Invesco କୁ ଝଟକା! NCLAT NCLT କୁ କହିଲା ଉତ୍ତର ରଖିବା ପାଇଁ ZEE କୁ ଦିଆଯାଉ ପର୍ଯ୍ୟାପ୍ତ ସମୟ
X

Invesco କୁ ଝଟକା! NCLAT NCLT କୁ କହିଲା ଉତ୍ତର ରଖିବା ପାଇଁ ZEE କୁ ଦିଆଯାଉ ପର୍ଯ୍ୟାପ୍ତ ସମୟ

ବୁଧବାର ZEEL ପକ୍ଷରୁ  NCLAT ଠାରେ Invesco ଦ୍ୱାରା ଦିଆଯାଇଥିବା ନୋଟିସ ବିରୋଧରେ ଏକ ପିଟିସନ ଦାଖଲ କରାଯାଇଥିଲା​।

Invesco କୁ ଝଟକା!  NCLAT NCLT କୁ କହିଲା  ଉତ୍ତର ରଖିବା ପାଇଁ ZEE କୁ  ଦିଆଯାଉ ପର୍ଯ୍ୟାପ୍ତ ସମୟ

ନୂଆଦିଲ୍ଲୀ: Zee Entertainment କୁ ବେଆଇନ ଭାବେ Takeover କରିବାକୁ  ଯୋଜନା କରୁଥିବା Invesco କୁ ମିଳିଛି ଜବରଦସ୍ତ ଝଟକା। ଏ ମାମଲାରେ ଅକ୍ଟୋବର ୭ ତାରିଖ ଗୁରୁବାର ZEEL ପକ୍ଷରୁ କରାଯାଇଥିବା  ଆବେଦନ ଉପରେ ଶୁଣାଣି କରି NCLAT କହିଛନ୍ତି ଜବାବ ରଖିବା ପାଇଁ  NCLT ଦ୍ୱାରା ZEEL କୁ ପର୍ଯ୍ୟାପ୍ତ ସମୟ ଦିଆଯାଇ ନାହିଁ। ଯାହା ପ୍ରାକୃତିକ ନ୍ୟାୟର ନୀତି ବିରୁଦ୍ଧ। Zee Entertainment କୁ ଉତ୍ତର ଦାଖଲ କରିବାକୁ ପର୍ଯ୍ୟାପ୍ତ ସମୟ ଦେବା ଆବଶ୍ୟକ। 

ବୁଧବାର ZEEL ପକ୍ଷରୁ  NCLAT ଠାରେ Invesco ଦ୍ୱାରା ଦିଆଯାଇଥିବା ନୋଟିସ ବିରୋଧରେ ଏକ ପିଟିସନ ଦାଖଲ କରାଯାଇଥିଲା​। Zee, Global China Fund LLC ଏବଂ Invesco ନୋଟିସକୁ ବେଆଇନ ବୋଲି ଦର୍ଶାଇ ବମ୍ବେ ହାଇକୋର୍ଟରେ ଏକ ମୋକଦ୍ଦମା ଦାଏର କରିଛି।

 

କେତେବେଳେ EGM ଡାକିବା ଉଚିତ ତାହା ବୋର୍ଡ ସ୍ଥିର କରିବ
ଗୁରୁବାର ଶୁଣାଣି ବେଳେ NCLAT (National Company Law Appellate Tribunal) କହିଛି  ଯେ ଜବାବ ରଖିବା ଲାଗି NCLT (National Company Law Tribunal) ZEEL କୁ ପର୍ଯ୍ୟାପ୍ତ ସମୟ ଦେଇନାହିଁ। ଏହାର ଉତ୍ତର ଦାଖଲ କରିବାକୁ ZEEL ପର୍ଯ୍ୟାପ୍ତ ସମୟ ପାଇବା ଉଚିତ। ZEEL, NCLT ଆଦେଶ ବିରୁଦ୍ଧରେ NCLAT ଠାରେ ଏକ ଆବେଦନ କରିଥିଲା। Zee Entertainment ର EGM ବିଷୟରେ ଏକ ନିରନ୍ତର ଆଲୋଚନା ହେଉଛି। କମ୍ପାନୀ କହିଛି ଯେ EGM କେବେ ଡକାଯିବା ଉଚିତ ତାହା ବୋର୍ଡ ସ୍ଥିର କରିବ। ବୋର୍ଡ ନିର୍ଦ୍ଧାରିତ ସମୟରେ EGM ଡାକିବ। Invesco ଚାହୁଁଥିଲା ବୋର୍ଡ ଶୀଘ୍ର EGM ଡାକିବା  ସହ ଏହାର ପ୍ରସ୍ତାବିତ ନାମକୁ ଅନ୍ତର୍ଭୂକ୍ତ କରୁ। କମ୍ପାନୀ ଅଧିନିୟମ ଅନୁଯାୟୀ ଅଂଶୀଦାରଙ୍କ ଠାରୁ ଚାହିଦା ଗ୍ରହଣ କରିବାର ୨୧ ଦିନ ମଧ୍ୟରେ କମ୍ପାନୀକୁ ଏକ EGM ଡାକିବାକୁ ପଡିଥାଏ।

ZEEL ପକ୍ଷରୁ ବିବୃତ୍ତି ଜାରି 
ବର୍ତ୍ତମାନ ପର୍ଯ୍ୟନ୍ତ NCLAT, Zee Entertainment ପକ୍ଷକୁ ଦୃଢ ବୋଲି ମନେ କରିଛି। NCLAT ନିଷ୍ପତ୍ତି ପରେ Zee Entertainment ମୁଖପାତ୍ର ଏକ ବିବୃତ୍ତି ଦେଇ କହିଛନ୍ତି  ଏହି ମାମଲାରେ "ନ୍ୟାସନାଲ କମ୍ପାନୀ ଲ ଅପିଲେଟ ଟ୍ରିବ୍ୟୁନାଲ" (National Company Law Appellate Tribunal-NCLAT) ପକ୍ଷରୁ ଆଜି ନିଷ୍ପତ୍ତି ଦିଆଯାଇଛି। ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଆଇନଗତ ପ୍ରକ୍ରିୟା ସମସ୍ତଙ୍କୁ ସେମାନଙ୍କ ମାମଲାରେ ପକ୍ଷ ଉପସ୍ଥାପନ କରିବାକୁ ସୁଯୋଗ ପ୍ରଦାନ କରିଥାଏ। NCLAT ଆମର ଆବେଦନକୁ ଗ୍ରହଣ କରିଛି ଏବଂ ପ୍ରାକୃତିକ ନ୍ୟାୟର ସିଦ୍ଧାନ୍ତଙ୍କୁ ଦୃଢୀଭୂତ କରିଛି ଏବଂ ଏହା ସହିତ ଆମ ପକ୍ଷର ମତ ଶୁଣିବାକୁ ଏକ ସୁଯୋଗ ଦେଇଛି। କମ୍ପାନୀ ଏହାର ସମସ୍ତ ଅଂଶୀଦାରଙ୍କ ଉତ୍ତମ ସ୍ୱାର୍ଥରେ ଏବଂ ପ୍ରଯୁଜ୍ୟ ନିୟମ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ।

ଦେଶବାସୀଙ୍କୁ ନିବେଦନ କରିଥିଲେ Dr.Subhash Chandra
Zee Entertainment Enterprises Limited ପ୍ରତିଷ୍ଠାତା Dr.Subhash Chandra ବୁଧବାର ଦିନ Zee News Show DNA କାର୍ଯ୍ୟକ୍ରମକୁ ଦେଇଥିବା ଏକ ବଡ ସାକ୍ଷାତକାର ଦେବା ସହ ଦେଶବାସୀଙ୍କୁ ଉଦ୍ଦେଶ୍ୟରେ ନିବେଦନ କରି ସେ କହିଛନ୍ତି ଯେ କିଛି ବିଦେଶୀ କମ୍ପାନୀ ଆପଣଙ୍କ Zee TV କୁ ନେବାକୁ ଷଡଯନ୍ତ୍ର କରୁଛନ୍ତି। ଏହା ଘଟିବାକୁ ଦିଅନ୍ତୁ ନାହିଁ। Zee Entertainment କୁ ଦେଶବାସୀଙ୍କ ପକ୍ଷରୁ ବହୁତ ବଡ ସମର୍ଥନ ମିଳିଛି। ଟ୍ୱିଟରରେ ଏହା କ୍ରମାଗତ ଭାବେ ଆଲୋଚନା ହେଉଛି ଯେ #DeshKaZee କୁ ବିଦେଶୀଙ୍କ ହାତକୁ ଯିବାକୁ ଦିଆଯିବ ନାହିଁ।

Trending news