Advertisement
Article Detail0/zeeodisha/odisha772987
Zee OdishaOdisha Khabarବ୍ୟକ୍ ଟୁ ବ୍ୟାକ୍ ଆଉ ୨ଟି ଲଘୁଚାପ, ଜାଣନ୍ତୁ କଣ ରହିବ ପ୍ରଭାବ?

ବ୍ୟକ୍ ଟୁ ବ୍ୟାକ୍ ଆଉ ୨ଟି ଲଘୁଚାପ, ଜାଣନ୍ତୁ କଣ ରହିବ ପ୍ରଭାବ?

ଆଗପଛ ହୋଇ ବଙ୍ଗୋପ ସାଗରରେ ଆସୁଛି ଆଉ ୨ଟି ଲଘୁଚାପ। ତେବେ ଆସନ୍ତୁ ଜାଣିବା ଓଡିଶା ଉପରେ କଣ ରହିବ ଏହି ୨ଟି ଲଘୁଚାପର ପ୍ରଭାବ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ଭୁବନେଶ୍ୱର: ଓଡିଶାର ପିଛା ଛାଡୁନି ଲଘୁଚାପ। ସମୁଦ୍ରରେ ବାୟୁ ଗରମ ହେବା ଫଳରେ ବାରମ୍ବାର ଏହା ଅନୁଭୂତ ହେଉଛି। ଚଳିତମାସ ଶେଷ ବେଳକୁ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ସପ୍ତାହେ ପରେ ପୁଣି ଗୋଟିଏ ଲଘୁଚାପ ରାଜ୍ୟ ମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ, ବର୍ତ୍ତମାନ ପ୍ରଶାନ୍ତ ମହାସାଗରରେ ୨ଟି ବାତ୍ୟା ସକ୍ରୀୟ ଅଛି। ଗୋଟିଏ ଦୁର୍ବଳ ହୋଇ ୨୯ ଅକ୍ଟୋବର ବେଳକୁ ଭିଏତନାମ ଦେଇ ଆଣ୍ଡାମାନ ସାଗରରେ ପ୍ରବେଶ କରିବ। ୩୦ ତାରିଖ ବେଳକୁ ସମୁଦ୍ରରେ ଶକ୍ତି ବଢାଇ ଆନ୍ଧ୍ର ଓ ଓଡିଶା ଉପକୂଳ ଦେଇ ଗତି କରିପାରେ।

ତେବେ ବର୍ତ୍ତମାନ ସୁଦ୍ଧା ଲଘୁଚାପର ପ୍ରଭାବ ନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ। କିନ୍ତୁ ନଭେମ୍ବର ୨ ଓ ୩ ତାରିଖ ବେଳକୁ ଉପକୂଳ ଓଡିଶାରେ ହାଲୁକା ବାର୍ଷା ହେବା ସହ ପାଗ ମେଘୁଆ ରହିପାରେ। ତେବେ ଉପକୂଳ ଛୁଇଁଲା ବେଳେ ଲଘୁଚାପ ସମ୍ପୂର୍ଣ୍ଣ ଦୂର୍ବଳ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରୁଛନ୍ତି।

Add Zee News as a Preferred Source

ଏହି ଲଘୁଚାପ ସହ ଚଳିତମାସରେ ବଙ୍ଗୋପ ସାଗରରେ ୪ଟି ଲଘୁଚାପ ସୃଷ୍ଟି ହେବ। ପୂର୍ବର ୩ଟି ଲଘୁଚାପ ସମୁଦ୍ରରେ ଭୟଙ୍କର ରୂପ ଦେଖାଇଥିବା ବେଳେ ଭୂପୃଷ୍ଟରେ ସେତଟା ପ୍ରଭାବ ପକାଇନଥିଲା। ଉପକୂଳ ଜଳବାୟୁକୁ ଦେଖି ୪ର୍ଥ ଲଘୁଚାପ ବି ସମୁଦ୍ରରେ ହିଁ ରହିଯ଼ିବୂ ବୋଲି ଅନୁମାନ କରାଯାଉଛି।

ସେପଟେ ଏହାର ସପ୍ତାହେ ପରେ ଅର୍ଥାତ ନଭେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ ନେଇ ପାଣିପାଗ ବିଭାଗ ପାଖରେ କୌଣସି ଦୃଢ ତଥ୍ୟ ନାହିଁ। କିନ୍ତୁ ଲୋକଙ୍କୁ ସତର୍କ ରହିବାକୁ ଆଗୁଆ ପରାମର୍ଶ ଦିଆଯାଇଛି।