ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ପାର୍, ମୃତ୍ୟୁ ସଂଖ୍ୟା ୩୬ ଛୁଇଁଲା
Advertisement

ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ପାର୍, ମୃତ୍ୟୁ ସଂଖ୍ୟା ୩୬ ଛୁଇଁଲା

ଆଜି ୪୬୯ ନୂଆ ମାମଲା, ୨ ଜଣଙ୍କ ମୃତ୍ୟୁ

ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ପାର୍, ମୃତ୍ୟୁ ସଂଖ୍ୟା ୩୬ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଆଉ ୪୬୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୭୦ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ୩୬ ହୋଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଚିହ୍ନଟ ହୋଇଥିବା ନୂଆ ମାମଲା ମଧ୍ୟରୁ ୩୧୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ଅନ୍ୟ ୧୫୨ ମାମଲା ସ୍ଥାନୀୟ ଅଞ୍ଚଳର । ତେବେ ନୂଆ ମାମଲା ମଧ୍ୟରେ ସର୍ବାଧିକ ଗଞ୍ଜମ(୧୧୬)ରୁ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୯୪ଟି ନୂଆ ମାମଲା ସାମ୍ନାକୁ ଆସିଛି । 

ଅନ୍ୟପଟେ ୨ ମୃତକଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡର ହୋଇଥିବା ବେଳେ ଅନ୍ୟ ଜଣେ ଗଜପତିର । ଉଭୟ ଜିଲ୍ଲାରେ ଏହା ହେଉଛି ପ୍ରଥମ କୋରୋନା ମୃତ୍ୟୁ । ଉଭୟ ମୃତକ ପୁରୁଷ । ଗଜପତିରେ ଯାହାଙ୍କ ମୃତ୍ୟୁ ହୋଇଛି, ତାଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡ଼ିଛି । ସେହିପରି ସୁନ୍ଦରଗଡ଼ ମୃତକ ୬୪ ବର୍ଷୀୟ । ସେ ଡାଇବେଟିସ୍‌ରେ ମଧ୍ୟ ପୀଡ଼ିତ ଥିଲେ।

ତେବେ ରାଜ୍ୟର ୯ ହଜାର ୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୫ହଜାର ୯୩୪ ଆକ୍ରାନ୍ତ ସୁସ୍ଥ ହେଲେଣି । ଏବେ ୩ ହଜାର ୯୦ଟି ଆକ୍ଟିଭ କେସ ରହିଛି ।