ଏହି ଘଟଣାରେ ଅନ୍ୟ କିଏ କିଏ ସାମିଲ ଅଛନ୍ତି, ସେନେଇ ମଧ୍ୟ ତଦନ୍ତ ଚାଲିଛି ।
Trending Photos
)
ଦୀପକ ଦାସ, ସାଲେପୁର: ରଜରେ କଟକ ନିଶ୍ଚିନ୍ତକୋଇଲି ପୋଲିସକୁ ସଫଳତା । ୫ ଜଣିଆ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଧରିଛି ପୋଲିସ । ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଏହି ଗ୍ୟାଙ୍କକୁ ଧରିବାରେ ପୋଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ରାଜ କିଶୋର ସାହୁ, ମାରୁତି ବେହେରା, କାର୍ତ୍ତିକ ଦାସ, କାଁହୁ ଦାସ ଓ ଅନ୍ୟ ଜଣେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପଙ୍କପାଳର ବିଭୁନା ରାଉତ । ଏମାନଙ୍କଠାରୁ ପୋଲିସ ଏକ ବୋଲେରୋ ଗାଡି, ବାଇକ, ବୁଲେଟ, ସୁନା ଅଳଙ୍କାର ଓ ଇଲୋଟ୍ରୋନିକ୍ସ ସାମଗ୍ରୀ ସହ ଝଣ୍ଡା, ଭୁଜାଲି ଓ ମୋବାଇଲ ଫୋନ ଇତ୍ୟାଦି ଜବତ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଆଡିସିନାଲ ଏସପି ପିକେ ଜେନା ।

ସୂଚନା ମୁତାବକ, ଗତ ୧୪ ତାରିଖ ରାତିରେ ନିଶ୍ଚିନ୍ତକୋଇଲି ପୋଲିସର ଏକ ପେଟ୍ରୋଲିଂ ଟିମ୍ ଖବର ପାଇ ଶୁକରପଡାରେ ଚଢ଼ାଉ କରିଥିଲେ । ଡକାୟତମାନେ ଏକ ଚୋରି ନାଲି ବୋଲେରୋ ଗାଡ଼ିରେ ବସି ଡକାୟତ ପାଇଁ ପ୍ରସ୍ତୁତି ହେଉଥିଲେ । ପୋଲିସ ଚତୁରତାର ସହ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଛି । ପଚରାଉଚରା ଏମାନଙ୍କ ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଏହି ଘଟଣାରେ ଅନ୍ୟ କିଏ କିଏ ସାମିଲ ଅଛନ୍ତି, ସେନେଇ ମଧ୍ୟ ତଦନ୍ତ ଚାଲିଛି ।