ଶନିବାର ରାତିରେ କଳାହାଣ୍ଡିରେ ଜଣେ ୨୯ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ କୋରୋନା ପଜିଟିଭ ମିଳିଥିଲା । ତାଙ୍କ ଟ୍ରାଭେଲ ହିଷ୍ଟ୍ରୀ ବାହରୀନ ବୋଲି ଜଣାପଡ଼ିଛି ।
Trending Photos
)
ଭୁବନେଶ୍ୱର: ଦେଶ ସମେତ ଓଡ଼ିଶାରେ କ୍ରମାଗତ ବଢ଼ି ବଢ଼ି ଚାଲିଛି କୋରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଅର୍ଥାତ ରବିବାବ ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଫଳରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ପହଞ୍ଚିଛି ।
Two more COVID POSITIVE cases in Bhubaneswar. One 70 years old male of Kapila Prasad Housing Board Colony Phase II who had returned from Australia on 22.3.2020 (home quarantine case)
Another, one 29 years old male from Bomikhal found out during active surveillance— H & FW Dept Odisha (@HFWOdisha) April 5, 2020
ସୂଚନାୟୋଗ୍ୟ, ଆଜି ଭୁବନେଶ୍ୱରରୁ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଜଣଙ୍କ ବୟସ ୭୦ ବର୍ଷ ହୋଇଥିବା ବେଳେ ଜଣଙ୍କ ବୟସ ୨୯ ବର୍ଷ ବୋଲି ଜଣାପଡ଼ିଛି । ବୁଦ୍ଧ ଜଣଙ୍କ ଘର ହେଉଛି ଭୁବନେଶ୍ୱରର କପିଲା ପ୍ରସାଦ ହାଉସ ବୋର୍ଡ କୋଲନୀ ଫେଜ୍ ସେକେଣ୍ଡ । ତାଙ୍କ ଟ୍ରାଭେଲ୍ ହ୍ରିଷ୍ଟ୍ରୀ ହେଉଛି ଅଷ୍ଟ୍ରେଲିଆ । ସେଠାରୁ ଫେରି ସେ ହମ୍ କ୍ୱାରେଣ୍ଟାଇନରେ ଥିଲେ । ସେହିପରି ଅନ୍ୟ ଜଣଙ୍କ ଘର ହେଉଛି ଭୁବନେଶ୍ୱରର ଭୋମିଖଲ ବୋଲି ଜଣାପଡ଼ିଛି ।
ଅନ୍ୟପକ୍ଷେ ଗତକାଲି ଅର୍ଥାତ ଶନିବାର ରାତିରେ କଳାହାଣ୍ଡିରେ ଜଣେ ୨୯ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ କୋରୋନା ପଜିଟିଭ ମିଳିଥିଲା । ତାଙ୍କ ଟ୍ରାଭେଲ ହିଷ୍ଟ୍ରୀ ବାହରୀନ ବୋଲି ଜଣାପଡ଼ିଛି ।