Advertisement
Article Detail0/zeeodisha/odisha713918
Zee OdishaOdisha Khabar୭୩୬ ନୂଆ ମାମାଲା, ପୁଣି ଗଞ୍ଜାମରୁ ସର୍ବାଧିକ

୭୩୬ ନୂଆ ମାମାଲା, ପୁଣି ଗଞ୍ଜାମରୁ ସର୍ବାଧିକ

ନୂଆ ମାମଲା ଗୁଡ଼ିକ ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛି । 

୭୩୬ ନୂଆ ମାମାଲା, ପୁଣି ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଆଉ ୭୩୬ ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୪୮୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୫୫ ଲୋକାଲ କେସ ରହିଛି । ଗଞ୍ଜାମରୁ ସର୍ବାଧିକ ୨୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ନୂଆ ମାମଲା ଗୁଡ଼ିକ ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛି । ଅନୁମଗୋଳରୁ ୨୨, ବାଲେଶ୍ୱରରୁ ୩୩, ବରଗଡ଼ରୁ ୩, ଭଦ୍ରକର ୫, ବଲାଙ୍ଗୀରରୁ ୪, ବୌଦ୍ଧରୁ ୮, କଟକରୁ ୨୭, ଢେଙ୍କାନାଳରୁ ଜଣେ, ଗଜପତିରୁ ୩୯, ଗଞ୍ଜାମରୁ ୨୪୭, ଜଗତସିଂହପୁରରୁ ୪୦, ଯାଜପୁରରୁ ୪୦, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୭, ଖୋର୍ଦ୍ଧାରୁ ୧୦୭, କେନ୍ଦୁଝରରୁ ଜଣେ, କୋରାପୁଟରୁ ୪୫, ମାଲକାନଗିରିରୁ ୧୮, ମୟୂରଭଞ୍ଜରୁ ୧୨, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୧୦ ଓ ପୁରୀରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁରରୁ ୨୫, ସୁନ୍ଦରଗଡ଼ରୁ ୧୭ ଓ ରାୟଗଡ଼ାରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । 

ରାଜ୍ୟରେ ଏପର୍ଯ୍ୟନ୍ତ ୧୭୪୩୭ ଆକ୍ରାନ୍ତ ଚିହ୍ନଟ ହେଲେଣି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯୩୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୫୩୮୧ ଆକ୍ଟିଭ କେସ ରହିଛି । 

 

About the Author