ମୋବାଇଲ ଚୋରୀ ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା
Advertisement

ମୋବାଇଲ ଚୋରୀ ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

ଦକ୍ଷିଣ ପୂର୍ବ ଦିଲ୍ଲୀର ଡିସିପି ଆରପି ମୀନା କହିଛନ୍ତି ଯେ, ମୃତକ ଗୌତମ ନିଜ ପରିବାର ସହିତ ଗୌତମପୁରୀରେ ରହୁଥିଲେ । ମଙ୍ଗଳବାର ସେ ନିଜ ବ୍ୟକ୍ତିଗତ କାମ ପାଇଁ ନିଜାମୁଦ୍ଦିନ ଅଞ୍ଚଳକୁ ଯାଇଥିଲେ । ଯେତେବେଳେ ତାଙ୍କୁ ଶୋଷ ଲାଗିଥିଲା । ସେ ପାଣି ପିଇବା ପାଇଁ ଏକ ଦରଗାହକୁ ଯାଇଥିଲେ ।

ମୃତକ ଗୌତମ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଥିବା ଏକ ଦରଗାରର କେୟାରଟେକର ମଙ୍ଗଳବାର ଅପରାହ୍ନରେ ମୋବାଇଲ୍ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା କରିଛି । ଏହି ଯୁବକ ପାଣି ପିଇବା ପାଇଁ ଦରଗାହରେ ଯାଇଥିଲେ । ଘଟଣାର ସୂଚନା ପାଇବା ମାତ୍ରେ ହଜରତ ନିଜାମୁଦ୍ଦିନ ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତଦନ୍ତ ପରେ ପୋଲିସ ୪୧ ବର୍ଷୀୟ ଅଭିଯୁକ୍ତ ମେହେତାବଙ୍କୁ ଗିରଫ କରିଛି । ଅପରାଧରେ ବ୍ୟବହୃତ ଏକ ଲୁହା ରଡ ଅଭିଯୁକ୍ତଙ୍କ ନିକଟରୁ ଉଦ୍ଧାର କରାଯାଇଛି ।

ଦକ୍ଷିଣ ପୂର୍ବ ଦିଲ୍ଲୀର ଡିସିପି ଆରପି ମୀନା କହିଛନ୍ତି ଯେ, ମୃତକ ଗୌତମ ନିଜ ପରିବାର ସହିତ ଗୌତମପୁରୀରେ ରହୁଥିଲେ । ମଙ୍ଗଳବାର ସେ ନିଜ ବ୍ୟକ୍ତିଗତ କାମ ପାଇଁ ନିଜାମୁଦ୍ଦିନ ଅଞ୍ଚଳକୁ ଯାଇଥିଲେ । ଯେତେବେଳେ ତାଙ୍କୁ ଶୋଷ ଲାଗିଥିଲା । ସେ ପାଣି ପିଇବା ପାଇଁ ଏକ ଦରଗାହକୁ ଯାଇଥିଲେ । ଦରଗାହର କେୟାରକେଟର ମେହେତାବ ଦରଗାହ ନିକଟରେ ବ୍ୟାଟେରୀ ଚାର୍ଜ ଦୋକାନ ଚଳାନ୍ତି । ତାଙ୍କ ମୋବାଇଲ୍ ଚୋରି ହୋଇଥିଲା । ଏହି ସମୟରେ ଯେତେବେଳେ ଗୌତମ ପାଣି ପିଇବା ପରେ ଦରଗାହରୁ ବାହାରକୁ ଆସିଲା । ସେତେବେଳେ ମେହେତାବ ମୋବାଇଲ୍ ଚୋରି ଅଭିଯୋଗରେ ଗୌତମଙ୍କୁ ଧରି ଏକ ଇ-ରିକ୍ସାରେ ବାନ୍ଧି ଏକ ଲୁହା ଏବଂ ପ୍ଲାଷ୍ଟିକ୍ ରଡରେ ପିଟିବା ଆରମ୍ଭ କରି ଦେଇଥିଲା । ଯେତେଯାଏ ଗୌତମଙ୍କ ଜୀବନ ଥିଲା ସେତେଯାଏ ସେ ତାଙ୍କୁ ପିଟିଥିଲା । ଏହା ପରେ ସେ ଖସି ପଳାଇଥିଲା । ପରେ ପୋଲିସ ଅଭିଯୁକ୍ତକୁ ସରାଇ କାଲେ ଖାନ ଅଞ୍ଚଳରୁ ୧ ଘଣ୍ଟା ମଧ୍ୟରେ ଗିରଫ କରିଥିଲା ।