ଆଉ ୧୨୯ ନୂଆ ମାମଲା, ୨ହଜାରର ନିକଟତର ହେଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
Advertisement

ଆଉ ୧୨୯ ନୂଆ ମାମଲା, ୨ହଜାରର ନିକଟତର ହେଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ କେନ୍ଦ୍ରାପଡ଼ାରୁ ଚିହ୍ନଟ ହୋଇଛନ୍ତି । 

ଆଉ ୧୨୯ ନୂଆ ମାମଲା, ୨ହଜାରର ନିକଟତର ହେଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୨ହଜାରର ନିକଟତର ହେଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୧୨୯ ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ରେ ପହଞ୍ଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ କେନ୍ଦ୍ରାପଡ଼ାରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଆଜି ଚିହ୍ନଟ ହୋଇଥିବା ନୂଆ ମାମଲା ମଧ୍ୟରେ କେନ୍ଦ୍ରାପଡ଼ାରୁ ୧୮, ଗଜପତିରୁ ୧୬, ନୂଆପଡ଼ାରୁ ୧୨, ବାଲାଙ୍ଗୀରରୁ ୧୧, ଯାଜପୁରରୁ ୧୦, ଗଞ୍ଜାମରୁ ୧୦ ଓ ଖୋର୍ଦ୍ଧାରୁ ୭ ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର ଓ ବରଗଡ଼ରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କଟକରୁ ୫, ପୁରୀରୁ ୪, ଦେବଗଡ଼ରୁ ୪, କେନ୍ଦୁଝରରୁ ୩ ଓ ଜଗତସିଂହପୁରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ, ସମ୍ବଲପୁର ଓ ମାଲକାନଗିରିରୁ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଛି । 

ରାଜ୍ୟରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ରହିଥିବା ବେଳେ ୧୦୫୦ ଜଣ ସୁସ୍ଥ ହେଲେଣି । ସେହିପରି ପୂର୍ବରୁ ୭ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଅର୍ଥାତ ଏବେ ୮୮୯ଟି ଆକ୍ଟିଭ କେସ ରହିଛି ।