WTC Final: ଟାୱେଲ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଶାମି, ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ
Advertisement

WTC Final: ଟାୱେଲ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଶାମି, ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲର (WTC Final) ପଞ୍ଚମ ଦିନରେ ମହମ୍ମଦ ଶାମି (Mohammed Shami) ଦମଦାର ବୋଲିଂ କରିଛନ୍ତି । ମଧ୍ୟାହ୍ନ ଭୋଜନ ପୂର୍ବରୁ ସେ ରସ ଟେଲର ଓ ବିଜ ୱାଟଲିଙ୍ଗଙ୍କ ୱିକେଟ୍ ନେଇଥିଲେ । କିନ୍ତୁ ଶାମି ବୋଲିଂ ବ୍ୟତୀତ ଅନ୍ୟ ଏକ କାରଣରୁ ହେଡଲାଇନରେ ଅଛନ୍ତି ।

 

WTC Final: ଟାୱେଲ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଶାମି, ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲର (WTC Final) ପଞ୍ଚମ ଦିନରେ ମହମ୍ମଦ ଶାମି (Mohammed Shami) ଦମଦାର ବୋଲିଂ କରିଛନ୍ତି । ମଧ୍ୟାହ୍ନ ଭୋଜନ ପୂର୍ବରୁ ଶାମି ରସ ଟେଲର ଓ ବିଜ ୱାଟଲିଙ୍ଗଙ୍କ ୱିକେଟ୍ ନେଇଥିଲେ । ଶାମିଙ୍କ ନିଜ ଘାତକ ବୋଲିଂକୁ କୌଣସି କିୱି ବ୍ୟାଟ୍ସମ୍ୟାନ ମାନେ ବୁଝି ପାରିନଥିଲେ । ଯାହାଫଳରେ ସେ ଭାରତ ପାଇଁ ସବୁଠୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ । କିନ୍ତୁ ଖେଳର ପଞ୍ଚମ ଦିନରେ ଅନ୍ୟ କୌଣସି କାରଣରୁ ମହମ୍ମଦ ଶାମି ଲାଇମଲାଇଟକୁ ଆସିଛନ୍ତି । ମହମ୍ମଦ ଶାମି (Mohammed Shami) ସାଉଥମ୍ପଟନ୍‌ର ଗ୍ରାଉଣ୍ଡକୁ ଟାୱେଲ ପିନ୍ଧି ଓହ୍ଲାଇଥିଲେ ।

ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ବାସ୍ତବରେ ମହମ୍ମଦ ଶାମି ନିଜ ଟେଷ୍ଟ ଜର୍ସି ଉପରେ ଏକ ଟାୱେଲ ଗୁଡ଼ାଇ ଥିଲେ । ଶାମିଙ୍କ ଏହି ଫଟୋ ସୋସିଆଲ ମିଡିଆରେ (Social Media) ଭାଇରାଲ ହେଉଛି । ପ୍ରଶଂସକମାନେ ଶାମିଙ୍କୁ ଟାୱେଲ ପିନ୍ଧିବାର କାରଣ ପଚାରିବା ଆରମ୍ଭ କରିଛନ୍ତି । ସାଉଥମ୍ପଟନରେ ପ୍ରବଳ ଥଣ୍ଡା ଯୋଗୁଁ ମହମ୍ମଦ ଶାମି ଏହା କରିଥିଲେ । ବାସ୍ତବରେ ଶାମି ମଧ୍ୟାହ୍ନ ଭୋଜନ ପୂର୍ବରୁ କ୍ରମାଗତ ବୋଲିଂ କରୁଥିଲେ ଓ ଏହି କାରଣରୁ ତାଙ୍କ ଦେହରେ ଝାଳ ବାହାରୁଥିଲା । ଶୀତଳ ପବନକୁ ଏଡାଇବା ପାଇଁ ଶାମି ନିଜ ଟେଷ୍ଟ ଜର୍ସି ଉପରେ ଏକ ଧଳା ତଉଲିଆ ଗୁଡ଼ାଇ ରଖିଥିଲେ ।

fallback

ମହମ୍ମଦ ଶାମିଙ୍କ ଘାତକ ବୋଲିଂ
ଟିମ୍ ଇଣ୍ଡିଆର ଅନ୍ୟ ବୋଲରଙ୍କ ଅପେକ୍ଷା ମହମ୍ମଦ ଶାମି ଅଧିକ ଆକ୍ରମଣାତ୍ମକ ଓ ପ୍ରଭାବଶାଳୀ ଦେଖିବାକୁ ମିଳିଥିଲା । ଖେଳର ପଞ୍ଚମ ଦିନରେ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଶାମି ନିଜର ଘାତକ ବୋଲିଂ ଛକିତ କରିଥିଲେ । ଶାମି ବଲ୍ ଖେଳିବାକୁ କିୱି ବ୍ୟାଟ୍ସମ୍ୟାନ୍ମାନଙ୍କୁ ବହୁତ ଅସୁବିଧା ହୋଇଥିଲା । ଶାମି ନିଜର ପ୍ରଥମ ଶିକାର ରସ ଟେଲର ଆଉଟ କରି କରିଥିଲେ । ରସ ଟେଲରଙ୍କ ଚମତ୍କାର କ୍ୟାଚ୍ ଶୁବମାନ ଗିଲ ଧରିଥିଲେ । ଏହା ପରେ ଶାମି ବୋଲିଂ କରି ବିଜ ୱାଟଲିଂଙ୍କ ୱିକେଟ ନେଇ କିୱି ଦଳକୁ ପଞ୍ଚମ ଝଟକା ଦେଇଥିଲେ ।

ଅଧିକ ପଢ଼ନ୍ତୁ: ଭାବବିହ୍ୱଳ ହେଲେ ଚିରାଗ ପାସୱାନ; ପ୍ରଥମ ଥର ପାଇଁ BJP ବିଷୟରେ ଏହା କହିଲେ