ଝାରସୁଗୁଡାରେ ପୁଣି ୪ କୋରୋନା ଆକ୍ରାନ୍ତ ଚିହ୍ନଟ
Advertisement

ଝାରସୁଗୁଡାରେ ପୁଣି ୪ କୋରୋନା ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ବୃଦ୍ଧି ପାଇଛି । ତେବେ ଏଥିରୁ ୭ ଜଣ ସୁସ୍ଥ ହୋଇ ସାରିଲାଣି ।

ପ୍ରତୀକାତ୍ମକ ଫଟୋ

ଝାରସୁଗୁଡା: ରାଜ୍ୟରେ କ୍ରମାଗତ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି କ୍ରମରେ ଝାରସୁଗୁଡା ଜିଲ୍ଲାରେ ପୁଣି ୪ କୋରୋନା ଆକ୍ରନ୍ତା ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୩ । ପୂର୍ବରୁ ଜିଲ୍ଲାରେ ୯ ଜଣ କୋରୋନା ସଂକ୍ରମିତ ଥିଲେ । ଏବେ ଗୋଟିଏ ପରିବାରର ୪ ଜଣ କୋଭିଡ ପୋଜିଟିଭ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୧୩କୁ ପହଞ୍ଚିଛି । ସୂଚନା ମୁତାବକ, ଗୋଟିଏ ପରବାରର ସ୍ୱାମୀ, ସ୍ତ୍ରୀ ଏବଂ ୨ ଜଣ ଛୁଆଙ୍କର କୋଭିଡ ପୋଜିଟିଭ ରିପୋର୍ଟ ବାହାରିଛି । ଏମାନେ ସମସ୍ତେ ପଶ୍ଚିମବଙ୍ଗରୁ ଟ୍ରେନ ଯୋଗେ ଝାରସୁଗୁଡା ଆସି କ୍ବାରେଣ୍ଟିନ ସେଣ୍ଟରରେ ଥିଲେ ।

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ବୃଦ୍ଧି ପାଇଛି । ତେବେ ଏଥିରୁ ୭ ଜଣ ସୁସ୍ଥ ହୋଇ ସାରିଲାଣି । ଜୁନ୍ ୨ ତାରିଖରେ ପଶ୍ଚିମବଙ୍ଗ ରାମପୁର ଠାରୁ ଟ୍ରେନ ଯୋଗେ ଗୋଟିଏ ପରିବାର ଝାରସୁଗୁଡା ଆସିଥିଲେ । ଏବଂ ତାଙ୍କର ସ୍ୱାବ ଟେଷ୍ଟ ପଠାଇ ଦିଆଯାଇଥିଲା । ସେମାନଙ୍କୁ ବଢ଼େଇମୁଣ୍ଡା ସ୍ଥିତ କ୍ବାରେଣ୍ଟିନ ସେଣ୍ଟରରେ ରଖାଯାଇଥିଲା । ତେବେ ଗତକାଲି ୪ ଜଣଙ୍କର ପୋଜିଟିଭ ରିପୋର୍ଟ ଆସିବା ପରେ ୪ ଜଣଙ୍କୁ କୋଭିଡ ହସ୍ପିଟାଲ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ଦେଲେ DRDAର ପ୍ରକଳ୍ପ ନିର୍ଦ୍ଦେଶକ ।

ସେମାନେ ଆସିବା ଦିନ ଠାରୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିଲେ ତେଣୁ ଜିଲ୍ଲାବାସୀଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ କହିଛି ଝାରସୁଗୁଡା ପ୍ରଶାସନ । ସଂକ୍ରମିଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ଏବଂ ଏହି ବଢ଼େଇମୁଣ୍ଡା କ୍ବାରେଣ୍ଟିନ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି ।