ନୂଆଦିଲ୍ଲୀ: ଯେତେବେଳେ ଦେଶରେ କୋରୋନା ସଂକ୍ରମଣ ନିଆଁ ପରି ବ୍ୟାପୁଥିଲା, ସେତେବେଳେ ଲୋକଙ୍କ ସହ ଠିଆ ହୋଇଥିଲା ଭାରତର ଅଗ୍ରଣୀ ମନରଞ୍ଜନ କମ୍ପାନୀ ଜୀ ଏଣ୍ଟରଟେନମେଣ୍ଟ। ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇବାଠୁ ଆରମ୍ଭ କରି ପିଏମ କେୟାର୍ସରେ ଦାନ କରିବା, ସବୁଠି କମ୍ପାନୀ ନିଜର ଦାୟୀତ୍ୱ ତୁଲାଇଛି। ଏହା ବ୍ୟତୀତ ଗତ ଜୁନରେ କୋରୋନା ମୁକାବିଲା ପାଇଁ ଦେଶବ୍ୟାପୀ ୨୦୦ଟି ଆମ୍ବୁଲାନ୍ସ ଓ ୪୦ ହଜାର ପିପିଇ କିଟ ଦାନ କରିବାକୁ ଜୀ ମିଡିଆ ସଙ୍କଳ୍ପ କରିଥିଲା।
କୋରୋନା କାଳେ #EsselGroup ର ମହାନତା...
ରାଜସ୍ଥାନ ସରକାରଙ୍କୁ ୨୦ଟି ଆମ୍ବୁଲାନ୍ସ ଓ ୪ ହଜାର ପିପିଇ କିଟ୍ ପ୍ରଦାନ...
ଜୀ ଏଣ୍ଟରପ୍ରାଇଜେସର ସିଇଓ ପୁନିତ ଗୋଏଙ୍କା ଓ ଜୀ ମିଡିଆର ସିଇଓ ପୁରୁଷୋତ୍ତମ ବୈଷ୍ଣବ ଥିଲେ ଉପସ୍ଥିତ...@JajatiKMohanty @Zee_Hindustan @ashokgehlot51 @MoHFW_INDIA pic.twitter.com/o1uBOPnDeT
— ZEE Odisha (@ZeeOdisha) October 25, 2020
ଜୀ ମିଡିଆର ସିଏସଆର ପାଣ୍ଠିରୁ ଦେଶର ୧୦ଟି ପ୍ରମୂଖ ସହର(ମୁମ୍ୱାଇ, ନୋଏଡା, ଚଣ୍ଡିଗଡ, ଜୟପୁର, କୋଲକାତା, ଭୁବନେଶ୍ୱର, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଚି ଓ ଚେନ୍ନାଇ)ରେ କୋରୋନା ସହାୟତା ଯୋଗାଇ ଦିଆଯାଇଛି। ପ୍ରର୍ଯ୍ୟାୟ କ୍ରମେ ଏହି ସବୁ ସ୍ଥାନରେ ସ୍ଥାନୀୟ ପ୍ରଶାସନ ବା ରାଜ୍ୟ ସରକାରଙ୍କୁ ଜୀ ପକ୍ଷରୁ ଆବଶ୍ୟକୀୟ ସାମଗ୍ରୀ ଦିଆଯାଉଛି। କେବଳ ଆମ୍ୱୁଲାନ୍ସ ଓ ପିପିଇ କିଟ୍ ନୁହଁ, ପୋର୍ଟାବଲ ଆଇସୁୟୁ ବି କମ୍ପାନୀ ଦେଇଛି।
ମାଗଣାରେ ଯୋଗାଇବାକୁ ଥିବା ୨୦୦ଟି ଆମ୍ବୁଲାନ୍ସ ମଧ୍ୟରୁ କେବଳ ମୁମ୍ବାଇକୁ ୪୬ଟି ଯୋଗାଇ ଦିଆଯାଇଛି। ଏହିକ୍ରମରେ ଅକ୍ଟୋବର ୨୪ ତାରିଖ ଦିନ ରାଜସ୍ଥାନ ସରକାରଙ୍କୁ ଜୀ ମିଡିଆ ୨୦ଟି ଆମ୍ବୁଲାନ୍ସ ଓ ୪୦୦୦ ପିପିଇ କିଟ୍ ହସ୍ତାନ୍ତର କରିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ କମ୍ପାନୀର ମୁଖ୍ୟ ପୁନୀତ ଗୋଏଙ୍କା ଏହାକୁ ପ୍ରଦାନ କରିଛନ୍ତି। ଏହି ଅବସରରେ ଜୀ ମିଡିଆର ସିଇଓ ପୁରୁଷୋତ୍ତମ ବୈଷ୍ଣବ, ରାଜସ୍ଥାନ ସ୍ୱାସ୍ଥ୍ୟ ମନ୍ତ୍ରୀ, ଡକ୍ଟର ରଘୁ ଶର୍ମା ପ୍ରମୂଖ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ଜୀ, ଆନ୍ଧ୍ରପ୍ରଦେଶ ସରକାରଙ୍କୁ ୧୦ଟି ଆମ୍ବୁଲାନ୍ସ ଓ ୪୦୦୦ ପିପିଇ କିଟ ଦେଇଛି। କେରଳକୁ ୨୫ଟି ଆମ୍ବୁଲାନ୍ସ, ୪୦୦୦ ପିପିଇ କିଟ୍, ପଞ୍ଜାବକୁ ୨୦ ଆମ୍ବୁଲାନ୍ସ, କର୍ଣ୍ଣାଟକକୁ ୨୦ଟି ଆମ୍ବୁଲାନ୍ସ, ୪୦୦୦ ପିପିଇ କିଟ ଓ ୨୫ଟି ଅକ୍ସିଜେନ ହ୍ୟୁମିଡିଫାୟାର ଦେଇଛି। ସେହିପରି ତେଲେଙ୍ଗାନାକୁ ୨୦ଟି ଆମ୍ବୁଲାନ୍ସ ଓ ୪୦୦୦ ପିପିଇ କିଟ ଦିଆଯାଇଥିବା ବେଳେ ତାମିଲନାଡୁକୁ ୪୫ଟି ଆମ୍ବୁଲାନ୍ସ, ୧୨୫୦୦ ପିପିଇ କିଟ ଓ ୮୦୦୦୦ ଲୋକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି।
ଜୀ ମିଡିଆର ଏଭଳି ସମାଜ ପ୍ରତି ନିଜର କର୍ତ୍ତବ୍ୟ ନିର୍ବାହକୁ ସବୁ ମହଲରେ ଖୁବ ପ୍ରଶଂସା କରାଯାଇଛି। ଅଗଷ୍ଟରେ ଭୁବନେଶ୍ୱର ମହାନଗର ନିଗମକୁ ଜୀ ପକ୍ଷରୁ ୨୦୦୦ଟି ପିପିଇ କିଟ୍ ପ୍ରଦାନ କରାଯାଇଥିଲା। ତେବେ ଚଳିତ ଅକ୍ଟୋବର ସୁଦ୍ଧା ୨୦ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି କମ୍ପାନୀ ଆଶ୍ୱାସନା ଦେଇଛି।