ସନ୍ଦେହଜନକ ଭାବେ ଜଙ୍ଗଲ ଭିତରେ ବୁଲୁଥିବା ବେଳେ ବନ ବିଭାଗ ପକ୍ଷରୁ ଏମାନଙ୍କୁ କାବୁ କରାଯାଇଥିଲା ।
Trending Photos
)
ପ୍ରଶାନ୍ତ ଜେନା, ନୟାଗଡ଼: ଗଣିଆ ବନ ବିଭାଗ ଦ୍ୱାରା ୩ ଶିକାରୀ ଅଟକ । ଅଭିଯୁକ୍ତ ଶିକାରୀମାନେ ହେଲେ କାକୁଡିଖୋଲର ପ୍ରମୋଦ ପ୍ରଧାନ ଓ କେନ୍ଦୁଆପଲ୍ଲିର ମନ ସିଂ ଏବଂ ଅକ୍ଷୟ ସିଂ । ଅଟକ ଶିକାରୀଙ୍କ ନିକଟରୁ ଗୋଟିଏ ଚୋରା ବନ୍ଧୁକ ସହ ଅଫୁଟା ଗୁଳି ଜବତ କରିଛି ବନ ବିଭାଗ ।

ସୂଚନା ମୁତାବକ, ଗଣିଆ ବନାଞ୍ଚଳ ଅଧିନ ବାଙ୍କାମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ ବେଳେ ଏମାନଙ୍କୁ ଧରିଥିଲେ ବନ କର୍ମଚାରୀ । ସନ୍ଦେହଜନକ ଭାବେ ଜଙ୍ଗଲ ଭିତରେ ବୁଲୁଥିବା ବେଳେ ବନ ବିଭାଗ ପକ୍ଷରୁ ଏମାନଙ୍କୁ କାବୁ କରାଯାଇଥିଲା । ତେବେ ସେମାନେ କୌଣସି ବନ୍ୟଜନ୍ତୁ ଶିକାର କରିଛନ୍ତି କି ନାହିଁ, ଏନେଇ ଅଧିକ ପଚରା ଉଚରା କରାଯାଉଛି ।