ରାହୁଲ-ଓୱେସୀଙ୍କୁ ଯୋଗୀଙ୍କ ଟାର୍ଗେଟ, କହିଲେ 'ପାକିସ୍ତାନକୁ ପ୍ରଶଂସା କରୁଥିବା ଲୋକ ଦେଶର କ'ଣ ଭଲ କରିବେ'
Advertisement

ରାହୁଲ-ଓୱେସୀଙ୍କୁ ଯୋଗୀଙ୍କ ଟାର୍ଗେଟ, କହିଲେ 'ପାକିସ୍ତାନକୁ ପ୍ରଶଂସା କରୁଥିବା ଲୋକ ଦେଶର କ'ଣ ଭଲ କରିବେ'

ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଓୱେସୀ-ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି।

ରାହୁଲ-ଓୱେସୀଙ୍କୁ ଯୋଗୀଙ୍କ ଟାର୍ଗେଟ, କହିଲେ 'ପାକିସ୍ତାନକୁ ପ୍ରଶଂସା କରୁଥିବା ଲୋକ ଦେଶର କ'ଣ ଭଲ କରିବେ'

ପାଟନା: ଚଳିତ ବର୍ଷ ଅନୁଷ୍ଠିତ ବିହାର ବିଧାନସଭା ନିର୍ବାଚନ (Bihar Asembly Poll 2020) ଲାଗି ଏବେ ବିଭିନ୍ନ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର। ଏହିକ୍ରମରେ ଦଳ ଲାଗି ପ୍ରଚାର ମୈଦାନକୁ ଓହ୍ଲାଇଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Uttar Pradesh Chief Minsiter) ତଥା ବିଜେପି ତାରକା ପ୍ରଚାରକ (BJP Star Campaigner) ଯୋଗୀ ଆଦିତ୍ୟନାଥ (Yogi Aditynath) ପ୍ରତିଦ୍ୱନ୍ଦୀ କଂଗ୍ରେସ ନେତା (Congress Leader) ରାହୁଲ ଗାନ୍ଧୀ (Rahul Gandhi) ଏବଂ ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ୍- ଏଆଇଏମଆଇଏମ (AIMIM- All India Majlis-e-Ittehadul Muslimeen) ମୁଖ୍ୟ ଅସାଦୁଦ୍ଦିନ ଓୱେସୀ (Asaduddin Owaisi) ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି।

ରାଜ୍ୟର ଜମୁଇ ବିଧାନସଭା (Jamui Assembly Constituency) ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବା ବେଳେ ସେ ଓୱେସୀ ଓ ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି କାଶ୍ମୀର ଘାଟିରୁ ୩୭୦ ଧାରା ହଟିବା ପରେ କିଛି ଲୋକ ଏହାକୁ ସହଜେ ଗ୍ରହଣ କରିପାରୁନାହଁନ୍ତି।

ଏହା ସହିତ ସେ କହିଛନ୍ତି ଦେଶବାସୀ ଏବେ ଦେଶ ଏବେବି ସୁରକ୍ଷିତ ଲୋକଙ୍କ ହାତରେ ରହିଛି। ହେଲେ ରାହୁଲ ଗାନ୍ଧୀ ଏବଂ ଓୱେସୀ ପାକିସ୍ତାନକୁ ଖୁସି କରିବାରେ ଲାଗିଛନ୍ତି। ଯେଉଁ ଶତ୍ରୁ ପାକିସ୍ତାନର ପ୍ରଶଂସା କରିବାରେ କ୍ଳାନ୍ତ ହୁଅନ୍ତି ନାହିଁ, ସେମାନେ ଦେଶ ପାଇଁ କିପରି ଭଲ କାମ କରିବେ? ଦେଶରେ ରାଜନୀତି କରିବାର ଅଧିକାର ସେମାନଙ୍କର ରହିବା ଉଚିତ୍ ନୁହେଁ। ଯଦି ଦେଶକୁ ଶତ୍ରୁଙ୍କ ପକ୍ଷରୁ କୌଣସି ଚ୍ୟାଲେଞ୍ଜ ଦିଆଯାଏ ତାହେଲେ ଆମେ ଏହାର ଜବାବ ଦେବାକୁ ପଛାଇବୁ ନାହିଁ। ବର୍ତ୍ତମାନ ସ୍ଥିତି ଏପରି ହୋଇଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ଆମ ଆଡକୁ ଆଖି ଉଠେଇ ଦେଖିବା ପାଇଁ ଭୟ କରୁଛନ୍ତି।

 

 

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ୟୁପି ସିଏମ୍ (UP CM) କହିଛନ୍ତି ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ମହାନ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। କଂଗ୍ରେସ ଏ ବାବଦରେ କେବେ ଚିନ୍ତା କରିନଥିଲା। ଯଦି କଂଗ୍ରେସ ଏ ବାବଦରେ ଚିନ୍ତା କରିଥାନ୍ତା ତାହେଲେ ବିକାଶମୂଳକ କାର୍ଯ୍ୟ ସହ ମନ୍ଦିର ନିର୍ମାଣ ଶେଷ ହୋଇଥାନ୍ତା। ଦେଶର କଂଗ୍ରେସ ସରକାର କ୍ଷମତାସୀନ ଥିବା ବେଳେ କୌଣସି ବିକାଶ ମୂଳ କାର୍ଯ୍ୟ କରିଥିଲା ନାଁ କୌଣସି ଯୋଜନାକୁ ସ୍ୱଚ୍ଛ ଭାବେ କାର୍ଯ୍ୟକାରୀ କରିଥିଲା। ସେମାନେ କେବଳ ଘୋଟାଲା କରିବା ଜାଣନ୍ତି। 

ଯେଉଁଠାରେ ପ୍ରଧାନମନ୍ତ୍ରୀ ବିନା କୌଣସି ଭେଦଭାବରେ ୩ କୋଟି ପରିବାରକୁ ଘର ଯୋଗାଇ ଦେଇଛନ୍ତି। ଏହା ବ୍ୟତୀତ ଆୟୁଷ୍ମାନ ଯୋଜନା ଅନୁଯାୟୀ ଦେଶର ଗରିବ ଶ୍ରେଣୀର ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଛନ୍ତି।
ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ସେ କହିଛନ୍ତି ଦେଶକୁ ପ୍ରଗତି ପଥରେ ଆଗେଇ ନେବା ଲାଗି ପିଏମ ମୋଦି ନିଜର ଅଭିଯାନ ଜାରି ରଖିଛନ୍ତି। କରୋନା ସଂକଟକୁ ସେ  ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା କରିବା ସହ ଗରିବ ଏବଂ ଶ୍ରମିକଙ୍କ ପାଇଁ ଅନେକ ପଦକ୍ଷେପ ନେଇଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ।