ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ
Advertisement
Article Detail0/zeeodisha/odisha717138

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୫,୨୦୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।  

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ କୋରୋନା ଭୂତାଣୁର ତାଣ୍ଡବଲୀଳା ଜାରି ରହିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାସହିତ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଅନ୍ୟପକ୍ଷେ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ କ୍ରମାଗତ ସଂକ୍ରମିତ ସୁସ୍ଥ ହେଉଛନ୍ତି । ଏହି କ୍ରମରେ ଆଜି(ଶୁକ୍ରବାର) ରାଜ୍ୟରେ ରେକର୍ଡ ସଂଖ୍ୟକ ୮୦୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୫,୨୦୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।  

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଗଞ୍ଜାମରୁ ୫୩୦ ଜଣ, ରାୟଗଡାରୁ ୬୧ ଜଣ, କଟକରୁ ୩୫ ଜଣ, ମାଲକାନଗିରିରୁ ୩୦ ଜଣ, ଗଜପତିରୁ ୨୨ ଜଣ, ବାଲେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧାରୁ ୧୯ ଜଣ, ବରଗଡରୁ ୧୮ ଜଣ, ଭଦ୍ରକରୁ ୧୮ ଜଣ, ବୌଦ୍ଧରୁ ୮ ଜଣ, ଝାରସୁଗୁଡା, କେନ୍ଦ୍ରାପଡ଼ା ଓ କେନ୍ଦୁଝରରୁ ୭-୭ ଜଣ, ସମ୍ୱଲପୁରରୁ ୫ ଜଣ, ନବରଙ୍ଗପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୩ ଜଣ, ଅନୁଗୋଳ, ଯାଜପୁର ଓ ପୁରୀରୁ ୨-୨ ଜଣ ଏବଂ କୋରାପୁଟ ଓ ନୟାଗଡରୁ ଜଣେ ଲେଖାଁଏ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୧,୫୯୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୭୩୨ ଜଣ ସଂକ୍ରମିତ ସାମିଲ ଅଛନ୍ତି ।  ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ ଆଜି ସୁଦ୍ଧା ରାଜ୍ୟରେ ମୋଟ ୨୨,୬୯୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୨୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି । ୧୪,୩୯୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୮,୧୪୭ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।

;