WTC Final: ବିରାଟ କଲେ ରେକର୍ଡ ବର୍ଷା! ଗାଭାସ୍କର ସମେତ ଅନେକ ଭେଟେରାନଙ୍କୁ ପଛରେ ପକାଇଲେ
Advertisement

WTC Final: ବିରାଟ କଲେ ରେକର୍ଡ ବର୍ଷା! ଗାଭାସ୍କର ସମେତ ଅନେକ ଭେଟେରାନଙ୍କୁ ପଛରେ ପକାଇଲେ

ଇଂଲଣ୍ଡରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ବିରାଟ କୋହଲି ଅନେକ କୀର୍ତ୍ତି ହାସଲ କରିଛନ୍ତି । ସେ ସୁନୀଲ ଗାଭାସ୍କରଙ୍କ ରେକର୍ଡ ସହ ସମକକ୍ଷ ହୋଇଥିବାବେଳେ ସଚିନ ତେନ୍ଦୁଲକରଙ୍କ ରେକର୍ଡର ନିକଟତର ହୋଇଛନ୍ତି । ଏହା ବ୍ୟତୀତ ସେ ଏମଏସ ଧୋନିଙ୍କୁ ମଧ୍ୟ ପଛରେ ପକାଇଛନ୍ତି ।

 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (Virat Kohli) ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣତି ହୋଇଥାନ୍ତି । ଯେତେବେଳେ ବି ସେ ପଡ଼ିଆକୁ ଓହ୍ଲାନ୍ତି ସେତବେଳେ ଅନେକ ରେକର୍ଡ ଭାଙ୍ଗନ୍ତି ଓ ତିଆରି କରନ୍ତି । କୁହାଯାଏ ଯେ ଯଦି କେହି ସଚିନ ତେନ୍ଦୁଲକରଙ୍କ (Sachin Tendulkar) 'ବିରାଟ' ରେକର୍ଡ ଯଦି କେହି ଭାଙ୍ଗି ପାରିବେ, ତେବେ ସେ ହେଉଛନ୍ତି କୋହଲି ଓ ସେ ଖୁବ୍ ଶୀଘ୍ର ଏହି ସଫଳତା ହାସଲ କରିବେ ବୋଲି କହିବା କିଛି ଭୁଲ୍ ହେବ ନାହିଁ ।

ଇଂଲଣ୍ଡରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ (WTC Final) ବିରାଟ କୋହଲି (Virat Kohli) ଅନେକ ରେକର୍ଡ ହାସଲ କରିଛନ୍ତି । ସେ ସଚିନ୍ ତେନ୍ଦୁଲକରଙ୍କ (Sachin Tendulkar) ଭଳି କିମ୍ବଦନ୍ତୀ ନିକଟତର ହୋଇଥିବାବେଳେ ସୁନୀଲ ଗାଭାସ୍କରଙ୍କ (Sunil Gavaskar) ପରି ଜଣେ ମହାନ ବ୍ୟାଟ୍ସମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।

ବିରାଟ କୋହଲି ଏହି ମହାନ ଚମତ୍କାର କରିଥିଲେ
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (World Test Championship) ଫାଇନାଲର ଦ୍ୱିତୀୟ ଦିନରେ ବିରାଟ କୋହଲି (Virat Kohli) କେବଳ ଟିମ୍ ଇଣ୍ଡିଆକୁ ଏକ ଭଲ ସ୍ଥିତିକୁ ଆଣିନାହାଁନ୍ତି ବରଂ ନିଜ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ମଧ୍ୟ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ୪ ନମ୍ବରରେ ବ୍ୟାଟିଂ କରୁଥିବା କୋହଲି ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ଆଗରେ କେବଳ ସଚିନ ତେନ୍ଦୁଲକର (Sachin Tendulkar) ଅଛନ୍ତି । ନମ୍ବର -୪ ରେ ଖେଳୁଥିବା ବେଳେ ସଚିନ ଭାରତ ପାଇଁ ଟେଷ୍ଟରେ ୧୩୪୯୨ ରନ୍ ସଂଗ୍ରହ କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା କୋହଲି ଭାରତ ପାଇଁ ୬,୦୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି ।

ଅଧିକ ପଢ଼ନ୍ତୁ: କୋରୋନାରୁ ସୁସ୍ଥ ହେବା ପରେ ଭ୍ୟାକ୍ସିନ ଲଗାଇଲେ ଏହି ପ୍ରଭାବ ପଡ଼ି଼ଥାଏ

ଏହା ବ୍ୟତୀତ କୋହଲି ଏହି ପ୍ରସଙ୍ଗରେ ଗୁନାପ୍ପା ବିଶ୍ୱନାଥଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏ ନମ୍ବର-୪ ରେ ଖେଳିବାବେଳେ ୫୦୮୧ ରନ୍ ସଂଗ୍ରହ କରିଛନ୍ତି । ଦିଲୀପ ଭେଙ୍ଗସରକର (୨୬୦୫), ବିଜୟ ମଞ୍ଜରେକରଙ୍କୁ (୧୭୧୪) ମଧ୍ୟ କୋହଲି ପଛରେ ପକାଇଛନ୍ତି । କୋହଲି କେବଳ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏ ଟେଷ୍ଟରେ ନମ୍ବର-୪ ରେ ବ୍ୟାଟିଂ କରି ୬,୦୦୦ ରୁ ଅଧିକ ରନ୍ କରିଛନ୍ତି ।

ଗାଭାସ୍କରଙ୍କ ରେକର୍ଡସହ ବରାବର ହେଲେ କୋହଲି 
ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳୁଥିବା ବିରାଟ କୋହଲି ମଧ୍ୟ ଟେଷ୍ଟ କ୍ରିକେଟରେ ୭,୫୦୦ ରନ ଅତିକ୍ରମ କରିଛନ୍ତି । ଟେଷ୍ଟ କ୍ରିକେଟରେ ଏହି ସଂଖ୍ୟାକୁ ଛୁଇଁଥିବା ସେ ହେଉଛନ୍ତି ଷଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍ । କୋହଲି ୧୫୪ ଇନିଂସରେ ଏହି ସଂଖ୍ୟା ଅତିକ୍ରମ କରିଛନ୍ତି । ଏଥି ସହିତ ଟେଷ୍ଟରେ ଗାଭାସ୍କର (Sunil Gavaskar) ମଧ୍ୟ ୧୫୪ ଇନିଂସରେ ୭,୫୦୦ ରନ କରିଥିଲେ । ଏହା ବ୍ୟତୀତ କୋହଲି ଅନ୍ତର୍ଜାତୀୟ କ୍ରିକେଟର ୪୨ ତମ ବ୍ୟାଟ୍ସମ୍ୟାନ୍ ଯିଏକି ୭,୫୦୦ ରନ୍ ମାର୍କ ଛୁଇଁଛନ୍ତି ।

ଅଧିକ ପଢ଼ନ୍ତୁ: କେବେ ଆସିବ କୋରୋନାର ତୃତୀୟ ଲହର; ପିଲାମାନଙ୍କ ଉପରେ ଏହାର କ’ଣ ରହିବ ପ୍ରଭାବ, ଜାଣନ୍ତୁ ସବୁକିଛି 

ଧୋନିଙ୍କୁ ମଧ୍ୟ ପଛରେ ପକାଇଲେ ବିରାଟ 
ଟେଷ୍ଟ କ୍ରିକେଟରେ ଭାରତର ସବୁଠାରୁ ସଫଳ ଅଧିନାୟକ ହେବା ପାଇଁ ବିରାଟ କୋହଲି ଆଉ ଏକ ପାଦ ଆଗକୁ ବଢିଛନ୍ତି । ଟେଷ୍ଟ କ୍ରିକେଟର ସର୍ବାଧିକ ମ୍ୟାଚ୍‌ରେ ବିରାଟ କୋହଲି ଭାରତର ଅଧିନାୟକ ହୋଇଛନ୍ତି । ଭାରତ ଅଧିନାୟକତ୍ୱ କରୁଥିବାବେଳେ ଏହା ବିରାଟଙ୍କ ୬୧ ତମ ମ୍ୟାଚ୍ । ସେ ୬୦ ଟି ମ୍ୟାଚରେ ଭାରତର ଅଧିନାୟକତ୍ୱ କରିଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାର ଦେଉଛନ୍ତି ଲକ୍ଷପତି ହେବାର ସୁଯୋଗ, ୩୦ ଜୁନ୍ ପୂର୍ବରୁ କରନ୍ତୁ ଏହି କାମ

ଏପରିକି ଗାଙ୍ଗୁଲି-ଅଜହରୁଦ୍ଦିନଙ୍କ ଆଗରେ ବିରାଟ
ଏହି ପରିପ୍ରେକ୍ଷୀରେ ବିରାଟ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଓ ମହମ୍ମଦ ଅଜହରୁଦ୍ଦିନଙ୍କୁ ମଧ୍ୟ ଛାଡିଛନ୍ତି । ଗାଙ୍ଗୁଲି ୪୯ ଟି ମ୍ୟାଚରେ ଭାରତର ଅଧିନାୟକତ୍ୱ କରିଥିବାବେଳେ ଅଜହରୁଦ୍ଦିନ ୪୭ ଟି ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି । ୪୭ ଟି ମ୍ୟାଚରେ ସୁନୀନ୍ ଗାଭାସ୍କର ମଧ୍ୟ ଭାରତର ଅଧିନାୟକତ୍ୱ କରିଛନ୍ତି ।