ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୫,୯୨୮ ସଂକ୍ରମିତ ଏହି ମହାମାରୀ ଭୂତାଣୁକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ।
Trending Photos
ଭୁବନେଶ୍ୱର: ଓଡ଼ିଶାରେ କୋରୋନା ଭୂତାଣୁ କ୍ରମାଗତ କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛି । ଏହାସହ ପ୍ରତିଦିନ ବଢ଼ି ବଢ଼ି ଚାଲିଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ଯାହା ସମଗ୍ର ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି । ଏହି ସମୟରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ, ରାଜ୍ୟରେ ଆଜି ୭୨୭ ନୂଆ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୫,୯୨୮ ସଂକ୍ରମିତ ଏହି ମହାମାରୀ ଭୂତାଣୁକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ଆଜି ସର୍ବାଧିକ ଗଞ୍ଜାମରୁ ୩୯୧ ଜଣ, ଖୋର୍ଦ୍ଧାରୁ ୪୯ ଜଣ, କଟକରୁ ୪୩ ଜଣ, ବାଲେଶ୍ୱରରୁ ୩୩ ଜଣ, ଯାଜପୁରରୁ ୩୨ ଜଣ, ଗଜପତିରୁ ୨୩ ଜଣ, ମୟୂରଭଞ୍ଜରୁ ୧୯ ଜଣ, ଅନୁଗୋଳରୁ ୧୮ ଜଣ, ଜଗତସିଂହପୁରରୁ ୧୭ ଜଣ, ନୟାଗଡରୁ ୧୭ ଜଣ, ସମ୍ୱଲପୁରରୁ ୧୧ ଜଣ, ମାଲକାନଗିରିରୁ ୧୦ ଜଣ, ବରଗଡ, ଢେଙ୍କାନାଲ, କେନ୍ଦ୍ରାପଡା, ସୁନ୍ଦରଗଡ଼ ଓ ପୁରୀରୁ ୭-୭ ଜଣ, ବଲାଙ୍ଗୀର, ଝାରସୁଗୁଡା ଓ ସୁବର୍ଣ୍ଣପୁରରୁ ୫-୫ ଜଣ, ଭଦ୍ରକ ଓ ନବରଙ୍ଗପୁରରୁ ୪-୪ ଜଣ, କୋରାପୁଟରୁ ୩ ଜଣ ଏବଂ ବୌଦ୍ଧ ଓ କେନ୍ଦୁଝରରୁ ୨-୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
11 from Sambalpur
10 from Malkangiri
7 each from Baragarh Dhenkanal, Kendrapara, Puri
& Sundergarh
5 each from Bolangir, Jharsuguda & Sonepur
4 each from Bhadrak & Nabarangpur
3 from Koraput
2 each Boudh & KeonjharThe total recovered cases of #Odisha now stand at 15928.
— H & FW Dept Odisha (@HFWOdisha) July 25, 2020
ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨୪,୦୧୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୩୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି । ୧୫,୨୦୦ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୮,୬୫୦ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।