• ବ୍ରହ୍ମପୁର: ସଦର ଥାନା ଝାଡ଼ଙ୍କୁଲି ଗାଁରେ ଖଣ୍ଡାରେ ବାପ ପୁଅଙ୍କୁ ମରଣାନ୍ତକ ଆକ୍ରମଣ
  • ଦିଦିଙ୍କ ଗଡ଼ରେ ମୋଦିଙ୍କ ରଣହୁଙ୍କାର; ପହ୍ମ ଧରିଲେ ମିଥୁନ
  • ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ମହାସମର
  • ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମେ ୩୦ରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍
  • ଗଜପତି ଗୁରାଣ୍ଡି ଥାନା ଆରିବା ଗାଁରେ ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ ଠାବ
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ କୋରୋନା ଆକ୍ରାନ୍ତ
  • କୋରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୦କୁ ବୃଦ୍ଧି
  • ସୋମବାରଠୁ ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ
  • ତେଲଙ୍ଗାନା: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ସବୁ ମହିଳା କର୍ମଚାରୀଙ୍କୁ ଛୁଟି
  • କେନ୍ଦ୍ରାପଡ଼ାର ଗଗୁଆ-ଚଉଦକୁଲାଟ ରାସ୍ତାରେ ଟ୍ରକ୍‌-ଅଟୋ ଧକ୍କା, ଗୋଟିଏ ପରିବାରର ୫ ଗୁରୁତର

ଉହାନ ଷ୍ଟିଙ୍ଗ୍ ଅପରେସନ; ଦୁନିଆକୁ କୋରୋନାର ସତ ଲୁଚାଇଥିଲା ଚୀନ୍

ମହାମାରୀର ଭୟଙ୍କର ରୂପ ବିଷୟରେ ମୁହଁ ନଖୋଲିବାକୁ ଚୀନ ତା ଦେଶର ଡାକ୍ତର ମାନଙ୍କ ମୁହଁ ବନ୍ଦ କରିବା ସହ ମିଛ କହିବାକୁ ମଧ୍ୟ ବାଧ୍ୟ କରିଥିଲା । ଯେମିତିକି ବିଶ୍ୱ ଏହି ମହାମାରୀ କାୟା ବିଷୟରେ ନଜାଣୁ ।

ଉହାନ ଷ୍ଟିଙ୍ଗ୍ ଅପରେସନ; ଦୁନିଆକୁ କୋରୋନାର ସତ ଲୁଚାଇଥିଲା ଚୀନ୍

ନୂଆଦିଲ୍ଲୀ: ଲଗାତାର ଗୋଟିଏ ବର୍ଷ ଧରି କୋରୋନା ମହାମାରୀରେ ଛଟପଟ ହେଲା ପୁରା ବିଶ୍ୱ। ଜନଜୀବନ ପ୍ରଭାବିତ, ଶିକ୍ଷାକ୍ଷେତ୍ର ଠାରୁ ଆରମ୍ଭ କରି ଆର୍ଥିକ କ୍ଷେତ୍ରରେ ସବୁକିଛି ବିଗିଡ଼ିଗଲା । ତେବେ ଧିରେ ଧିରେ ମହାମାରୀରେ କୋପ କମିବାରେ ଲାଗିଛି । ଏମିତିକି ଅନେକ ଦେଶ ସହ ଆମ ଦେଶରେ ମଧ୍ୟ ଭ୍ୟାକ୍ସିନେସନ ଆରମ୍ଭ ହୋଇଯାଇଛି । ତେବେ ସବୁଠାରୁ ବଡ଼ କଥା ହେଲା ୨୦୧୯ ବର୍ଷରୁ ଆରମ୍ଭ ହୋଇଥିବା ଏହି ମହାମାରୀର ପ୍ରକୃତ ସତ କଣ ତାହା ଆଜି ବି ସସପେନ୍ସରେ । ହେଲେ ଏହି ମହାମାରୀର କୋପ କେତେ ଭୟଙ୍କର ତାହା ଜାଣିଶୁଣି ଲୁଚାଇଥିଲା ଚୀନ୍ ।

କେବଳ ଏତିକି ନୁହେଁ ଏହି ମହାମାରୀର ଭୟଙ୍କର ରୂପ ବିଷୟରେ ମୁହଁ ନଖୋଲିବାକୁ ଚୀନ ( China) ତା ଦେଶର ଡାକ୍ତର (Doctor) ମାନଙ୍କ ମୁହଁ ବନ୍ଦ କରିବା ସହ ମିଛ କହିବାକୁ ମଧ୍ୟ ବାଧ୍ୟ କରିଥିଲା । ଯେମିତିକି ବିଶ୍ୱ (World) ଏହି ମହାମାରୀ କାୟା ବିଷୟରେ ନଜାଣୁ । ଏହି ମାମଲାରେ ଚୀନ ହୁ (WHO) କୁ ମଧ୍ୟ ଅନ୍ଧାରରେ ରଖିଥିଲା ଏବଂ ବହୁ ବିଳମ୍ବରେ ମହାମାରୀ ବିଷୟରେ ଜଣାଇଥିଲା ଯାହା ସେତେବେଳକୁ ନେଡି଼ ଗୁଡ଼ କହୁଣିକୁ ବୋହିସାରିଥିଲା, ଏହାର ମାନେ ସାରା ବିଶ୍ୱକୁ ନିଜ କବଜାରେ ନେଇସାରିଥିଲା କୋରୋନା ଭଳି ପ୍ରାଣଘାତୀ ମହାମାରୀ (Corona Pandemic) ।

Also Read: ହ୍ୱାଇଟ ହାଉସ ଯିବା ପୂର୍ବରୁ ଭାବବିହ୍ୱଳ ବାଇଡେନ

ଏକ ଖବର ସରବରାହ ସଂସ୍ଥା ଡେଲିମେଲ୍ (Daily mail) ର କହିବାନୁସାରେ, ଆଇଟିବି (ITB) ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ ଅପରେସନ (Sting Operation) ରେ ଚୀନର ଉହାନ(Wuhan) ସହରର ଡାକ୍ତରଙ୍କ ସତ ଏବେ ସାମ୍ନାକୁ ଆସିଛି । ସେମାନେ ଷ୍ଟିଙ୍ଗ ଅପରେସନରେ ଏହି କଥା କହିଛନ୍ତି ଯେ, ଡାକ୍ତର ମାନଙ୍କୁ କୋରୋନା (Corona) ବିଷୟରେ ମିଛ କହିବାକୁ ବାଧ୍ୟ କରାଯାଇଥିଲା । କେବଳ ଏତିକି ନୁହେଁ ଚୀନକୁ ଏକଥା ବି ଜଣାଥିଲା ଯେ, ଏହି ଭାଇରସ ମନୁଷ୍ୟ ଠାରୁ ମନୁଷ୍ୟକୁ  ବ୍ୟାପୁଛି । କେବଳ ମନୁଷ୍ୟଙ୍କ ଠାରେ ଏହା ଦ୍ରୁତଗତିରେ ବ୍ୟାପୁଥିଲା । ଏହାପରେ ବି ଚୀନରେ ମୁନ ନ୍ୟୁ ଇୟର (Moon New Year) ପାଇଁ ଅନୁମତି ଏଥିପାଇଁ ଦିଆଯାଇଥିଲା ଯେମିତି ଚୀନ ବାସୀ ଏହି ଭାଇରସକୁ ନେଇ ଯେଭଳି ଚିନ୍ତା ନକରନ୍ତି ।

Also Read: ବାଇଡେନଙ୍କ ଟିମରେ ୨୦ ପ୍ରବାସୀ, ଭାରତକୁ ମିଳିବ ବଡ ଫାଇଦା

ସେପଟେ ଚୀନର ଦୁଃସାହାସ ଏହା ଥିଲା କି, ମହାମାରୀର ଟିକିନିଖି ଖବର ସେ ପୁରା ବିଶ୍ୱ ନୁହେଁ ହୁ (World Health Organization) କୁ ମଧ୍ୟ ଲୁଚାଇଥିଲା । ଚୀନ ପ୍ରଥମ ଥର ୩୧ ଡିସେମ୍ବର ୨୦୧୯ରେ ହୁ କୁ କୋରୋନାର ୨୭ଟି କେସ କଥାର ତଥ୍ୟ ଦେଇଥିଲା । ଏହି ସଂକ୍ରମଣରେ ପ୍ରଥମ ମୃତ୍ୟୁ କଥା ମଧ୍ୟ ମାର୍ଚ୍ଚ (March) ମାସର ମଧ୍ୟ ଭାଗରେ ରିପୋର୍ଟ ପ୍ରଦାନ କରିଥିଲା । କେବଳ ଏତିକି ନୁହେଁ ଚୀନ (China) ଏହି ରୋଗର  ସଂକ୍ରମଣ ମନୁଷ୍ୟ ଠାରୁ ମନୁଷ୍ୟକୁ ବ୍ୟାପିବାର କୌଣସି ଠୋସ ପ୍ରମାଣ ନଥିବା ମଧ୍ୟ ଦର୍ଶାଇଥିଲା। ଯାହାର ସତ ଏବେ ପୁରା ଦୁନିଆ ସାମ୍ନାରେ ।