍ଷେ ଆମ ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ। ଏହାକୁ ଆମେ ମଜଭୁତ କରିପାରିଲେ ତାହାକୁ ଦେଶ ଗଠନରେ ମଧ୍ୟ ବ୍ୟବହାର କରିପାରିବା ବୋଲି ସେ କହିଛନ୍ତି। ଏକ ନିର୍ଦ୍ଦିଷ୍ଟ ସ୍ତରରେ ଆମେ ପହଞ୍ଚି ପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ ସ୍କିଲରେ ଜୀବନ ପ୍ରତି ଏକ ଉତ୍ସାହ ସୃଷ୍ଟି ହୋଇଥାଏ। କାର୍ଯ୍ୟ କରିବାର ଉତ୍ସାହ ମଧ୍ୟ ବୃଦ୍ଧି ପାଇଥାଏ। ପ୍ରତିଭା ହିଁ ଜୀବନକୁ ସରଳ ସୁନ୍ଦର ଭାବେ ବଞ୍ଚିବା ଶିଖାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।