ଯାହା ଜଣାପଡ଼ିଛି, ସମୁଦାୟ ୭୫ ନୂଆ ମାମଲା ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୩ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ।
Trending Photos
)
ଭୁବନେଶ୍ୱର: ରାଜ୍ୟରେ ଆଉ ୭୫ଟି କୋରୋନା ମାମଲା ସାମ୍ନାକୁ ଆସିଛି । ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଛି । ଅନ୍ୟପଟେ ପୁଣି ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଗଞ୍ଜାମ ଜିଲ୍ଲାର । ତାଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡ଼ିଛି । ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ୯କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
Regret to inform that a 55 year old male patient of Ganjam, who had tested positive for Covid, has passed away, while under treatment in hospital.
He was suffering from Tuberculosis and other comorbidities.
— H & FW Dept Odisha (@HFWOdisha) June 7, 2020
ଯାହା ଜଣାପଡ଼ିଛି, ସମୁଦାୟ ୭୫ ନୂଆ ମାମଲା ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୩ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର । ୧୬ ଜିଲ୍ଲାରୁ ଏହି ସବୁ ନୂଆ ମାମଲା ସାମ୍ନାକୁ ଆସିଛି । ଆଜି ସାମ୍ନାକୁ ଆସିଥିବା ନୂଆ ମାମଲା ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ସର୍ବାଧିକ ୧୮ ଜଣ ଲେକାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୨, କୋରାପୁଟରୁ ୨, ଯାଜପୁରରୁ ୭, ନୟାଗଡ଼ରୁ ୪, କଟକରୁ ୫, ଅନୁଗୋଳରୁ ୨, ଢେଙ୍କାନାଳରୁ ୨, ବଲାଙ୍ଗୀରରୁ ୫, ସୁବର୍ଣ୍ଣପୁରରୁ ୩, କେନ୍ଦ୍ରାପଡ଼ାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କେନ୍ଦୁଝର, ଗଞ୍ଜାମ, ପୁରୀ ଓ ନୂଆପଡ଼ାରୁ ଗୋଟିଏ ଗୋଟିଏ ମାମଲା ସାମ୍ନାକୁ ଆସିଛି ।
ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ସମୁଦାୟ ୨୮୫୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧୬ ଜଣ ସୁସ୍ଥ ହେଲେଣି । ସେହିପରି ସମୁଦାୟ ୯ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଏବେ ୧୧୨୯ଟି ଆକ୍ସିଭ କେସ ରହିଛି ।