ଆକ୍ରାନ୍ତମାନେ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
Trending Photos
ନୟାଗଡ଼: ଜିଲ୍ଲାରେ ଆଉ ୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନେ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତେବେ ଏହାକୁ ମିଶାଇ ନୟାଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି ।
ଯାହା ଜଣାପଡ଼ିଛି, ଜିଲ୍ଲାର କୁରାଳ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ସମସ୍ତ ନୂଆ ମାମଲା ଆସିଛି । ତେବେ ଆକ୍ରାନ୍ତମାନେ କ୍ୱାରେଣ୍ଟାଇନରେ ଥିବା ସମୟରେ ହିଁ ଚିହ୍ନଟ ହୋଇଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କାନାହିଁ । ପୂର୍ବରୁ ଜିଲ୍ଲାରେ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ନୂଆ ୬ ମାମଲା ଆସିବା ପରେ ଏହି ସଂଖ୍ୟା ୨୭କି ବୃଦ୍ଧି ପାଇଛି ।