ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି
Trending Photos
ଭୁବନେଶ୍ୱର: ପୁଣି ୩ ମୁଣ୍ଡ ନେଲା କୋରୋନା । ଏହି ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ଆଉ ଏହାକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ଓଡ଼ିଶାରେ କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ । ଜିଲ୍ଲାରେ ଏପର୍ଯ୍ୟନ୍ତ ୩୯ ଜଣଙ୍କ କୋରୋନା ଯୋଗୁ ମୃତ୍ୟୁ ହେଲାଣି । ସେହିପରି ଖୋର୍ଦ୍ଧାରେ ୯, କଟକରେ ୬, ପୁରୀରେ ୨ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ରାୟଗଡ଼ା, ବରଗଡ଼, ଭଦ୍ରକ, ଅନୁଗୋଳ, ଯାଜପୁର, କେନ୍ଦ୍ରାପଡ଼ା ଓ ଗଜପତିରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।