ଯଦି କୌଣସି ଖେଳାଳି ଦେଶ ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ଖେଳିଛନ୍ତି ଏବଂ ପରବର୍ତ୍ତୀ ସମୟରେ ଦଳରେ କଠିନ ସମୟ ଦେଇ ଗତି କରୁଛନ୍ତି, ତେବେ ତାଙ୍କୁ ଦଳ ସମ୍ମାନ ଦେବା ଦରକାର ବୋଲି କରିଛନ୍ତି ଯୁବି ।
Trending Photos
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଯୁବରାଜ ସିଂହଙ୍କ ସହ କ୍ୟାରିୟରର ଶେଷ ମୁହୂର୍ତ୍ତରେ କେମିତି ବ୍ୟବହାର କରାଯାଇଥିଲା ? ନିଜେ ଯୁବି ଏନେଇ ବିଷ ଉଗାଳିଛନ୍ତି । କ୍ୟାରିୟରର ଶେଷ ମୁହୂର୍ତ୍ତରେ ମୋ ସହ କିଛି ଠିକ କରାଯାଇ ନ ଥିଲା ବୋଲି କହିଛନ୍ତି ଯୁବରାଜ । କହିରଖୁଛୁ, ଯୁବରାଜ ସିଂହଙ୍କୁ ଦିନେ ଭାରତୀୟ ଦଳରେ ମହାନ ଅଲରାଉଣ୍ଡର ଭାବେ ଗଣାଯାଉଥିଲା । ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ବିଶ୍ୱକପରେ ଭାରତକୁ ଜିତାଇବାରେ ସେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।
ତେବେ ଯୁବରାଜ ଏବେ କେତେଜଣ ଅନ୍ତର୍ଜାତୀୟ ଖେଳାଳିଙ୍କ ନାଁ ନେଇ କହିଛନ୍ତି, ଏମାନଙ୍କ ସହ ମଧ୍ୟ କ୍ୟାରିୟରର ଶେଷ ମୁହୂର୍ତ୍ତରେ ଭଲ ବ୍ୟବହାର କରାଯାଇନଥିଲା । ଯୁବରାଜ କହିଛନ୍ତି, ମୋ କ୍ୟାରିୟରର ଶେଷ ସମୟରେ ଯେମିତି ବ୍ୟବହାର କରାଯାଇଥିଲା, ତାହା ଅଣ-ବୃତ୍ତିଗତ ଥିଲା । କିନ୍ତୁ ମୁଁ ଯେତେବେଳେ ଅନ୍ୟ କେତେଜଣ ମହାନ ଖେଳାଳିଙ୍କ କ୍ୟାରିୟରର ଶେଷ ମୁହୂର୍ତ୍ତ କଥା ଭାବେ, ମୋତେ ଲାଗେ ଏପରି କରିବା ଭାରତୀୟ କ୍ରିକେଟର ଅଂଶବିଶେଷ ଅଟେ । ଏନେଇ ହରଭଜନ ସିଂହ, ବିରେନ୍ଦ୍ର ସେହୱାଗ୍, ଜାହୀର ଖାନ ଇତ୍ୟାଦିଙ୍କ ଉଦାହରଣ ଦେଇଛନ୍ତି ଯୁବରାଜ ।
ଯୁବରାଜ ସିଂହଙ୍କ କହିବା କଥା ଏହା ଯେ, ଏହି ମହାନ ଖେଳାଳିଙ୍କ ସହ ମଧ୍ୟ କ୍ୟାରିୟରର ଶେଷ ସମୟରେ ଭଲ ବ୍ୟବହାର କରାଯାଇନଥିଲା । ମୁଁ ଏହା ପୂର୍ବରୁ ଦେଖିଥିଲି । ତେଣୁ ମୋ ସହ ଯେପରି ବ୍ୟବହାର କରାଗଲା, ସେଥିରେ ଆଶ୍ଚର୍ଯ୍ୟ ହୋଇନଥିଲି ।
ଯୁବରାଜ ଆହୁରି ମଧ୍ୟ କହିଛନ୍ତି, ଭବିଷ୍ୟତରେ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ । ଯଦି କୌଣସି ଖେଳାଳି ଦେଶ ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ଖେଳିଛନ୍ତି ଏବଂ ପରବର୍ତ୍ତୀ ସମୟରେ ଦଳରେ କଠିନ ସମୟ ଦେଇ ଗତି କରୁଛନ୍ତି, ତେବେ ତାଙ୍କୁ ଦଳ ସମ୍ମାନ ଦେବା ଦରକାର ବୋଲି କରିଛନ୍ତି ଯୁବି ।
ଗମ୍ଭୀରଙ୍କ ଉଦାହରଣ ଦେଇ ଯୁବରାଜ କହିଛନ୍ତି, ଦୁଇ ବିଶ୍ୱକପ ଜିତାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଛନ୍ତି । ସେହିପରି ସେହୱାଗଙ୍କ ଉଦାହରଣ ଦେଇ କହିଛନ୍ତି, ସୁନୀଲ ଗାଭାସ୍କର ପରେ ଟେଷ୍ଟ ମ୍ୟାଚରେ ସେ ଆମ ପାଇଁ ବଡ଼ ମ୍ୟାଚ ବିଜେତା ସାଜିଥିଲେ । ଭିଭିଏସ ଲକ୍ଷ୍ମଣ ଓ ଜାହୀର ଖାନଙ୍କ ପରି ଖେଳାଳିଙ୍କୁ ମଧ୍ୟ ସମ୍ମାନ ମିଳିବା ଉଚିତ ବୋଲି କହିଛନ୍ତି ଯୁବରାଜ ।
ତେବେ ନିଜକୁ ମହାନ ଖେଳାଳି କହିନାହାଁନ୍ତି ଯୁବରାଜ ସିଂହ । କହିଛନ୍ତି, ''ମୁଁ ନିଜକୁ ଅନୁଭବ କରେ ନାହିଁ ଯେ ମୁଁ ଜଣେ ମହାନ ଖେଳାଳି । ମୁଁ ପୁରା ସମ୍ମାନର ସହ ଏହି ଖେଳ ଖେଳିଛି । କିନ୍ତୁ ମୁଁ ଅଧିକ ଟେଷ୍ଟ କ୍ରିକେଟ ଖେଳିନାହିଁ । ମହାନ ଖେଳାଳି ସେ ଯାହାର ଟେଷ୍ଟ ରେକର୍ଡ ଭଲ ରହିଛି ।''