ବିଶ୍ୱର ଦୀର୍ଘତ୍ତମ ଟନେଲ ଉଦଘାଟିତ, ହ୍ରାସ ପାଇବ ମନାଲି-ଲେହ ଦୂରତା
Advertisement

ବିଶ୍ୱର ଦୀର୍ଘତ୍ତମ ଟନେଲ ଉଦଘାଟିତ, ହ୍ରାସ ପାଇବ ମନାଲି-ଲେହ ଦୂରତା

ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବାଜପେୟୀଙ୍କ ଅବଦାନ ପାଇଁ ରୋହତାଙ୍ଗ ଟନେଲ ପରିବର୍ତ୍ତେ ଅଟଳ ଟନେଲ ନାମକୁ ଅନୁମୋଦନ କରିଥିଲା । ଅଗ୍ନି ନିର୍ବାପକ, ଆଲୋକୀକରଣ ଏବଂ ତଦାରଖ ପାଇଁ ଟନେଲରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

 

ବିଶ୍ୱର ଦୀର୍ଘତ୍ତମ ଟନେଲ ଉଦଘାଟିତ, ହ୍ରାସ ପାଇବ ମନାଲି-ଲେହ ଦୂରତା

ନୂଆଦିଲ୍ଲୀ: ଶନିବାର (ଅକ୍ଟୋବର ୩, ୨୦୨୦) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଅଟଳ ଟନେଲ (Atal Tunnel) ର ଉଦଘାଟନ କରିଛନ୍ତି । ଏହାକୁ ଦୁନିଆର ସବୁଠାରୁ ଲମ୍ବା ରାଜପଥ ଟନେଲ (Longest Highway Tunnel) ବୋଲି କୁହାଯାଉଛି । ହିମାଳୟ (Himalaya) ପାହାଡର ଅପହଞ୍ଚ ଉପତ୍ୟକାରେ ଥିବା ଦୁର୍ଗମ ପର୍ବତ କାଟି ନିର୍ମିତ ହୋଇଥିବା ଏହି ଟନେଲ ସମୁଦ୍ର ପତ୍ତନ ଠାରୁ ୩୦୬୦ ମିଟର ଉଚ୍ଚତାରେ ଅବସ୍ଥିତ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଏହି ସୁଡଙ୍ଗକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନାର୍ଥେ ନାମିତ କରାଯାଇଛି । ଏହି ଅଟଳ ଟନେଲ ମାଧ୍ୟମରେ ମନାଲି (Manali) ରୁ ଲେହ(Leh) ମଧ୍ୟରେ ଦୂରତା ବହୁତ ହ୍ରାସ ପାଇବ । ଏହା ଦ୍ୱାରା ମଧ୍ୟ ଯାତ୍ରା ସମୟ ଘଣ୍ଟା କମିଯିବ । ହିମାଚଳ ବାସିନ୍ଦା (Himachal Resident) ବହୁ ବର୍ଷ ଧରି ଏହି ଟନେଲକୁ ଅପେକ୍ଷା କରି ରହିଥିଲେ।

କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ଅଟଳ ଟନେଲର ନିର୍ମାଣ ଅତି ଦ୍ରୁତ ଗତିରେ ଆରମ୍ଭ ହୋଇଯାଇଥିଲା । ଏହି ଟନେଲରେ ଚଉଡା ୧୦.୫ ମିଟର ଏବଂ ୧୦ ହଜାର ଫୁଟ ଉଚ୍ଚରେ ଏହି ଟନେଲକୁ ନିର୍ମାଣ କରିବା ଲାଗି ପ୍ରାୟ ୧୦ ବର୍ଷ ସମୟ ଲାଗିଛି । ଦୈନିକ ୩୦୦୦ କାର ଏବଂ ୧୫୦୦ ଟ୍ରକ ଏହା ମାଧ୍ୟମରେ ଯାତ୍ରା କରିପାରିବ ।

 

ଏହି ଟନେଲ ଖୋଲିବା କାରଣରୁ ହିମାଚଳ ପ୍ରଦେଶ (Himachal Pradesh) ର ଅନେକ ଅନେକ ଅଞ୍ଚଳ ଯାହା ଶୀତଦିନେ ତୁଷାରପାତ ଯୋଗୁଁ ଦେଶର ଅନ୍ୟାନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଯାଉଥିଲା, ବର୍ତ୍ତମାନ ସେହି ସ୍ଥାନକୁ ବର୍ଷର ଯେକୌଣସି ସମୟରେ ଏବେ ଯାତ୍ରା କରିହେବ । ଏପରିକି ମନାଲି-ଲେହ ମଧ୍ୟରେ ଦୂରତା ମଧ୍ୟ ଯଥେଷ୍ଟ ହ୍ରାସ ପାଇବ । ବର୍ତ୍ତମାନ, ରୋହତାଙ୍ଗ ପାସ୍ (Rohatang Pass) ଦେଇ ମନାଲିରୁ ଲେହକୁ ୪୭୪ କିମି ଯାତ୍ରା କରିବାକୁ ହେବ ଏବଂ ଅଟଳ ଟନେଲରୁ ଏହି ଦୂରତା ୪୨୮ କିଲୋମିଟରକୁ ହ୍ରାସ ପାଇବ । 

ପୂର୍ବରୁ ମନାଲିରୁ ସିସୁରେ ପହଞ୍ଚିବା ପାଇଁ ୫-୬ ଘଣ୍ଟା ଲାଗୁଥିଲା, ବର୍ତ୍ତମାନ ଏହି ଦୂରତା ମାତ୍ର ଏକ ଘଣ୍ଟା ମଧ୍ୟରେ ଶେଷ ହୋଇଯିବ । ଏହି ସୁଡଙ୍ଗକୁ ବୋର୍ଡ ରୋଡ୍ ଅର୍ଗାନାଇଜେସନ-ବିଆରଓ (BRO-Border Road Organisation) ଦ୍ୱାରା ନିର୍ମାଣ କରାଯାଇଛି । ଗତ ବର୍ଷ ଡିସେମ୍ବରରେ ମୋଦି ସରକାର ୨୦୧୮ରେ ପ୍ରାଣ ହରାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏହି ଟନେଲକୁ ଅଟଳ ଟନେଲ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବାଜପେୟୀଙ୍କ ଅବଦାନ ପାଇଁ ରୋହତାଙ୍ଗ ଟନେଲ ପରିବର୍ତ୍ତେ ଅଟଳ ଟନେଲ ନାମକୁ ଅନୁମୋଦନ କରିଥିଲା । ଅଗ୍ନି ନିର୍ବାପକ (Fire fighting), ଆଲୋକୀକରଣ (Lighting ) ଏବଂ ତଦାରଖ (Surveillance) ପାଇଁ ଟନେଲରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।