Invesco ର EGM ଡାକିବାର ଦାବି ବୈଧ କି ନାହିଁ, ZEEL ର ଜବାବ ଶୁଣିବା ପରେ ବମ୍ବେ ହାଇକୋର୍ଟ ଦେବେ ଅନ୍ତିମ ଆଦେଶ
X

Invesco ର EGM ଡାକିବାର ଦାବି ବୈଧ କି ନାହିଁ, ZEEL ର ଜବାବ ଶୁଣିବା ପରେ ବମ୍ବେ ହାଇକୋର୍ଟ ଦେବେ ଅନ୍ତିମ ଆଦେଶ

ତେବେ କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଇନଭେସ୍କୋ ସପକ୍ଷରେ କୋର୍ଟ (ବମ୍ବେ ହାଇକୋର୍ଟ) ରାୟ ଦେଇଛନ୍ତି । କିନ୍ତୁ, ବାସ୍ତବରେ EGM ର ଅଧ୍ୟକ୍ଷତା ଜଣେ ଅବସରପ୍ରାପ୍ତ ବିଚାରପତି କରିବେ । 

Invesco ର EGM ଡାକିବାର ଦାବି ବୈଧ କି ନାହିଁ, ZEEL ର ଜବାବ ଶୁଣିବା ପରେ ବମ୍ବେ ହାଇକୋର୍ଟ ଦେବେ ଅନ୍ତିମ ଆଦେଶ

ନୂଆଦିଲ୍ଲୀ: ZEEL-Invesco Case: ଜୀ ଏଣ୍ଟରଟେନମେଣ୍ଟ (Zee Entertainment) କୁ ହାତେଇବାକୁ ଚେଷ୍ଟା କରୁଥିବା ଇନଭେସ୍କୋ (Invesco) ମାମଲାରେ ବମ୍ବେ ହାଇକୋର୍ଟ (Bombay High Court) ଜୀ ବୋର୍ଡ (Zee Board) କୁ ଏକ ଏକ୍ସଟ୍ରାଅର୍ଡିନାରୀ ମିଟିଂ ଡାକିବାକୁ ପରାମର୍ଶ ଦେଇଛନ୍ତି । ଅକ୍ଟୋବର ୨୧ରେ ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ (Zee Entertainment Enterprises) କୁ ଏକ EGM ଡାକିବାକୁ କହିଛନ୍ତି । କମ୍ପାନୀର ଅଂଶୀଦାର ଇନଭେସ୍କୋ ଡେଭଲପମେଣ୍ଟ ମାର୍କେଟ ଫଣ୍ଡ ଓ OFI ଗ୍ଲୋବାଲ ଚାଇନା ଫଣ୍ଡ EGM ଡାକିବାକୁ ଦାବି କରିଥିଲେ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ EGM ଦ୍ୱାରା ପାରିତ ପ୍ରସ୍ତାବକୁ ସେପର୍ଯ୍ୟନ୍ତ ସୁରକ୍ଷିତ ରଖିବା ଆବଶ୍ୟକ ଯେପର୍ଯ୍ୟନ୍ତ ଏହା ସ୍ଥିର ନହେଉଛି ଯେ ଇଜିଏମ୍ ଡାକିବା ଦାବି ବୈଧ କି ନୁହେଁ ।

ଅବସରପ୍ରାପ୍ତ ବିଚାରପତି କରିବେ EGM ର ଅଧ୍ୟକ୍ଷତା 

ତେବେ କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଇନଭେସ୍କୋ ସପକ୍ଷରେ କୋର୍ଟ (ବମ୍ବେ ହାଇକୋର୍ଟ) ରାୟ ଦେଇଛନ୍ତି । କିନ୍ତୁ, ବାସ୍ତବରେ EGM ର ଅଧ୍ୟକ୍ଷତା ଜଣେ ଅବସରପ୍ରାପ୍ତ ବିଚାରପତି କରିବେ । ଜୀ ଏଣ୍ଟରଟେନମେଣ୍ଟ ପାଇଁ ପକ୍ଷ ରଖୁଥିବା ଓକିଲ କହିଛନ୍ତି ଯେ EGM ରେ ପାରିତ ହୋଇଥିବା ନିଷ୍ପତ୍ତି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅନୁମୋଦନ ଅନୁଯାୟୀ ହେବ । କମ୍ପାନୀ ଆଜି ଅର୍ଥାତ ଅକ୍ଟୋବର ୨୨ରେ EGM ର ତାରିଖରଲ ସୂଚନା ଦେବ । କାରଣ, କମ୍ପାନୀ କଦାପି ମାନ୍ୟବର କୋର୍ଟର ନିୟମ ଓ ଆଦେଶ ବିରୁଦ୍ଧରେ ଯିବ ନାହିଁ ।

ଇନଭେସ୍କୋର ବିଜୟର ଖବର ମିଥ୍ୟା ଓ ପକ୍ଷପାତିତ 

କେତେକ ଗଣମାଧ୍ୟମ ରିପୋର୍ଟ ଏହାକୁ ଇନଭେସ୍କୋ ପାଇଁ ଏକ ବିଜୟ ବୋଲି କହିଛି, କାରଣ ZEEL ସେମାନଙ୍କ ଦାବିରେ ରାଜି ହୋଇଛି, କିନ୍ତୁ ଏହିପରି ରିପୋର୍ଟ ମିଥ୍ୟା ଏବଂ ପକ୍ଷପାତିତ ଅଟେ । ସୂଚନାଯୋଗ୍ୟ ଯେ ଜୀ ଏଣ୍ଟରଟେନମେଣ୍ଟରେ ଇନଭେସ୍କୋ ଓ OFI ଗ୍ଲୋବାଲ୍ ଚାଇନାର ପ୍ରାୟ ୧୮ ପ୍ରତିଶତ ଅଂଶଧନ ଅଛି । ସେପ୍ଟେମ୍ବର ୧୧ରେ ଉଭୟ କମ୍ପାନୀର ବୋର୍ଡରୁ ଦାବି କରାଯାଇଥିଲା ଯେ କମ୍ପାନୀର ଇଜିଏମ୍ ଡାକିବା ଉଚିତ ।

HC ଦେଖିବେ MIB ଅନୁମୋଦନ ବିନା ନୂତନ ବୋର୍ଡ ସଦସ୍ୟ ନିଯୁକ୍ତ ହୋଇପାରିବ କି ନାହିଁ  

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବମ୍ବେ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ଜଣେ ନିରପେକ୍ଷ ବ୍ୟକ୍ତିଙ୍କୁ ZEEL ର ବୋର୍ଡ ବୈଠକରେ ଅଧ୍ୟକ୍ଷତା କରିବାକୁ ପଡିବ । ତେଣୁ EGM ର ଅଧ୍ୟକ୍ଷତା ଜଣେ ଅବସରପ୍ରାପ୍ତ ବିଚାରପତି କରିବେ । EGM ପରେ ZEEL ଫଳାଫଳକୁ ଚ୍ୟାଲେଞ୍ଜ କରିପାରିବ ଓ ଯୋଗ୍ୟତା ଆଧାରରେ କୋର୍ଟ ନିଷ୍ପତ୍ତି ନେବେ । MIB ଅନୁମୋଦନ ଓ ଅଧିକାର କ୍ଷେତ୍ର ବିନା ବୋର୍ଡରେ କାହାକୁ ନିଯୁକ୍ତ କରାଯାଇପାରିବ କି ନାହିଁ ତାହା ସ୍ଥିର କରିବ । ଆଜି ZEE ର EGM ତାରିଖ ସହିତ ବାକି ବିବରଣୀ ଉପରେ କୋର୍ଟ ଚୂଡ଼ାନ୍ତ ଆଦେଶ ଦେବେ ।

ZEEL ଉପରେ ନିୟନ୍ତ୍ରଣ କରିବାକୁ ଜିଦ୍ ଧରିଛି ଇନଭେସ୍କୋ 

ଆପଣଙ୍କୁ କହିରଖୁଛୁ ଯେ, ZEEL ଉପରେ ନିୟନ୍ତ୍ରଣ କରିବାକୁ ନେଇ ଇନଭେସ୍କୋ ଜିଦ୍ ଧରିଛି । ଇନଭେସ୍କୋ ZEEL କୁ ରିଲାଏନ୍ସ ଗ୍ରୁପ୍ ସହିତ ଏକ ଚୁକ୍ତି କରିବାକୁ ବାଧ୍ୟ କରିବାକୁ ଚେଷ୍ଟା କରିଥିଲା । ତେବେ ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ZEE ଏହି ଡିଲ୍ କରିବାକୁ ମନା କରିଦେଇଥିଲା । ବାସ୍ତବରେ, ରିଲାଏନ୍ସ ର ଯେଉଁ କମ୍ପାନୀଗୁଡିକର ZEE ସହିତ ବିଲୟ ହେବାକୁ କୁହାଯାଉଥିଲା, ତାହାର ଭେଲ୍ୟୁଏଶନ ପ୍ରାୟ ୧୦,୦୦୦ କୋଟି ଟଙ୍କା ବଢ଼ାଇ ଚଢ଼ାଇ ଦେଖାଯାଇଥିଲା ।

୬ ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତି ପାଇଁ ଚାହୁଁଛି ଇନଭେସ୍କୋ 

ନିର୍ଦ୍ଦେଶକ ଅଶୋକ କୁରିଆନ୍ ଓ ମନୀଷ ଚୋଖୋନୀଙ୍କ ବ୍ୟତୀତ MD ଏବଂ ସିଇଓଙ୍କୁ ହଟାଇବା ପାଇଁ ଇନଭେସ୍କୋ EGM ଡାକିଥିଲା । ଅବଶ୍ୟ, କୁରିଏନ୍ ଓ ଚୋଖାନି ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିଲେ, ଯାହା ଫଳରେ ଇନଭେସ୍କୋ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ "ଇନଫ୍ରାକ୍ଟିଭ୍" ହୋଇଯାଇଥିଲା । ଇନଭେସ୍କୋ ବୋର୍ଡରେ ୬ ନୂଆ ନିର୍ଦ୍ଦେଶକ ନିଯୁକ୍ତିର ଦାବି କରିଛି, ଏଥିରେ ସୁରେନ୍ଦ୍ର ସିଂ ସିରୋହି, ନୈନା କୃଷ୍ଣ ମୁର୍ତ୍ତୀ, ରୋହନ ଧମିଜା, ଅରୁଣା ଶର୍ମା, ଶ୍ରୀନିବାସା ରାଓ ଆଡେପାଲ୍ଲି ଏବଂ ଗୌରବ ମେହେଟ୍ଟା ସାମିଲ ଅଛନ୍ତି । କିନ୍ତୁ, ଏହି ସମସ୍ତଙ୍କର ମନୋରଞ୍ଜନ କିମ୍ବା ମିଡିଆ ଇଣ୍ଡଷ୍ଟ୍ରି ସହିତ କୌଣସି ସମ୍ପର୍କ ନାହିଁ ।

ଏହା ବି ପଢ଼ନ୍ତୁ:-ଋଷରେ ମୃତ୍ୟୁର ତାଣ୍ଡବ କରୁଛି କୋରୋନା, ଚିହ୍ନଟ ହେଲା ଡେଲ୍ଟା ଅପେକ୍ଷା ଅଧିକ ମାରାତ୍ମକ ସବ୍-ଭାରିଆଣ୍ଟ ; ସାରା ଦୁନିଆରେ ପୁଣି ବଢିବାକୁ ଲାଗିଛି କୋଭିଡ-19 ସଙ୍କଟ

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏହା ବି ପଢ଼ନ୍ତୁ:-ଆଜି ସକାଳ ୧୦ଟାରେ ଦେଶକୁ ସମ୍ବୋଧନ କରିବେ ପିଏମ ମୋଦି, PMO ଦେଲା ସୂଚନା

ଏହା ବି ପଢ଼ନ୍ତୁ:-ଏହି ୫ଟି କାରଣରୁ ଆର୍ୟନଙ୍କୁ ମିଳିନାହିଁ ଜାମିନ

ଏହା ବି ପଢ଼ନ୍ତୁ:-LIC ସମସ୍ତ ପଲିସି ଧାରକଙ୍କ ପାଇଁ ଜାରି କରିଛି ଜରୁରୀ ସୂଚନା, ଜାଣି ନିଅନ୍ତୁ ନଚେତ ହୋଇପାରେ ବଡ଼ ଅସୁବିଧା

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍: କୋରୋନା ଭ୍ୟାକ୍ସିନ ମାମଲାରେ ଇତିହାସ ରଚିଲା ଭାରତ

Trending news