ଦେଶରେ ସାମ୍ନାକୁ ଆସିଲା ୟେଲୋ ଫଙ୍ଗସର ପ୍ରଥମ ମାମଲା; ଅନ୍ୟ ଦୁଇଟି ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ
Advertisement
Article Detail0/zeeodisha/odisha906474

ଦେଶରେ ସାମ୍ନାକୁ ଆସିଲା ୟେଲୋ ଫଙ୍ଗସର ପ୍ରଥମ ମାମଲା; ଅନ୍ୟ ଦୁଇଟି ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ

ବ୍ଲାକ୍ (Black Fungus) ଓ ହ୍ୱାଇଟ୍ ଫଙ୍ଗସ୍ (White Fungus) ପରେ ବର୍ତ୍ତମାନ ଦେଶରେ ଆଉ ଏକ ନୂଆ ଫଙ୍ଗସ୍ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର ଗାଜିଆବାଦରେ ୟେଲୋ ଫଙ୍ଗସ (Yeow Fungus) ର ପ୍ରଥମ ମାମଲା ସାମ୍ନାକୁ ଆସିଛି ।

ଦେଶରେ ସାମ୍ନାକୁ ଆସିଲା ୟେଲୋ ଫଙ୍ଗସର ପ୍ରଥମ ମାମଲା; ଅନ୍ୟ ଦୁଇଟି ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ

ନୂଆଦିଲ୍ଲୀ: ସମଗ୍ର ଦେଶରେ ପ୍ରଥମେ କୋଭିଡ -୧୯ ର (Covid-19) ଦ୍ୱିତୀୟ ଲହର ଏବଂ ପରେ ବ୍ଲାକ୍ ଫଙ୍ଗସ୍ (Black Fungus) ଓ ହ୍ୱାଇଟ୍ ଫଙ୍ଗସ୍ (White Fungus) ଦ୍ୱାରା ଆତଙ୍କିତ ଥିଲାବେଳେ ବର୍ତ୍ତମାନ ଦେଶର ୟେଲୋ ଫଙ୍ଗସର ଏକ ମାମଲା ମଧ୍ୟ ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ଗାଜିଆବାଦରେ (Ghaziabad) ୟେଲୋ ଫଙ୍ଗସର ପ୍ରଥମ ମାମଲା ସାମ୍ନାକୁ ଆସିଛି । ୟେଲୋ ଫଙ୍ଗସର ଶିକାର ହୋଇଥିବା ଏହି ରୋଗୀ ବର୍ତ୍ତମାନ ଗାଜିଆବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ବ୍ଲାକ୍ ଓ ହ୍ୱାଇଟ୍ ଫଙ୍ଗସର ଲକ୍ଷଣ ମଧ୍ୟରେ ପାର୍ଥକ୍ୟ, ଶରୀରର ଏସବୁ ଅଂଶରେ ପହଞ୍ଚାଉଛି କ୍ଷତି

Yellow Fungus ର ଲକ୍ଷଣ

ଆମର ସହଯୋଗୀ ୱେବସାଇଟ୍ ଡିଏନ୍ଏ ଅନୁଯାୟୀ, ବିଶେଷଜ୍ଞମାନେ ମଧ୍ୟ ଏହି ଫଙ୍ଗସର ଲକ୍ଷଣ ବିଷୟରେ କହିଛନ୍ତି । ୟେଲୋ ଫଙ୍ଗସ୍ ରୋଗୀଙ୍କ ପ୍ରାରମ୍ଭିକ ଲକ୍ଷଣ ଶୁଖା ପଡିଯିବା, ଭୋକ ନ ହେବା କିମ୍ବା ଆଦୌ ଭୋକ ନ ହେବା ରହିଛି । ଏହା ସହିତ ରୋଗୀର ଓଜନ ମଧ୍ୟ କମିବା ଆରମ୍ଭ କରେ । ଏଥି ସହିତ ଗୁରୁତର ପରିସ୍ଥିତିରେ ପୁଜ ହେବା, କ୍ଷତଗୁଡ଼ିକ ନ ଶୁଖିବା, ପୁଷ୍ଟିହୀନତା, ଅଙ୍ଗଗୁଡ଼ିକର କାର୍ଯ୍ୟ ବନ୍ଦ ହୋଇଯିବା ପରି ପରିସ୍ଥିତି ଉପୁଜେ । ଏହାର ରୋଗୀମାନଙ୍କ ଆଖି ମଧ୍ୟ ଭିତରକୁ ପସିଯାଏ ।

ଅଧିକ ପଢ଼ନ୍ତୁ:-ପୁଣି ୨ ନୂଆ କୋରୋନା ଭାଇରସ ଆକ୍ରମଣ ପାଇଁ ପ୍ରସ୍ତୁତ!

ଅନ୍ୟ ଦୁଇଟି ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ

କୁହାଯାଉଛି ଯେ ଏହି ୟେଲୋ ଫଙ୍ଗସ୍ ବାକି ଅର୍ଥାତ୍ ବ୍ଲାକ୍ ଓ ହ୍ୱାଇଟ୍ ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ । କାରଣ ଏହି ମାରାତ୍ମକ ରୋଗ ଶରୀର ଭିତରେ ଆରମ୍ଭ ହୁଏ ଓ ବହୁତ ଦିନ ପରେ ଏହାର ଲକ୍ଷଣ ବାହାରକୁ ଦେଖାଯାଏ । ଏପରି ପରିସ୍ଥିତିରେ ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଚିକିତ୍ସା ଆରମ୍ଭ କରିବା ଉଚିତ୍ ।

ଅଧିକ ପଢ଼ନ୍ତୁ:-ଫିକ୍ସଡ୍ ଡିପୋଜିଟ୍ କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଜୁନ୍ ସୁଦ୍ଧା ଜମା କରନ୍ତୁ ଏହି ଫର୍ମ, ନଚେତ୍ ହୋଇଯିବ ବଡ କ୍ଷତି

ୟେଲୋ ଫଙ୍ଗସ୍ ହେବାର କାରଣ

ଅନ୍ୟ ଦୁଇଟି ଫଙ୍ଗସ୍ ପରି ୟେଲୋ ଫଙ୍ଗସ୍ ସଂକ୍ରମଣର କାରଣ ମଧ୍ୟ ମଇଳା ଓ ଆର୍ଦ୍ରତା । ତେଣୁ ଆପଣଙ୍କ ଘର ଭିତରେ ଓ ଚାରିପାଖରେ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ । ଭୂତାଣୁ ଓ ଫଙ୍ଗସ୍ ବିକଶିତ ନହେବା ପାଇଁ ଯଥା ଶୀଘ୍ର ପୁରୁଣା ଖାଦ୍ୟକୁ ବାହାର କରନ୍ତୁ । ଏହା ବ୍ୟତୀତ ଘରେ ଆର୍ଦ୍ରତା (humidity) ରହିବା ମଧ୍ୟ ଭୂତାଣୁ ଓ ଫଙ୍ଗସକୁ ବଢ଼ାଇଥାଏ । ଘରେ ଆର୍ଦ୍ରତା ମାପିବା ଜାରି ରଖନ୍ତୁ ଓ ଏହାକୁ ୩୦% ରୁ ୪୦% ରୁ ଅଧିକ ହେବାକୁ ଦିଅନ୍ତୁ ନାହିଁ ।