Advertisement
Article Detail0/zeeodisha/odisha693500
Zee OdishaNayagarhକୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ଶତକ ମାରିଲା ନୟାଗଡ

କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ଶତକ ମାରିଲା ନୟାଗଡ

ଅନ୍ୟପକ୍ଷେ ଆଜି ସକାଳେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୪୬ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୟାଗଡ: ରାଜ୍ୟରେ କ୍ରମାଗତ ବଢ଼ି ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ଆଜି(ମଙ୍ଗଳବାର) ନୟାଗଡ ଜିଲ୍ଲାରେ ପୁଣି ୪ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୪ ସଂକ୍ରମିତଙ୍କ ମଧ୍ୟରୁ ମଧ୍ୟଖଣ୍ଡ କ୍ବାରେଣ୍ଟାଇନ ସେଣ୍ଟରର ୩ ଜଣ ଓ ଲେଙ୍କୁଡିପଡା ହୋମ କ୍ବାରେଣ୍ଟାଇନର ଜଣେ ଚିହ୍ନଟ ସାମିଲ ଅଛନ୍ତି । ଏନେଇ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ତରଫରୁ ସୂଚନା ପ୍ରଦାନ କରିଛି । ଜିଲ୍ଲାରେ ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ୯୬ ଥିବା ବେଳେ ଏବେ ଶତକ ଛୁଇଁଛି । 

ଅନ୍ୟପକ୍ଷେ ଆଜି ସକାଳେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୪୬ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଫଳରେ ରାଜ୍ୟରେ ମୋଟ ୩୧୪୦ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୨୧୩୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୯୯୬ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।

Add Zee News as a Preferred Source
About the Author