)
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟଙ୍କର ହେବାକୁ ବସିଲାଣି କୋରୋନା ଭାଇରସ୍ । ଗତ ୨୪ ଘଣ୍ଟା ମଧ୍ୟରେ ୧୫୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ହଜାର ୬୯୩ରେ ପହଞ୍ଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଆଜିବି ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ସମସ୍ତ ୧୫୯୪ ନୂଆ ମାମଲା ମଧ୍ୟରୁ ୧୦୬୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସେହିପରି ୫୨୭ଟି ଲୋକଲ କେସ୍ ରହିଛି । ଗଞ୍ଜାମରୁ ସର୍ବାଧିକ ୭୨୩ ଜଣ ଚିହ୍ନଟ ହୋଇଥିବା ବେଳେ ୩୨୦ ଜଣ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨୮ ଜିଲ୍ଲାରୁ ନୂଆ ମାମଲା ସବୁ ସମ୍ନାକୁ ଆସିଛି । କହିରଖୁଛୁ, ଗତକାଲି ୨୭ ଜିଲ୍ଲାରୁ ୧୨୬୪ଟି ମାମଲା ସାମ୍ନାକୁ ଆସିଥିଲା ।
Covid-19 Report For 23rd July
New Positive Cases: 1594
In Quarantine: 1067
Local Contacts: 527(Details of local contacts will be shared by concerned District Administration)
District Wise Cases
1. Angul: 10
2. Balasore: 22
3. Bargarh: 8
4. Bhadrak: 60
5. Balangir: 6— I & PR Department, Odisha (@IPR_Odisha) July 24, 2020
ବର୍ତ୍ତମାନର ସ୍ଥିତି ଦେଖି ଲାଗୁଛି, ଗଞ୍ଜାମ ଅଣାୟତ୍ତ ହୋଇଗଲାଣି । ଏହି ଜିଲ୍ଲାରେ କୋରୋନା ଦ୍ରୁତ ଗତିରେ ବ୍ୟାପୁଛି । ଗତକାଲି ଜିଲ୍ଲାରୁ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୭୨୩ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମ ଓ ଖୋର୍ଦ୍ଧା ତଳକୁ କଟକରେ ମଧ୍ୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
6. Boudh: 41
7. Cuttack: 136
8. Dhenkanal: 2
9. Gajapati: 3
10. Ganjam: 732
11. Jagatsinghpur: 3
12. Jajpur: 5
13. Jharsuguda: 8
14. Kalahandi: 1
15. Kandhamal: 17
16. Kendrapada: 9
17. Keonjhar: 20
18. Khurda: 320
19. Koraput: 33
20. Malkangiri: 9
21. Mayurbhanj: 32— I & PR Department, Odisha (@IPR_Odisha) July 24, 2020