ବାବା କହିଛନ୍ତି, କୋଭିଡ ୧୯ ପାଇଁ ଆମେ ପ୍ରଥମ ଆୟୁର୍ବେଦିକ-କ୍ଲିନିକାଲ ନିୟନ୍ତ୍ରିତ, ଅନୁସନ୍ଧାନ ଏବଂ ପରୀକ୍ଷାଭିତ୍ତିକ ଔଷଧ ପ୍ରସ୍ତୁତ କରିଛୁ ।
Trending Photos
)
ହରିଦ୍ୱାର: ଆୟୁର୍ବେଦିକ ଚିକିତ୍ସାରେ ଆଉ ପାଦେ ଅଗ୍ରସର ହେଲା ପତଞ୍ଜଳୀ ଯୋଗପୀଠ । ଯେତେବେଳେ ସମଗ୍ର ବିଶ୍ୱ କୋରୋନା ଯୋଗୁ ତ୍ରାହି ଡାକୁଛି, ସେହି ସମୟରେ ଆଶ୍ୱସ୍ତିକର ଖବର ଆଣିଦେଇଛନ୍ତି ଯୋଗଗୁରୁ ବାବା ରାମଦେବ । ପତଞ୍ଜଳୀ ଯୋଗପୀଠ କୋଭିଡ ୧୯ ପାଇଁ ଏକ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଛି । ଏହି ଔଷଧରେ ଶତ ପ୍ରତିଶତ ରୋଗୀ ଭଲ ହେଉଥିବା ବାବା ଦାବି କରିଛନ୍ତି ।
ବାବା କହିଛନ୍ତି, କୋଭିଡ ୧୯ ପାଇଁ ଆମେ ପ୍ରଥମ ଆୟୁର୍ବେଦିକ-କ୍ଲିନିକାଲ ନିୟନ୍ତ୍ରିତ, ଅନୁସନ୍ଧାନ ଏବଂ ପରୀକ୍ଷାଭିତ୍ତିକ ଔଷଧ ପ୍ରସ୍ତୁତ କରିଛୁ । ଏନେଇ କ୍ଲିନିକାଲ କେସ୍ ଷ୍ଟଡି ଏବଂ କ୍ଲିନିକାଲ ନିୟନ୍ତ୍ରିତ ପରୀକ୍ଷଣ ମଧ୍ୟ କରିଥିବା କହିଛନ୍ତି ରାମଦେବ । ତେବେ ଏହି ଔଷଧ ଦ୍ୱାରା ୬୯ ପ୍ରତିଶତ ରୋଗୀ ମାତ୍ର ୩ ଦିନରେ ସୁସ୍ଥ ହୋଇଛନ୍ତି । ସେହିପରି ଶତ ପ୍ରତିଶତ ରୋଗୀ ମାତ୍ର ୭ ଦିନରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଦାବି କରିଛନ୍ତି ରାମଦେବ ।
We've prepared the first Ayurvedic-clinically controlled, research, evidence & trial based medicine for COVID19. We conducted a clinical case study&clinical controlled trial, and found 69% patients recovered in 3 days & 100% patients recovered in 7 days: Yog Guru Ramdev, Haridwar pic.twitter.com/QFQSVF0JIh
— ANI (@ANI) June 23, 2020
ତେବେ ବାବାଙ୍କ ଦାବି ଯଦି ଶତ ପ୍ରମାଣିତ ହୁଏ, ତେବେ ତ୍ରାହି ଡାକୁଥିବା ବିଶ୍ୱକୁ ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ଯେ ରକ୍ଷାକରିବ, ଏବେ ଏଭଳି ସମ୍ଭାବନାଟିଏ ସୃଷ୍ଟି ହୋଇଛି ।