Advertisement
Article Detail0/zeeodisha/odisha698782
Zee OdishaOdisha Khabarପାଠ୍ୟକ୍ରମର ୨୫ ପ୍ରତିଶତ ଘରେ ପଢ଼ିବେ +୩ ଓ ପିଜି ଛାତ୍ରଛାତ୍ରୀ

ପାଠ୍ୟକ୍ରମର ୨୫ ପ୍ରତିଶତ ଘରେ ପଢ଼ିବେ +୩ ଓ ପିଜି ଛାତ୍ରଛାତ୍ରୀ

ଗତ ମାସ ୨୬ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କୁଳପତିଙ୍କ ବୈଠକରେ ଏ ବାବଦରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା । ସେଲ୍ଫ ଷ୍ଟଡ଼ିରେ ଛାତ୍ରଛାତ୍ରୀମାନଙ୍କ ଦ୍ୱନ୍ଦ ଦୂର କରିବା ପାଇଁ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକମାନେ ୪ ଘଣ୍ଟାର ଡାଉଟ୍ କ୍ଲିୟର କ୍ଲାସ କରିବେ । 

ଫାଇଲ ଫଟୋ
ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: କୋରୋନା କଟକଣା ଯୋଗୁଁ ଅଣ୍ଡର ଗ୍ରାଜୁଏଟ ବା +୩ ଶ୍ରେଣୀ ଏବଂ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନେ ନିଜ ପାଠ୍ୟକ୍ରମର ୨୫ ପ୍ରତିଶତ ଘରେ ପଢ଼ିବେ । ସେଲ୍ଫ ଷ୍ଟଡ଼ି ପାଇଁ ଏକ୍ସପର୍ଟ କମିଟି ବିଭିନ୍ନ ଷ୍ଟଡ଼ି ମେଟେରିଆଲ୍ ଏବଂ ରିଫେରେନ୍ସ ପିଲାଙ୍କୁ ଯୋଗାଇବେ । ସେଲ୍ଫ ଷ୍ଟଡ଼ି ପାଇଁ ୟୁଜିସିର ନିର୍ଦ୍ଦେଶ ପରେ ରାଜ୍ୟରେ ଆଜିଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । 

ଗତ ମାସ ୨୬ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କୁଳପତିଙ୍କ ବୈଠକରେ ଏ ବାବଦରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା । ସେଲ୍ଫ ଷ୍ଟଡ଼ିରେ ଛାତ୍ରଛାତ୍ରୀମାନଙ୍କ ଦ୍ୱନ୍ଦ ଦୂର କରିବା ପାଇଁ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକମାନେ ୪ ଘଣ୍ଟାର ଡାଉଟ୍ କ୍ଲିୟର କ୍ଲାସ କରିବେ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏ ବାବଦରେ ଚିଠି ଲେଖାଯାଇଛି ।

କଲେଜ ପିଲାଙ୍କ ଉପରେ କୋରୋନା ପ୍ରଭାବ । କଲେଜ ଆଉ ୟୁନିଭର୍ସିଟିକୁ ସବୁବେଳେ ଯିବାକୁ ସମସ୍ୟା ହେଉଥିବାରୁ ପାଠ୍ୟକ୍ରମର ୨୫ ପ୍ରତିଶତ ପିଲା ନିଜେ ପଢ଼ିବାକୁ ନିଷ୍ପତ୍ତି ନେଇଛି ୟୁଜିସି । ସେଲ୍ଫ ଷ୍ଟଡ଼ି ବେଳେ ରହୁଥିବା ଡାଉଟ୍ କ୍ଲିୟର ପାଇଁ ୪ ଘଣ୍ଟାର କ୍ଲାସ ନେବେ ସମ୍ପୃକ୍ତ ବିଭାଗର ଅଧ୍ୟାପକ । ସେଲ୍ଫ ଷ୍ଟଡ଼ି ବା ବ୍ଲେଣ୍ଡେଡ଼୍ ଲର୍ଣ୍ଣିଂ ପାଇଁ ଆବଶ୍ୟକୀୟ ମେଟେରିଆଲ୍‌, ରିଫେରେନ୍ସ ବହି, ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍ ଯୋଗାଇବେ ଶିକ୍ଷାନୁଷ୍ଠାନ । ଏଥିପାଇଁ ପ୍ରତି କଲେଜ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ଅଧ୍ୟକ୍ଷଙ୍କ ଅଧିନରେ ଏକ ଏକ୍ସପର୍ଟ କମିଟି ଗଠନ ହେବ । ୟୁଜିସିର ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହାକୁ ଲାଗୁ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏ ବାବଦରେ ଚିଠି ଲେଖାଯାଇଛି ।

Add Zee News as a Preferred Source

ଛାତ୍ରଛାତ୍ରୀମାନେ ସେଲ୍ଫ ଷ୍ଟଡ଼ି ବେଳେ କେଉଁ ବହିକୁ ଅନୁସରଣ କରିବେ, ପାଠ୍ୟକ୍ରମର କେଉଁ ୨୫ ପ୍ରତିଶତ ପଢ଼ିବେ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପ୍ରତି ପାଠ୍ୟକ୍ରମ ଏବଂ ବିଷୟ ପାଇଁ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରିବେ । ଯାହା ସାରା ରାଜ୍ୟ ପାଇଁ ଲାଗୁ ହେବ । ସେହିପରି ପିଜି ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରତି ବିଶ୍ୱବିଦ୍ୟାଳୟର ସମ୍ପୃକ୍ତ ପିଜି ବିଭାଗ ରିଫେରେନ୍ସ ବହି, ସ୍ୱତନ୍ତ୍ର ଆଲେଖ୍ୟ ଓ ପିପିଟି ବାବଦରେ ପିଲାଙ୍କୁ ଅବଗତ କରାଇବେ । କୋରୋନା କଟକଣା ଯୋଗୁଁ କଲେଜ, ୟୁନିଭର୍ସିଟିରେ ପାଠ ପଢା ଆରମ୍ଭ ହୋଇପାରୁନଥିବା ବେଳେ ୟୁଜିସିର ଏପରି ଗାଇଡ଼୍‌ଲାଇନ୍ ପିଲାମାନଙ୍କୁ ପାଠପଢ଼ା ଆଗକୁ ବଢାଇବାରେ ସାହାଯ୍ୟ କରିବ ବୋଲି ଶିକ୍ଷାବିତ୍ ମତ ଦେଇଛନ୍ତି ।

କୋରୋନା କଟକଣା ଯୋଗୁଁ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ହ୍ୱାଟସ୍‌ଆପ୍ ଜରିଆରେ ହେଉ କି ଅନ୍‌ଲାଇନ୍ ପାଠପଢ଼ା ଚାଲିଛି । ସିବିଏସ୍‌ଇ ପିଲାମାନଙ୍କ ମଧ୍ୟ ଅନ୍‌ଲାଇନ୍ କ୍ଲାସ ଜାରି ରହିଛି । ଏବେ କଲେଜ ଓ ୟୁନିଭର୍ସିଟି ସ୍ତରରେ ସେଲ୍ଫ ଷ୍ଟଡ଼ି ଆରମ୍ଭ ହେବା ପରେ ଏହା କେତେ ଫଳପ୍ରଦ ହେଉଛି, ତା ଉପରେ ନଜର ରହିବ ।

About the Author