ଧୋନିଙ୍କ ଅବସର ଉପରେ ପ୍ରଶ୍ନକୁ ନେଇ ଯୋଗରାଜ କହିଛନ୍ତି ଯେ, ଅବସର ନେବେ କି ନାହିଁ ତାହା ଧୋନିକୁ ସ୍ଥିର କରିବାକୁ ପଡ଼ିବ । ଏମଏସ ଧୋନି ଭାରତର ସର୍ବକାଳୀନ ମହାନ କ୍ରିକେଟରଙ୍କ ମଧ୍ୟ ଅନ୍ୟତମ । ସେ ଯାହା ହାସଲ କରିଛନ୍ତି, ଏହା ତାଙ୍କର ମହାନତାକୁ ଦର୍ଶାଏ ।
Trending Photos
ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ଜାଣିଛନ୍ତି କି ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂଙ୍କ ପିତା ତଥା ପୂର୍ବତନ କ୍ରିକେଟର ଯୋଗରାଜ ସିଂ ଅତୀତରେ ଧୋନିଙ୍କ ପ୍ରତି ନିଜର ଭାବନା କିପରି ପ୍ରକାଶ କରିଆସୁଛନ୍ତି ? ଯେତେବେଳେ ବି ସୁଯୋଗ ଆସେ, ଯୋଗରାଜ ଧୋନିଙ୍କୁ ଟାର୍ଗେଟ କରିବାକୁ ପଛାନ୍ତି ନାହିଁ । ବର୍ତ୍ତମାନ ଯୋଗରାଜ ବିରାଟ କୋହଲିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ତେବେ ବର୍ତ୍ତମାନ ଯୋଗରାଜ ସିଂ ପୁଣି ଥରେ ଧୋନିଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଏମଏସ ଧୋନି ଟିମ୍ ଇଣ୍ଡିଆ ପାଇଁ କିଛି କରିନାହାଁନ୍ତି । ନା ଖେଳାଳିଙ୍କୁ ସମର୍ଥନ କରିଛନ୍ତି ।
Yuvraj Singh Was Supposed To Become Captain But MS Dhoni Got The Captaincy Because Of Destiny: Yograj Singh Yuvraj Singh’s father and former cricketer Yograj Singh had from time to time blamed the Indian team management for being biased with his son. H... https://t.co/nulXz3WNvc pic.twitter.com/BG0ZFKWLlH
— HAFEEZ PARDESI (@VOICE_2U) May 7, 2020
ଏକ ଘରୋଇ ୱେବସାଇଟ୍ ସହ ସାକ୍ଷାତକାର ବେଳେ ଯୋଗରାଜ ସିଂ କହିଛନ୍ତି ଯେ, ମୁଁ ଧୋନିଙ୍କୁ ପଚାରିବାକୁ ଚାହେଁ ଯେ ସେ ଏତେ ବର୍ଷ ଧରି ଭାରତ ପାଇଁ ଖେଳିଛନ୍ତି । କିନ୍ତୁ ସେ ଦଳ ପାଇଁ କ’ଣ କରିଛନ୍ତି । ଜଣେ ଖେଳାଳିଙ୍କ ପାଇଁ ସେ କ’ଣ କରିଛନ୍ତି ? ଯଦି ଧୋନି ଖେଳାଳିଙ୍କ ପାଇଁ କିଛି କରିଥାନ୍ତେ । ତେବେ ସେମାନେ ତାଙ୍କୁ ପ୍ରଶଂସା କରିଥାନ୍ତେ । ସୌରାଭ ଗାଙ୍ଗୁଲିଙ୍କ ତୁଳନାରେ ଏମଏସ ଧୋନି ଭାରତୀୟ ଦଳ ଏବଂ ଖେଳାଳିଙ୍କ ପାଇଁ କିଛି କରିନାହାଁନ୍ତି । ସୌରଭଙ୍କ ମହାନତା ଏତେ ଉଚ୍ଚ ଯେ ସେ ନିଜ, ଦେଶ ଓ ଦଳ ବିଷୟରେ ମଧ୍ୟ ଭାବିଥିଲେ । ସଂକଟ ସମୟରେ ଯୁବରାଜଙ୍କ ସାଥ୍ ନଦେବାରୁ ଯୋଗରାଜ ନିକଟରେ ଏମଏସ ଧୋନି ଏବଂ ବିରାଟଙ୍କ ଉପରେ ବର୍ଷିଥିଲେ ।
ଧୋନିଙ୍କ ଅବସର ଉପରେ ପ୍ରଶ୍ନକୁ ନେଇ ଯୋଗରାଜ କହିଛନ୍ତି ଯେ, ଅବସର ନେବେ କି ନାହିଁ ତାହା ଧୋନିକୁ ସ୍ଥିର କରିବାକୁ ପଡ଼ିବ । ଏମଏସ ଧୋନି ଭାରତର ସର୍ବକାଳୀନ ମହାନ କ୍ରିକେଟରଙ୍କ ମଧ୍ୟ ଅନ୍ୟତମ । ସେ ଯାହା ହାସଲ କରିଛନ୍ତି, ଏହା ତାଙ୍କର ମହାନତାକୁ ଦର୍ଶାଏ ।