Salman Rushdie Attacked: ଲେଖକ ସଲମାନ ରଶଦୀ(Salman Rushdie)ଙ୍କୁ ଆମେରିକାର ନ୍ୟୁୟର୍କ(New York) ଠାରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହତ୍ୟା ପାଇଁ ଉଦ୍ୟମ କରାଯାଇଛି। କ୍ରଯ୍ୟକ୍ରମ ସମୟରେ ମଞ୍ଚ ଉପରେ ରଶଦୀଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି। ଆକ୍ରଣକାରୀ ତାଙ୍କ ମୁହଁକୁ ମୁଥୀ ମଧ୍ୟ ମାରିଛନ୍ତି। ରଶଦୀ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଲେକ୍ଚର ଦେଇଥାନ୍ତେ। ଆକ୍ରମଣରେ ଗୁରୁତର ରଶଦୀଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ଆକ୍ରମଣକାରୀକୁ ଗିରଫ କରାଯାଇଛି। ଜଣେ ପ୍ରତ୍ୟକ୍ଷଦର୍ଶୀ କାର୍ଲ ଲେବନ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ, ରଶଦୀଙ୍କୁ ହତ୍ୟା କରିବାକୁ ପ୍ରୟାସ କରାଯାଇଛି। ଆକ୍ରମଣକାରୀକୁ ପୋଲିସ ଧରିବା ପୂର୍ବରୁ ମଞ୍ଚ ଉପରେ ୭୫ ବର୍ଷିୟ ରଶଦୀଙ୍କୁ ଅନେକ ଥର ଆକ୍ରମଣ କରାଯାଇଛି। ସେହି ସମୟରେ ସେଠାରେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରୁ କେତେତ ଷ୍ଟେଜ ଉପରକୁ ମଧ୍ୟ ଉଠିଯାଇଥିଲେ। 


COMMERCIAL BREAK
SCROLL TO CONTINUE READING

ଭାରତୀୟ ବଂଶଦ୍ଭବ ବ୍ରିଟିଶ ନାଗରୀକ ରଶଦୀ ଗତ ୨୦ ବର୍ଷ ଧରି ଆମେରିକାରେ ରହିଆସୁଛନ୍ତି। ସଲମାନ ରଶଦୀଙ୍କୁ ନିଜର ବିବାଦୀୟ ପୁସ୍ତକ 'ଦ ସାଟାନିକ୍ ଭର୍ସେସ' (The Satanic Verses)କୁ ନେଇ ଧମକ ଆଦି ମିଳୁଥିଲା। ଏହି ପୁସ୍ତକ ୧୯୮୮ରୁ ଇରାନରେ ପ୍ରତିବବନ୍ଧ ଲଗାଯାଇଛି, କାରଣ ଏଥିରେ ଇସଲାମ ପ୍ରତି ଅପମାନ ହେଲାଭଳି କଥା ରହିଥିବା ଅଭିଯୋଗ ହୋଇଆସୁଛି। ଇରାନର ପ୍ରମୁଖ ନେତାଙ୍କ ଦ୍ବାରା ମଧ୍ୟ ଏହା ଉପରେ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। 


ରଶଦୀଙ୍କ ପ୍ରଥମ ଉପନ୍ୟାସ ୧୯୭୫ରେ ଆସିଥିଲା। ତାଙ୍କର ମିଡନାଇଟ୍ସ ଚିଲଡ୍ରେନ(୧୯୮୧) ପାଇଁ ତାଙ୍କୁ ବୁକର ପ୍ରାଇଜ ମଧ୍ୟ ମିଳିଥିଲା। ସେହି ଉପନ୍ୟାସ ଆଧୁନିକ ଭାରତ ବିଷୟରେ ଥିଲା। ତାଙ୍କର ୪ର୍ଥ ପୁସ୍ତକ 'ଦ ସେଟେନିକ୍ ଭର୍ସେସ' (୧୯୮୮) ଉପରେ ବିବାଦ ଆରମ୍ଭ ହେବା ପରେ ସେ ଲୋକଙ୍କ ନଜରରୁ ଦୂରେଇ ରହୁଥିଲେ। ତଥାପି ଧମକ ପରେ ମଧ୍ୟ ସେ ୧୯୯୦ ଦଶକରେ କେତେକ ଉପନ୍ୟାସ ମଧ୍ୟ ଲେଖିଥିଲେ। ୨୦୦୭ରେ ସେ ସାହିତ୍ୟର ସେବା ପାଇଁ ଇଂଲଣ୍ଡର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦ୍ବାରା 'ସାର୍' ଉପାଧି ପାଇଥିଲେ। 



ସଲମାନ ରଶଦୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଟ୍ବିଟ୍ କରି ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଉଦବେଗ ପ୍ରକାଶ କରିଛନ୍ତି। ଲେଖକ ତସଲିମା ନାସ୍ରିନ୍ ଟ୍ୱିଟ୍ କରି କହିଛନ୍ତି, "ମୁଁ ବର୍ତ୍ତମାନ ଜାଣିଲି ଯେ, ନ୍ୟୁୟର୍କରେ ସଲମାନ ରଶଦୀଙ୍କୁ ଆକ୍ରମଣ ହୋଇଛି। ଏହା ମତେ ଚକିତ କରିଛି। ମୁଁ ଏହା କେବେ ଭାବି ନଥିଲି କି ଏପରି ହେବ। ସେ ପାଶ୍ଚାତ୍ୟ ଦେଶରେ ରହିଆସୁଛନ୍ତି ଏବଂ ୧୯୮୯ ମସିହାରୁ ତାଙ୍କୁ ସୁରକ୍ଷା ଦିଆଯାଉଛି। ଯଦି ତାଙ୍କୁ ଆକ୍ରମଣ କରାଯାଉଛି ତେବେ ଯେକୌଣସି ଇସଲାମ ଆଲୋଚକଙ୍କୁ ମଧ୍ୟ ଆକ୍ରମଣ କରାଯାଇପାରେ। ମୁଁ ଏଥିପାଇଁ ଚିନ୍ତିତ। "