ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ଦୁନିଆରେ ସୃଷ୍ଟି ହେଉଛି ନୂଆ ନୂଆ ରେକର୍ଡ। ବିଭିନ୍ନ କାମ ମାଧ୍ୟମରେ ରେକର୍ଡ କରିବା ସହ ଚର୍ଚ୍ଚାର ପରିସରକୁ ଆସୁଛନ୍ତି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଲୋକ। ହେଲେ ଜଣେ ବ୍ୟକ୍ତି ପରିଷ୍କାର ପରିଚ୍ଛନ ରହିବା ବଦଳରେ ବେଶ ଲମ୍ବା ସମୟ ଧରି ଅପରିଷ୍କାର ରହି ଏକ ଅଭଙ୍ଗା ରେକର୍ଡର ଅଧିକାରୀ ହୋଇଛନ୍ତି। ଏପରି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।
ବିଶ୍ୱରେ ଏପରି ଅଭଙ୍ଗା ରେକର୍ଡର ଅଧିକାରୀ ହେଉଛନ୍ତି ଇରାନର ଅଧିବାସୀ ଅମୋଉ ହାଜି। ସେ ଦୁନିଆ ସବୁଠୁ ଗନ୍ଧିଆ ମଣିଷ (Dirtiest Man Amou Haji) ଭାବେ ନିଜ ନାଁରେ ଏହି ରେକର୍ଡ କରିଛନ୍ତି। ତାଙ୍କର କାରନାମା ଶୁଣିଳେ ଉଡିଯିବ ଆପଣଙ୍କ ହୋସ।
ବର୍ଷେ କିମ୍ବା ୨ ବର୍ଷ ନୁହେଁ ପ୍ରାୟ ୬୫ ବର୍ଷ ଧରି ଗାଧୋଇ ନାହାଁନ୍ତି ଦୁନିଆର ସବୁଠୁ ଗନ୍ଧିଆ ମଣିଷ ୮୩ ବର୍ଷୀୟ ଅମୋଉ ହାଜି। ଏନେଇ ସେ ବେଶ ଲମ୍ବା ସମୟ ଧରି ସେ ନିଜ ଦେହରେ ପାଣି ଟୋପାଏ ଢାଳି ନାହାଁନ୍ତି। ଯଦି ସେ ଗାଧାନ୍ତି ତାହେଲେ ସେ ରୋଗାକ୍ରାନ୍ତ ହୋଇଯିବେ। ଏପରିକି ନିଜେ ଖାଉଥିବା ଖାଦ୍ୟ ପଦାର୍ଥକୁ ସ୍ୱଚ୍ଛ ରଖିନଥାନ୍ତି। କାରଣ ତାଙ୍କୁ ସଫାସତୁରା ରହିବା ପସନ୍ଦ ନୁହେଁ। ଏହି କାରଣରୁ ବେଶ ଲମ୍ବା ସମୟ ଧରି ଜୀବିତ ରହିବାରେ ସଫଳ ହୋଇଛନ୍ତି ବୋଲି କହିଛନ୍ତି ଅମୋଉ ହାଜି।
Also Read: ଏହି ଯୁବତୀଙ୍କ ଶରୀରରୁ ଝାଳ ପରିବର୍ତ୍ତେ ବାହାରିଥାଏ ରକ୍ତ, କାରଣ ଜାଣିଲେ ଉଡିଯିବ ହୋସ
ଅପରିଷ୍କାର ରହିବା କାରଣରୁ ତାଙ୍କୁ ନିଜ ଗାଁ ବାହାରେ ରହିବାକୁ ପଡୁଛି। ସେ ନିଜେ ଗ୍ରହଣ କରୁଥିବା ଖାଦ୍ୟ ପଦାର୍ଥ ମଧ୍ୟ ବେଶ ଅଜବ ଧରଣର। ଦୁର୍ଘଟଣା କିମ୍ବା ପ୍ରାକୃତିକ କାରଣରୁ ପ୍ରାଣ ହରାଉଥିବା ଜୀବଜନ୍ତୁଙ୍କୁ ପଚା ସଢା ମାଂସ ତାଙ୍କର ଭୋଜନ। ଏପରିକି ପଚି ସଢି ଯାଇଥିବା ପନିପରିବା ମଧ୍ୟ ଖାଇଥାନ୍ତି ସେ। ଘରେ ରନ୍ଧା ହେଉଥିବା ସ୍ୱାଦିଷ୍ଟ ଭୋଜନ ତାଙ୍କର ପସନ୍ଦ ନୁହେଁ।
ଅମୋଉଙ୍କ ନିଜର କୌଣସି ଘର ନାହିଁ। ମାଟିରେ ରହିବାକୁ ପସନ୍ଦ କରିଥାନ୍ତି ସେ। ଗାଁ ଲୋକ ତାଙ୍କ ପାଇଁ ଏକ କୁଡିଆ ଘର ବନାଇଥିଲେ ମଧ୍ୟ ଅମୋଉ ସେଠାରେ ରହୁନାହାଁନ୍ତି। ଏତେ ଅପରିଷ୍କାର ରହିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ସେ କୌଣସି ସଂକ୍ରମଣର ଶିକାର ହୋଇନାହାଁନ୍ତି। ତାଙ୍କୁ ଭେଟିବା ପାଇଁ ତାଙ୍କ ଗାଁ ଲୋକ ଯିବା ଆସିବା କରିଥାନ୍ତି।
Also Read: ପୃଥିବୀରେ ରାଜୁତି କରିବେ ଏଲିଆନ୍ସ !
ଦୁନିଆର ସବୁଠୁ ଗନ୍ଧିଆ ମଣିଷ ଭାବେ ରେକର୍ଡ କରିଥିବା ଅମୋଉ ସିଗାରେଟ ପିଇବା ବେଶ ପସନ୍ଦ। ଗାଁ ଲୋକେ ତାଙ୍କୁ ସିଗାରେଟ ଯୋଗାଇଦିଅନ୍ତି। ଯଦି କେବେ ସିଗାରେଟ ସରିଯାଏ ତାହେଲେ ସେ ଚିଲମରେ ପଶୁଙ୍କର ଶୁଖି ଯାଇଥିବା ମଳ ରଖି ପାନୀୟ ଭାବେ ଗ୍ରହଣ କରିଥାନ୍ତି। ଦୁନିଆର ସମସ୍ତ ଆରାମ ତ୍ୟାଗ କରି ସେ ଏପରି ଜୀବନ ଶୈଳୀରେ ବହୁତ ଖୁସି ଅଛନ୍ତି।